- Videos
- Odisha
- ଯୋଡା ଶିଶୁକନ୍ୟାଙ୍କ ପାଇଁ ଆଶା ଉଦୟ, ସେପଟେ ଏମ୍ସରେ ଚାଲିଲା ଜଗା, ଦେଖନ୍ତୁ ଭିଡିଓ
ଯୋଡା ଶିଶୁକନ୍ୟାଙ୍କ ପାଇଁ ଆଶା ଉଦୟ, ସେପଟେ ଏମ୍ସରେ ଚାଲିଲା ଜଗା, ଦେଖନ୍ତୁ ଭିଡିଓ
- Published: Sunday, 03 December 2017
- , Updated: 03 December 2017, 08:38 PM IST
<p>ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର):କଟକ ଶିଶୁଭବନରେ ଚିକିତ୍ସିତ ନୟାଗଡ଼ର ଯୋଡ଼ାପେଟ ଶିଶୁ ଗଙ୍ଗା-ଯମୁନାଙ୍କୁ ନେଇ ଚର୍ଚ୍ଚା। ଦୁଇ ନବଜାତକଙ୍କୁ ଆଜି ଆଇସିୟୁକୁ ନିନାଯିବା ସହ ବିଭିନ୍ନ ପରୀକ୍ଷା କରାଯାଇଛି। ଡାକ୍ତରଙ୍କ ବିଶ୍ୱାସ ଜଗା-କାଳିଆଙ୍କ ଭଳି ଏ ଦୁହିଁଙ୍କୁ ବି ଅଲଗା କରିହେବ। ସେପଟେ ଆଜି ଏମ୍ସରୁ ଆସିଛି ଓ୍ୱାକର ସହାୟତାରେ ଜଗା ଚାଲୁଥିବାର ଖବର।</p>
<p>ନିଜ ବଳରେ ନହେଲେ ନାଇଁ ଓ୍ୱାକର ସାହାଯ୍ୟରେ ଆଗକୁ ବଢୁଛି ସେ । ସେପଟେ ଭାଇ କାଳିଆ ବି ସୁସ୍ଥ ହେଉଛି। ଆଉ ଏପଟେ କଟକ ଶିଶୁ ଭବନରେ ଚିକିତ୍ସା ବିଜ୍ଞାନର ଆଉ ଏକ ଚମତ୍କାର ଅପେକ୍ଷାରେ ନୟାଗଡ଼ର ଦୁଇ କଅଁଳ ଶିଶୁ କନ୍ୟା ଗଙ୍ଗା-ଯମୁନା। ଦୁଇ ଭଉଣୀଙ୍କ ସୁସ୍ଥ ମନାସୀ ନୟାଗଡ଼ରେ ପୂଜାର୍ଚ୍ଚନା ବି ଚାଲିଛି। ଡାକ୍ତରଙ୍କ ମତରେ ପେଟଯୋଡ଼ା ଏ ଶିଶୁଙ୍କ ଦେହରେ ବି ଅସ୍ତ୍ରୋପଚାର ସମ୍ଭବ। ତା ବି ଖୁବ୍ ଆହ୍ୱାନ ଭରା।</p>
<p>ଜଟିଳ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନି। ଏ ଦୁଇ ଶିଶୁଙ୍କ ପେଟ ସହ ଶରୀର ଭିତରର ଅନ୍ୟ କେଉଁ ଅଂଗ ଯୋଡ଼ି ହୋଇଛି ଡାକ୍ତର ସନ୍ଦେହ କରୁଛନ୍ତି। ହୁଏତ ଦୁହିଁଙ୍କ ହୃତପିଣ୍ଡ ଓ ଖାଦ୍ୟନଳୀ ଯୋଡ଼ି ହୋଇଥାଇ ପାରେ। ତେଣୁ ଚାଲିଛି ପରୀକ୍ଷା ନୀରିକ୍ଷା। ଆଜି ସିଟି ସ୍କାନ୍ ଓ ଅଲ୍‌ଟ୍ରା ସାଉଣ୍ଡ ପରେ ଉଭୟଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଆଗକୁ ଅନେକ ପରୀକ୍ଷା କରାଯିବ। ରିପୋର୍ଟ ଆସିବା ପରେ ଯାହା କିଛି ସ୍ପଷ୍ଟ ହେବ ବୋଲି ଶିଶୁ ଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ କହିଛନ୍ତି। ଅନ୍ୟପଟେ ଜଗା-କାଳିଆଙ୍କ ଭଳି ଗଙ୍ଗା-ଯମୁନାଙ୍କ ସମସ୍ତ ଉଚ୍ଚତର ଚିକିତ୍ସାଭାର ବହନ କରିବାକୁ ଭରସା ଦେଇଛନ୍ତି ସରକାର । ତେଣୁ ବାପା ଅଶୋକ ଦତ୍ତ ବି ଆଶାବାଦୀ ସବୁ କିଛି ଭଲ ହେବ। ଶିଶୁଭବନରେ ପୂର୍ବରୁ ୨୦୦୩ରେ ଏକ ଯୋଡ଼ାପେଟ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର ହୋଇଥିଲା। ତେଣୁ ଗଙ୍ଗା-ଯମୁନା ବି ଅଲଗା ହୋଇ ନୂଆ ଜୀବନ ଜିଇଁବେ। ସେଇ ଆଶାରେ ସମସ୍ତଙ୍କ ଅପେକ୍ଷା।</p>