ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା

ଜୟପୁର (ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍‌ ଅନ୍ତର୍ଗତ କେବିଡିରେ ଏକ କଲଭର୍ଟରୁ ଗୋଟିଏ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗାଁ ଲୋକେ ଶିଶୁଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର କରାଯିବା ପରେ ଶିଶୁଟିକୁ ରାବଣାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ଅବସ୍ଥା ଭଲ ଥିବା ଜଣାପଡ଼ିଛି। ଶିଶୁଟିକୁ ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରାଯାଇଛି। ଶିଶୁ ସୁରକ୍ଷା କମିଟି ସହାୟତାରେ ଶିଶୁଟିକୁ କୋରାପୁଟ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି। ଶିଶୁ ସୁରକ୍ଷା କମିଟିର ସଦସ୍ୟମାନେ […]

baby

Jyoshna Pradhan
  • Published: Monday, 28 January 2019
  • , Updated: 28 January 2019, 03:04 PM IST

ଜୟପୁର (ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍‌ ଅନ୍ତର୍ଗତ କେବିଡିରେ ଏକ କଲଭର୍ଟରୁ ଗୋଟିଏ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗାଁ ଲୋକେ ଶିଶୁଟିକୁ ଉଦ୍ଧାର କରିଥିଲେ।

ଉଦ୍ଧାର କରାଯିବା ପରେ ଶିଶୁଟିକୁ ରାବଣାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ଅବସ୍ଥା ଭଲ ଥିବା ଜଣାପଡ଼ିଛି।

ଶିଶୁଟିକୁ ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରାଯାଇଛି। ଶିଶୁ ସୁରକ୍ଷା କମିଟି ସହାୟତାରେ ଶିଶୁଟିକୁ କୋରାପୁଟ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଶିଶୁ ସୁରକ୍ଷା କମିଟିର ସଦସ୍ୟମାନେ ଗାଁରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Related story