ଘନ କୁହୁଡ଼ି: ଦିଲ୍ଲୀରୁ ଓଡ଼ିଶା ଆସିବାକୁ ଥିବା ଏକାଧିକ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ନୂଆଦିଲ୍ଲୀରେ ରେଳ ସେବା ପ୍ରଭାବିତ ହୋଇଛି। ଏଠାକୁ ଯାଆସ କରୁଥିବା ଅନେକ ଟ୍ରେନ୍‌ ବାତିଲ ହୋଇଯାଇଛି। ଆଜି ନୂଆଦିଲ୍ଲୀରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌କୁ ମଧ୍ୟ ବାତିଲ କରି ଦିଆଯାଇଛି। ସେହିପରି ଆଜି ଏଠାରୁ ଛାଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌କୁ ବାତିଲ କରି ଦିଆଯାଇଛି। ରାତିରେ ପୁରୀ ଅଭିମୁଖେ ଆସିବାକୁ ଥିବା ପୁରୀ-ନୀଳାଚଳ ଏକ୍ସପ୍ରେସ୍‌ ଓ ୧୨ ତାରିଖରେ ଏଠାରୁ ଛାଡ଼ିବାକୁ ଥିବା ଦିଲ୍ଲୀ-ପୁରୀ ନନ୍ଦନକାନନ ଏକ୍ସପ୍ରେସ୍‌କୁ […]

train

Rakesh Mallick
  • Published: Tuesday, 10 January 2017
  • , Updated: 10 January 2017, 12:42 PM IST

ନୂଆଦିଲ୍ଲୀ: ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ନୂଆଦିଲ୍ଲୀରେ ରେଳ ସେବା ପ୍ରଭାବିତ ହୋଇଛି। ଏଠାକୁ ଯାଆସ କରୁଥିବା ଅନେକ ଟ୍ରେନ୍‌ ବାତିଲ ହୋଇଯାଇଛି। ଆଜି ନୂଆଦିଲ୍ଲୀରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌କୁ ମଧ୍ୟ ବାତିଲ କରି ଦିଆଯାଇଛି। ସେହିପରି ଆଜି ଏଠାରୁ ଛାଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌କୁ ବାତିଲ କରି ଦିଆଯାଇଛି। ରାତିରେ ପୁରୀ ଅଭିମୁଖେ ଆସିବାକୁ ଥିବା ପୁରୀ-ନୀଳାଚଳ ଏକ୍ସପ୍ରେସ୍‌ ଓ ୧୨ ତାରିଖରେ ଏଠାରୁ ଛାଡ଼ିବାକୁ ଥିବା ଦିଲ୍ଲୀ-ପୁରୀ ନନ୍ଦନକାନନ ଏକ୍ସପ୍ରେସ୍‌କୁ ମଧ୍ୟ ବାତିଲ କରି ଦିଆଯାଇଛି।

Related story