ଏସ୍‌ସିବିରେ ହେଲା କଡ଼ା ନିୟମ: ଡାକ୍ତର ଅନୁପସ୍ଥିତ ରହିଲେ କଟିବ ଦରମା, ଦାୟୀ ରହିବେ ବିଭାଗୀୟ ମୁଖ୍ୟ

କଟକ (ଓଡ଼ିଶା ରିପୋର୍ଟର): ଏସ୍‌ସିବି ମେଡିକାଲକୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି।  ସ୍ୱାସ୍ଥ୍ୟ ବ୍ୟବସ୍ଥାର ମେରୁଦଣ୍ଡ କୁହାଯାଉଥିବା ଏହି ମେଡିକାଲକୁ ନେଇ ସବୁ ବେଳେ କିଛି ନା କିଛି ଚର୍ଚ୍ଚା ଲାଗି ରହିଥାଏ। କେତେବେଳେ ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତରଙ୍କ ମାଡ ତ ଆଉ କେତେବେଳେ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟଙ୍କ ମାଡ। ପୁଣି କେତେବେଳେ ମେଡିକାଲ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଚଳିତବର୍ଷ ଏଭଳି ୫ଟି ଘଟଣା ନେଇ […]

scb

Rakesh Mallick
  • Published: Wednesday, 01 November 2017
  • , Updated: 01 November 2017, 08:33 PM IST

କଟକ (ଓଡ଼ିଶା ରିପୋର୍ଟର): ଏସ୍‌ସିବି ମେଡିକାଲକୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି।  ସ୍ୱାସ୍ଥ୍ୟ ବ୍ୟବସ୍ଥାର ମେରୁଦଣ୍ଡ କୁହାଯାଉଥିବା ଏହି ମେଡିକାଲକୁ ନେଇ ସବୁ ବେଳେ କିଛି ନା କିଛି ଚର୍ଚ୍ଚା ଲାଗି ରହିଥାଏ। କେତେବେଳେ ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତରଙ୍କ ମାଡ ତ ଆଉ କେତେବେଳେ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟଙ୍କ ମାଡ। ପୁଣି କେତେବେଳେ ମେଡିକାଲ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଚଳିତବର୍ଷ ଏଭଳି ୫ଟି ଘଟଣା ନେଇ ଅଭିଯୋଗ ଉଠିଛି। ତେବେ ଏଭଳି ଘଟଣା ଯେମିତି ଆଗକୁ ନଘଟେ ସେଥିପାଇଁ ମେଡିକାଲ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି।

୨୦୧୬ ମାର୍ଚ୍ଚ ୨୭ ତାରିଖରେ ଏସସିବି ମେଡିକାଲ ଟିବି ଚେଷ୍ଟ ୱାର୍ଡରେ ରୋଗୀ ସମ୍ପର୍କୀୟ ଓ ଡାକ୍ତର ମୁହାମୁହିଁ ହୋଇଥିଲେ। ଏହି ଘଟଣାରେ ଆହତ ହୋଇଥିଲେ ଜଣେ ପିଜି ଡାକ୍ତର ଛାତ୍ର। ଅଭିଯୋଗ ପରେ ୨ଜଣଙ୍କୁ ଗିରଫ କରିଥିଲା ପୋଲିସ।

୨୦୧୭ ମେ ୨୯ ତାରିଖରେ ଅର୍ଥପେଡିକ ୱାର୍ଡରେ ଆଉ ଏକ ଘଟଣା ଘଟିଥିଲା। ଡାକ୍ତରଙ୍କ ମାଡରେ ଲହୁଲୁହାଣ ହୋଇଥିଲେ ଜଣେ ରୋଗୀଙ୍କ ଆଟେଣ୍ଡାଣ୍ଟ। ଏହି ଘଟଣାରେ ୫ରୁ ଅଧିକ ଡାକ୍ତରଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

ନଭେମ୍ବର ୨୫ ତାରିଖରେ ପୁରୁଣା ମେଡିସିନ ୱାର୍ଡରେ ଘଟିଥିଲା ସମାନ ଘଟଣା। ବାରମ୍ବାର ଏଭଳି ଘଟଣା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ମେଡିକାଲରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ତାଲିମ ଦେବା ପାଇଁ ପୋଲିସ କମିଶନରଙ୍କ ଉପସ୍ଥିତିରେ ବୈଠକ ହୋଇଛି। ସୁରକ୍ଷା କର୍ମୀଙ୍କୁ ୩ଟି ପର୍ଯ୍ୟାୟରେ ଟ୍ରେନିଂ ଦିଆଯିବ। ଏବେ କଟକ ମେଡିକାଲରେ ୩୦୨ ସୁରକ୍ଷାକର୍ମୀ ଅଛନ୍ତି।

ଅନ୍ୟପକ୍ଷରେ ମେଡିକାଲ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ସବୁ ବିଭାଗୀୟ ମୁଖ୍ୟ ଓ ଜରୁରୀକାଳୀନ ଡାକ୍ତରଙ୍କୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି ମେଡିକାଲ ଅଧୀକ୍ଷକ। ଏହି ଗାଡଲାଇନ ଅନୁସାରେ ଯେଉଁ ବିଭାଗରେ ଡାକ୍ତର ଅନୁପସ୍ଥିତ ରହିବେ, ସେଥିପାଇଁ ବିଭାଗୀୟ ମୁଖ୍ୟ ଦାୟୀ ରହିବେ। ଡାକ୍ତର ଅନୁପସ୍ଥିତ ରହିଲେ ସେମାନଙ୍କ ଦରମା ବନ୍ଦ ପାଇଁ ସୁପାରିଶ କରାଯିବ। ରୋଗୀ ଚିଠାରେ ଡାକ୍ତର କିମ୍ବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ନିଜ ଦସ୍ତଖତର ରବର ଷ୍ଟାମ ବାଧ୍ୟତାମୂଳକ ରହିବ।

ବିଭିନ୍ନ ୱାର୍ଡରେ ଅଧିକ ସିସିଟିଭି ଲଗାଯିବାକୁ ସ୍ଥିର କରାଯାଇଛି। ଏହାର କଣ୍ଟ୍ରୋଲ ରୁମ ଅଧୀକ୍ଷକଙ୍କ କାର୍ଟ୍ରାଳୟରେ ରହିବ।

Related story