ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୧ କରୋନା ଆକ୍ରାନ୍ତ ଆଖି ବୁଜିଲେ। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୩ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Regret to inform the demise of eleven Covid positive patients while under treatment in hospitals.
1.A 74 year old female of Cuttack district who was also suffering from Diabetes & Hypertension.
— H & FW Dept Odisha (@HFWOdisha) September 1, 2020
ଏହି ୧୧ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି କଟକ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
4.A 40 year old male of Kandhamal who was also suffering from Compression Fracture of D12 vertebra.
5.A 55 year old female of Khordha who was also suffering from Diabetes & Chronic Obstructive Pulmonary Disease.
— H & FW Dept Odisha (@HFWOdisha) September 1, 2020
ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୭ରେ ପହଞ୍ଚିଥିବା ବେଳେ ପୁରୀରେ ୧୫ ଓ ମୟୂରଭଞ୍ଜରେ ୫ରେ ପହଞ୍ଚିଯାଇଛି। ସେହିପରି ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ୧୯୧ରେ ପହଞ୍ଚିଥିବା ବେଳେ କଟକରେ ୩୨, ଜଗତସିଂହପୁରରେ ୫, କନ୍ଧମାଳରେ ୧୧ ଓ ରାୟଗଡ଼ାରେ ୨୫ରେ ପହଞ୍ଚିଛି।
9. A 40 year old male of Puri district who was also suffering from Diabetes, Hypertension & morbid obesity.
10. A 85 year old male of Puri district.
11. A 45 year old male of Rayagada district who was also suffering from Diabetes, Hypertension.
— H & FW Dept Odisha (@HFWOdisha) September 1, 2020
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୫୬୧ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୭,୨୮୬ ସୁସ୍ଥ ହୋଇସାରିଲେଣି। ୨୮,୭୧୯ ଜଣ ଚିକିତ୍ସାଧୀନ ଅଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।