ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଲିଭିଂ ଫାର୍ମ ତରଫରୁ ଦୁଇ ଦିନିଆ ସ୍ୱତନ୍ତ୍ର ବିଦ୍ୟାଳୟ ଜୈବୀକ ପୁଷ୍ଟି ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଟିଆସ୍ଥିତ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ବିଦ୍ୟାଳୟର ଖାଲି ଯାଗା ତଥା ଛାତ ଉପରେ କିଭଳି ବଗିଚା କରାଯାଇପାରିବ ସେ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ଅବଗତ କରାଯାଇଥିଲା। ସଂସ୍ଥାର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜଗବନ୍ଧୁ ମହାପାତ୍ର, ଆମେ ଖାଉଥିବା ଖାଦ୍ୟ ବାବଦରେ ପିଲାମାନଙ୍କୁ ଅବତାରଣ କରିଥିଲେ। ଅନ୍ୟପକ୍ଷରେ ଜୈବୀକ ଖାଦ୍ୟ ଆମ ଶାରୀରିକ ଓ ମାନସିକ ସୁସ୍ଥତା ଦିଗରେ କିଭିଳି କାର୍ଯ୍ୟ କରେ ସେ ନେଇ ଆଲୋକପାତ କରିଥିଲେ।
କୃଷି ବିଶେଷଜ୍ଞ ଅଭିଶେକ ଦ୍ୱିବେଦୀ ବିଦ୍ୟାଳୟ ଛାତ ଉପରେ କିପରି ଜୈବୀକ ପଦ୍ଧତିରେ ବଗିଚା କରାଯିବ ସେ ସମ୍ପର୍କରେ କହିଥିଲେ। ବିଦ୍ୟାଳୟ କ୍ୟାଣ୍ଟିନ୍ର ଆବର୍ଜନା, ପରିବା ଚୋପାକୁ ବ୍ୟବହାର କରି କିଭଳି ଜୈବୀକ ଖତ ପ୍ରସ୍ତୁତ କରାଯିବ ସେ ନେଇ ଆଲୋଚନା କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।