‘ଯାହା ହୋଇଛି ସହମତିରେ ହୋଇଛି, ମୋ ପୁଅକୁ ବାନ୍ଧିଲ, ସେ ଝିଅକୁ କାହିଁକି ଛାଡ଼ିଲ ?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମୋ ପୁଅକୁ ବାନ୍ଧିଲ, ସେ ଝିଅକୁ କାହିଁକି ଛାଡ଼ିଲ? ମୋ ପୁଅ କ’ଣ କେବଳ ଦୋଷୀ? ସେ ଝିଅ ବି ସମାନ ଦୋଷ କରିଛି।’ଟିଣ୍ଡର୍‌ ଆପ୍‌ରୁ ଡେଟିଂ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି। ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିବା ପରେ ଆଜି ଚନ୍ଦ୍ରଶେଖରପୁର ଥାନାରେ ଗିରଫ ବ୍ୟାଙ୍କ ଅଧିକାରୀଙ୍କ  ମା’ ଓ ସମ୍ପର୍କୀୟ ଧାରଣା ଦେଇଛନ୍ତି। ଘଟଣା ପରେ ଚନ୍ଦ୍ରଶେଖରପୁର ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଉକ୍ତ ଯୁବତୀଙ୍କୁ […]

bank-1--1

bank-1--1

Niharika Rout
  • Published: Tuesday, 14 January 2020
  • Updated: 14 January 2020, 02:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମୋ ପୁଅକୁ ବାନ୍ଧିଲ, ସେ ଝିଅକୁ କାହିଁକି ଛାଡ଼ିଲ? ମୋ ପୁଅ କ’ଣ କେବଳ ଦୋଷୀ? ସେ ଝିଅ ବି ସମାନ ଦୋଷ କରିଛି।’ଟିଣ୍ଡର୍‌ ଆପ୍‌ରୁ ଡେଟିଂ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି।

ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିବା ପରେ ଆଜି ଚନ୍ଦ୍ରଶେଖରପୁର ଥାନାରେ ଗିରଫ ବ୍ୟାଙ୍କ ଅଧିକାରୀଙ୍କ  ମା’ ଓ ସମ୍ପର୍କୀୟ ଧାରଣା ଦେଇଛନ୍ତି। ଘଟଣା ପରେ ଚନ୍ଦ୍ରଶେଖରପୁର ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଉକ୍ତ ଯୁବତୀଙ୍କୁ ଗିରଫ କରା ନ ଗଲେ  ଥାନା ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ମହିଳାଜଣକ । ଏହି ମାମଲାରେ ବ୍ୟାଙ୍କ ଅଧିକାରୀଙ୍କ ସହ ୪ଜଣଙ୍କୁ କୋର୍ଟଚାଲାଣ କରିଛି କମିଶନରେଟ ପୁଲିସ୍‌  ।

ବ୍ୟାଙ୍କ  ଅଧିକାରୀଙ୍କ ମା’ ଏହି ଘଟଣାକୁ ପ୍ରତିବାଦ ଜଣାଇବା ସହ କେଉଁ ପରିସ୍ଥିତିରେ ଉକ୍ତ ଯୁବତୀଙ୍କୁ ପୁଲିସ୍ ଛାଡ଼ି ଦେଇଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି,  “ଉଭୟ ସମ ବୟସ୍କ। ଯାହା ହୋଇଛି ସହମତିରେ ହୋଇଛି। ଯଦି ଦୁଷ୍କର୍ମ ହୋଇଛି, ତା’ ପରଦିନ ଯୁବତୀ କାହିଁକି ଥାନାକୁ ଗଲା ନାହିଁ। ୪ ଦିନ ପରେ ଆସ କଥା ହେବା, ଟଙ୍କା ଦିଅ ବୋଲି କହିଲା। ଏଥିସହ ମୋ’ ପୁଅକୁ ଅପହରଣ କରି ନେଲେ, ତା’ଠୁ ଟଙ୍କା, ମୋବାଇଲ ନେଇ , ମାଡ଼ ମାରିଲେ।”

ଉଭୟ ସମ ପରିମାଣର ଦୋଷୀ ହୋଇଥିବା ବେଳେ କ’ଣ ପାଇଁ ଯୁବତୀଙ୍କୁ ଛାଡ଼ି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସଂପୃକ୍ତ ଯୁବତୀଙ୍କୁ ପୁଲିସ୍‌ 41 ସିଆରପିସିରେ ନୋଟିସ୍ କରି ଛାଡ଼ି ଦେଇଛି ।

ଯୁବତୀଙ୍କ ଅଭିଯୋଗ ଆଧାରରେ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ସେହିପରି ବ୍ୟାଙ୍କ ଅଧିକାରୀଙ୍କ ଅଭିଯୋଗ କ୍ରମେ ଯୁବତୀଙ୍କ ୩ଜଣ ପୁରୁଷ ବନ୍ଧୁଙ୍କୁ ପୁଲିସ୍‌ କୋର୍ଟଚାଲାଣ କରିଛି । ତାଙ୍କ ବିରୋଧରେ ଅପହରଣ, ଲୁଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ଲାଗିଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos