ମେଡିକାଲ୍‌ କର୍ମଚାରୀଙ୍କ ପାଇଁ ଜାରି ହେଲା ନୂଆ ଗାଇଡ୍‌ଲାଇନ୍‌, କଣ ଅଛି ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ବସ୍ତି ଅଞ୍ଚଳରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଭୁବନେଶ୍ୱରର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନୂଆ ନିୟମାବଳୀ ଜାରି କରାଯାଇଛି। ରାଜଧାନୀର ବିଭିନ୍ନ ହସ୍ପିଟାଲ, ନର୍ସିଂହୋମ ବା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥାରେ ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ଏହି ନିୟମାବଳୀ ଜାରି କରାଯାଇଛି। ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌ ପକ୍ଷରୁ ନିଜର ସମସ୍ତ କର୍ମଚାରୀଙ୍କ ସଂପୂର୍ଣ୍ଣ ତଥ୍ୟ ବା ଡାଟାବେସ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି। ଯେଉଁମାନେ ବସ୍ତି ଅଞ୍ଚଳରେ ରହୁଛନ୍ତି ସେମାନଙ୍କ ସଂପର୍କରେ […]

medical

medical

Manoranjan Sial
  • Published: Monday, 29 June 2020
  • Updated: 29 June 2020, 07:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ବସ୍ତି ଅଞ୍ଚଳରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଭୁବନେଶ୍ୱରର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନୂଆ ନିୟମାବଳୀ ଜାରି କରାଯାଇଛି। ରାଜଧାନୀର ବିଭିନ୍ନ ହସ୍ପିଟାଲ, ନର୍ସିଂହୋମ ବା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥାରେ ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ଏହି ନିୟମାବଳୀ ଜାରି କରାଯାଇଛି।

ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌ ପକ୍ଷରୁ ନିଜର ସମସ୍ତ କର୍ମଚାରୀଙ୍କ ସଂପୂର୍ଣ୍ଣ ତଥ୍ୟ ବା ଡାଟାବେସ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି। ଯେଉଁମାନେ ବସ୍ତି ଅଞ୍ଚଳରେ ରହୁଛନ୍ତି ସେମାନଙ୍କ ସଂପର୍କରେ ସବିଶେଷ ବିବରଣୀ ରଖିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି। ସେହିପରି ବସ୍ତି ଅଞ୍ଚଳରେ ବାସ କରୁଥିବା କର୍ମଚାରୀଙ୍କୁ ହସ୍ପିଟାଲ କ୍ୟାମ୍ପସରେ ରହିବେ। ସେମାନଙ୍କୁ ଏକାଧିକ୍ରମ ୧୪ ଦିନିଆ ସିଫ୍‌ଟରେ ଡ୍ୟୁଟି କରାଇବାକୁ କୁହାଯାଇଛି। ୧୪ ଦିନିଆ ସିଫ୍ଟ ସରିବା ପରେ ତାଙ୍କର କୋଭିଡ୍‌ ଟେଷ୍ଟ କରି ନେଗେଟିଭ୍‌ ଆସିଲେ, ଘରକୁ ଛାଡ଼ିବାକୁ କୁହାଯାଇଛି। ତା’ପରେ ବାକି କର୍ମଚାରୀଙ୍କୁ ୧୪ ଦିନ ପାଇଁ ରଖି ଡ୍ୟୁଟି କରାଇବାକୁ କୁହାଯାଇଛି। ଏହାସହ ହସ୍ପିଟାଲ ପକ୍ଷରୁ ନିଜ ସଂସ୍ଥାର ଜଣେ ଦାୟିତ୍ୱ ନିଷ୍ଠ କର୍ମଚାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଇବେ। ସେ ବିଏମ୍‌ସି ସହ ସଂପର୍କରେ ରଖିବେ ବୋଲି ନିୟମାବଳୀରେ କୁହାଯାଇଛି।

ଗତ କିଛିଦିନ ହେଲା ‘କରୋନା’ ଆକ୍ରାନ୍ତଙ୍କ ତଥ୍ୟରୁ ଜଣାପଡ଼ିଛି ଯେ ଘରୋଇ ହସ୍ପିଟାଲ, ନର୍ସିଂହୋମ୍‌ରେ କାମ କରୁଥିବା କର୍ମଚାରୀ ବସ୍ତି ଅଞ୍ଚଳରେ ରହୁଥିବାରୁ ସେମାନଙ୍କ ଯୋଗୁଁ ସ୍ଥାନୀୟ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ଏହାକୁ ନଜରରେ ରଖି ଏହି ନୂଆ ନିୟମାବଳୀ ପ୍ରସ୍ତୁତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos