ନୂଆବର୍ଷରୁ ନୂଆ ପୁଲିସ ଡିଜି: ଆସନ୍ତାକାଲି ଚୟନ କମିଟି ବୈଠକ, ଯୋଗ୍ୟ ତାଲିକାରେ ୧୨ ଆଇପିଏସ୍

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି ଚୟନ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି)ଙ୍କ କାର୍ଯ୍ୟାଳୟରେ ନୂଆ ପୁଲିସ ଡିଜି ଚୟନ ନିମନ୍ତେ ବୈଠକ ଅନୁଷ୍ଠିତ ହେବ। ଏହି ପୁଲିସ ଡିଜି ପଦବୀ ନିମନ୍ତେ ରାଜ୍ୟ ସରକାର ପଠାଇଥିବା ୧୨ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ତାଲିକା ମଧ୍ୟରୁ ମେରିଟ୍ ଆଧାରରେ ଏହି ଚୟନ କମିଟି ୩ଜଣ ଆଇପିଏସଙ୍କ ନାମକୁ ସର୍ଟଲିଷ୍ଟ କରିବେ। ସମ୍ପୃକ୍ତ ୩ଜଣ ବରିଷ୍ଠ ଆଇପିଏସଙ୍କ ମଧ୍ୟରୁ […]

lokseva-bhawan

lokseva-bhawan

Ordigital Desk
  • Published: Tuesday, 07 December 2021
  • Updated: 07 December 2021, 08:50 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି ଚୟନ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି)ଙ୍କ କାର୍ଯ୍ୟାଳୟରେ ନୂଆ ପୁଲିସ ଡିଜି ଚୟନ ନିମନ୍ତେ ବୈଠକ ଅନୁଷ୍ଠିତ ହେବ। ଏହି ପୁଲିସ ଡିଜି ପଦବୀ ନିମନ୍ତେ ରାଜ୍ୟ ସରକାର ପଠାଇଥିବା ୧୨ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ତାଲିକା ମଧ୍ୟରୁ ମେରିଟ୍ ଆଧାରରେ ଏହି ଚୟନ କମିଟି ୩ଜଣ ଆଇପିଏସଙ୍କ ନାମକୁ ସର୍ଟଲିଷ୍ଟ କରିବେ। ସମ୍ପୃକ୍ତ ୩ଜଣ ବରିଷ୍ଠ ଆଇପିଏସଙ୍କ ମଧ୍ୟରୁ ଜଣେ ଆସନ୍ତା ଜାନୁୟାରୀ ପହିଲାରୁ ରାଜ୍ୟର ନୂଆ ଡିଜି ଭାବେ କାର୍ଯ୍ୟ କରିବେ।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନୂଆ ପୁଲିସ ଡିଜି ଚୟନ ନିମନ୍ତେ ୟୁପିଏସସି ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ଯୋଶୀଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସଦସ୍ୟ ବିିଶିଷ୍ଟ ମନୋନୟନ କମିଟିର ବୈଠକ ନୂଆଦିଲ୍ଲୀସ୍ଥିତ ୟୁପିଏସସି କାର୍ଯ୍ୟାଳୟରେ ଆସନ୍ତାକାଲି ଅପରାହ୍ନରେ ଅନୁଷ୍ଠିତ ହେବ । କମିଟିର ସଦସ୍ୟ ଥିବା ଓଡ଼ିଶାର ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଓ ପୁଲିସ ଡିଜି ଅଭୟ ଏହି ବୈଠକରେ ଯୋଗ ଦେବେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଏହି କମିଟିରେ ସଦସ୍ୟ ଥିବାବେଳେ କେନ୍ଦ୍ରୀୟ ପୁଲିସ ଫୋର୍ସର ମୁଖ୍ୟ(ଅଣଆଇପିଏସ ଅଫିସର) ମଧ୍ୟ ସଦସ୍ୟ ରହିଛନ୍ତି ।

ରାଜ୍ୟ ଗୃହ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟ ସରକାର ଗତ ଅକ୍ଟୋବର ମାସରେ ୟୁପିଏସସି କର୍ତ୍ତୃପକ୍ଷଙ୍କୁ ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି ଚୟନ ନିମନ୍ତେ ବୈଠକ ଡାକିବାକୁ ପ୍ରସ୍ତାବ ପଠାଇବା ସହ ୯ଟି ଆବଶ୍ୟକ ଦସ୍ତାବିଜ ମଧ୍ୟ ପ୍ରଦାନ କରିଥିଲେ। ଏସବୁ ଦସ୍ତାବିଜ ମଧ୍ୟରେ ପୁଲିସ ବିଭାଗରେ ବରିଷ୍ଠତାର ତାଲିକା, ଯୋଗ୍ୟ ବିବେଚିତ ଆଇପିଏସଙ୍କ ତାଲିକା, ଯୋଗ୍ୟ ତାଲିକାରୁ ବାଦ୍ ପଡ଼ିଥିବା ଅଫିସରଙ୍କ ନାଁ ଓ କାରଣ, ସମସ୍ତ ଅଫିସରଙ୍କ ବିସ୍ତୃତ ବାୟୋଡାଟା ଭଳି ୯ଟି ଦସ୍ତାବିଜ ରାଜ୍ୟ ସରକାର ଗତ ଅକ୍ଟୋବର ମାସରେ ପଠାଇଥିଲେ । ବରିଷ୍ଠତା ଭିତ୍ତିରେ ପୁଲିସ ବିଭାଗରେ ୩୦ବର୍ଷର ଚାକିରି କାଳ ସମାପ୍ତ କରିଥିବା ୧୯୮୬ରୁ ୧୯୯୦ ମସିହା ବ୍ୟାଚର ଏବେ ମୋଟ ୧୪ଜଣ ବରିଷ୍ଠ ଆଇପିଏସ ଅଫିସର ରହିଥିଲେ ମଧ୍ୟ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚାଲିଥିବା ଦର୍ଶାଇ ଆଇପିଏସ ବିକେ ଶର୍ମା ଓ ବିନୟାନନ୍ଦ ଝା’ଙ୍କୁ ଚୂଡ଼ାନ୍ତ ତାଲିକାରୁ ବାଦ୍ ଦେଇଥିବା ଜଣାପଡ଼ିଛି । ଆସନ୍ତାକାଲିର ବୈଠକରେ ଏହି ୧୨ଜଣ ଅଫିସରଙ୍କ ନାଁ ଉପରେ ବିଚାରବିମର୍ଶ ହେବ । ମେରିଟ୍ ଆଧାରରେ ୩ଜଣ ଅଫିସରଙ୍କ ନାଁକୁ ରାଜ୍ୟର ପରବର୍ତ୍ତୀ ଡିଜି ପଦବୀ ନିମନ୍ତେ ଚୟନ କରାଯିବ । ୟୁପିଏସସି ଏହି ୩ ଅଫିସରଙ୍କ ତାଲିକା ବିଧିବଦ୍ଧ ଭାବେ ସପ୍ତାହକ ମଧ୍ୟରେ ରାଜ୍ୟ ସରକାରଙ୍କୁ ପଠାଇବା ପରେ ସେଥି ମଧ୍ୟରୁ ନିଜ ପସନ୍ଦର ଜଣେ ଅଫିସରଙ୍କୁ ପୁଲିସ ମୁଖିଆ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେବେ ।

ଉଲ୍ଲେଖଯୋଗ୍ୟ, ପୁଲିସ ଡିଜି ପାଇଁ ଯୋଗ୍ୟତା ସର୍ତ୍ତ ପୂରଣ କରୁଥିବା ଯେଉଁ ୧୨ଜଣ ଆଇପିଏସ ଅଫିସରଙ୍କ ନାଁ ରାଜ୍ୟ ସରକାର ପଠାଇଛନ୍ତି ସେମାନେ ହେଲେ ୧୯୮୬ ବ୍ୟାଚର ପ୍ରଦୀପ କାପୁର, ୧୯୮୭ ବ୍ୟାଚର ସୁନୀଲ କୁମାର ବନସଲ, ୧୯୮୮ ବ୍ୟାଚର ମନୋଜ କୁମାର ଛାବ୍ରା, ସନ୍ତୋଷ କୁମାର ଉପାଧ୍ୟାୟ ଓ ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ପ୍ରଣବିନ୍ଦୁ ଆଚାର୍ଯ୍ୟ, ଅମ୍ରିତମୋହନ ପ୍ରସାଦ,ବି ରାଧିକା, ସିଦ୍ଧାର୍ଥ ଏମ୍ ନରୱଣେ, ୧୯୯୦ ବ୍ୟାଚର ୱାଇବି ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ କୁମାର ଷଡ଼ଙ୍ଗୀ । ତେବେ ଏମାନଙ୍କ ମଧ୍ୟରୁ ଶ୍ରୀ କାପୁର, ଶ୍ରୀ ବନସଲ, ଅମ୍ରିତ ପ୍ରସାଦ, ବି.ରାଧିକା ଓ ଶ୍ରୀ ଖୁରାନିଆ ଏବେ କେନ୍ଦ୍ରୀୟ ଡେପୁଟେସନରେ ରହିଥିବାବେଳେ ଅନ୍ୟମାନେ ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, ୨୦୦୬ ମସିହା ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ମେରିଟ୍ ଆଧାରରେ ୟୁପିଏସସି ଦେଇଥିବା ୩ଜଣିଆ ଅଫିସର ତାଲିକା ମଧ୍ୟରୁ ଜଣଙ୍କୁ ପୁଲିସ ଡିଜି ଭାବେ ରାଜ୍ୟ ସରକାର ସର୍ବନିମ୍ନ ୨ବର୍ଷ ପାଇଁ ନିଯୁକ୍ତି ଦେବେ । ବର୍ତ୍ତମାନର ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ତାରିଖରେ ସରୁଥିବାବେଳେ ପରବର୍ତ୍ତୀ ଡିଜିପି ପଦ ନିମନ୍ତେ ପ୍ରଦୀପ କାପୁର, ସୁନୀଲ କୁମାର ବନସଲ,ମନୋଜ ଛାବ୍ରା ଓ ସନ୍ତୋଷ ଉପାଧ୍ୟାୟ ପ୍ରମୁଖ ଦାବିଦାର ଅଛନ୍ତି ।

କେମିତି ଚୟନ ହୁଅନ୍ତି ଡିଜିପି?
ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ରାଜ୍ୟଗୁଡ଼ିକ ଏବେ ମନଇଚ୍ଛା ପୁଲିସ ଫୋର୍ସ ମୁଖ୍ୟ(ଡିଜିପି) ଚୟନ କରିବା ସମ୍ଭବପର ହେଉନାହିଁ । ୟୁପିଏସିସି ଚେୟାରମ୍ୟାନ ଅବା ସଦସ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ କମିଟି ଦ୍ୱାରା ମେରିଟ୍ ଆଧାରରେ ସର୍ଟଲିଷ୍ଟ ହେଉଥିବା ୩ଜଣ ଅଫିସରଙ୍କ ମଧ୍ୟରୁ ଜଣଙ୍କୁ ଡିଜିପି ଭାବେ ରାଜ୍ୟ ସରକାର ସର୍ବନିମ୍ନ ୨ବର୍ଷ ପାଇଁ ନିଯୁକ୍ତି ଦେବାକୁ ବାଧ୍ୟ । ଡିଜିପିଙ୍କ କାର୍ଯ୍ୟକାଳ ସରିବାର ୩ମାସ ପୂର୍ବରୁ ରାଜ୍ୟ ସରକାର ବିଧିବଦ୍ଧ ଭାବେ ୟୁପିଏସସି କର୍ତ୍ତୃପକ୍ଷଙ୍କ ନିକଟକୁ ଡିଜିପି ଚୟନ ନିମନ୍ତେ ମନୋୟନ କମିଟି ବୈଠକ ଡାକିବାକୁ ଅନୁରୋଧ କରିଥାନ୍ତି । ଏହାସହିତ ଅତିକମରେ ୩୦ବର୍ଷ ଚାକିରି କାଳ ପୂରଣ କରିଥିବା ଅଫିସରଙ୍କ ତାଲିକା ଦେବା ସହ ୯ଟି ଦିଗ ସମ୍ପର୍କରେ ଆବଶ୍ୟକ ଦସ୍ତାବିଜ ୟୁପିଏସସିଙ୍କୁ ପଠାଇଥାନ୍ତି ।

ୟୁପିଏସସିଙ୍କ ଦ୍ୱାରା ଧାର୍ଯ୍ୟ ତାରିଖରେ କମିଟି ବୈଠକ ବସି ମେରିଟ୍ ଆଧାରରେ ୩ଜଣ ଅଫିସରଙ୍କ ନାଁ ସର୍ଟଲିଷ୍ଟ ହୋଇଥାଏ । ୟୁପିଏଏସି କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ତାଲିକା ପଠାଇବାବେଳେ ୩୦ବର୍ଷର ଚାକିରି କାଳ ପୂରଣ କରିଥିବା, ଭଲ ସର୍ଭିସ୍ ରେକର୍ଡ ଓ ଅଭିଜ୍ଞତା ଥିବା, କୌଣସି ବିଭାଗୀୟ ଓ ଶୃଙ୍ଖଳାଗତ, ଦୁର୍ନୀତି ଆଦି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇନଥିବା ଅଫିସରଙ୍କ ତାଲିକା ପଠାଇବେ । ବରିଷ୍ଠତା ଥିବା ସତ୍ତ୍ୱେ ଡିଜିପି ପଦ ନିମନ୍ତେ ଚୂଡ଼ାନ୍ତ ଅଫିସରଙ୍କ ତାଲିକାରେ ଯେଉଁ ଆଇପିଏସଙ୍କ ନାଁ ସାମିଲ ହୋଇନଥିବ, ତା’ର ଯଥାର୍ଥ କାରଣ ରାଜ୍ୟ ସରକାର ଦେବାକୁ ବାଧ୍ୟ । ନିୟମ ଅନୁସାରେ ଡିଜିପି ମନୋୟନ କମିଟି ବୈଠକରେ ୟୁପିଏସସି ଅଧ୍ୟକ୍ଷ କିମ୍ବା ସଭ୍ୟଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ କିମ୍ବା ତାଙ୍କ ପ୍ରତିନିଧି(ସ୍ୱତନ୍ତ୍ର ସଚିବ), ରାଜ୍ୟର ମୁଖ୍ୟ ସଚିବ, ପୁଲିସ ଡିଜି ଓ କେନ୍ଦ୍ରୀୟ ପୁଲିସ ଫୋର୍ସର ମୁଖ୍ୟ(ଅଣଆଇପିଏସ ଅଫିସର)ଙ୍କୁ ନେଇ ଗଠିତ ୫ଜଣିଆ କମିଟି ଦ୍ୱାରା ୩ଜଣିଆ ଅଫିସରଙ୍କ ନାଁ ସର୍ଟଲିଷ୍ଟ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story