ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାର ପୋଲସରାରେ ଗୋଟିଏ ସରକାରୀ ଆଇଟିଆଇ(ଶିଳ୍ପ ତାଲିମ ପ୍ରତିଷ୍ଠାନ) ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଫଳରେ ଗଞ୍ଜାମ ଜିଲ୍ଲାରେ ମୋଟ ସରକାରୀ ଆଇଟିଆଇ ସଂଖ୍ୟା ୬କୁ ବୃଦ୍ଧି ପାଇଥିବାବେଳେ ସମଗ୍ର ରାଜ୍ୟରେ ଏହି ସଂଖ୍ୟା ୫୧ ହୋଇଛି । ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପାଇଁ ଦୀର୍ଘଦିନ ଧରି ଅଂଚଳବାସୀ ଦାବି କରି ଆସୁଥିଲେ । ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ଼ ଓ ହିଞ୍ଜିଳିକାଟୁରେ ଗୋଟିଏ […]

iti

Ordigital Desk
  • Published: Tuesday, 30 August 2022
  • , Updated: 30 August 2022, 10:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାର ପୋଲସରାରେ ଗୋଟିଏ ସରକାରୀ ଆଇଟିଆଇ(ଶିଳ୍ପ ତାଲିମ ପ୍ରତିଷ୍ଠାନ) ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଫଳରେ ଗଞ୍ଜାମ ଜିଲ୍ଲାରେ ମୋଟ ସରକାରୀ ଆଇଟିଆଇ ସଂଖ୍ୟା ୬କୁ ବୃଦ୍ଧି ପାଇଥିବାବେଳେ ସମଗ୍ର ରାଜ୍ୟରେ ଏହି ସଂଖ୍ୟା ୫୧ ହୋଇଛି ।

ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପାଇଁ ଦୀର୍ଘଦିନ ଧରି ଅଂଚଳବାସୀ ଦାବି କରି ଆସୁଥିଲେ । ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ଼ ଓ ହିଞ୍ଜିଳିକାଟୁରେ ଗୋଟିଏ ଲେଖାଏଁ ସରକାରୀ ଆଇଟିଆଇ କାର୍ଯ୍ୟ କରୁଛି । ଚଳିତମାସ ପ୍ରଥମ ସପ୍ତାହରେ ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀର ପାଟଣାଗଡ଼ଠାରେ ଦୁଇଟି ନୂଆ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ । ତେବେ ପୋଲସରାରେ ସରକାରୀ ଆଇଟିଆଇକୁ ମିଶାଇ ରାଜ୍ୟର ମୋଟ ସରକାରୀ ଓ ବେସରକାରୀ ଆଇଟିଆଇ ସଂଖ୍ୟା ୨୫୪ରେ ପହଂଚିଛି ।

ରାଜ୍ୟ ସରକାରଙ୍କ ସ୍କିଲଡ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ଯୁବକଯୁବତୀମାନେ ବିଭିନ୍ନ ସରକାରୀ ଆଇଟିଆଇ ପ୍ରତିଷ୍ଠାନରେ ତାଲିମ ନେଇ ନିଜର ଦକ୍ଷତା ଦ୍ୱାରା ନୂଆ ପରିଚୟ ସୃଷ୍ଟି ସହ ରୋଜଗାରକ୍ଷମ ହୋଇପାରୁଛନ୍ତି ।

Related story