ମୋହନା (ଓଡ଼ିଶା ରିପୋର୍ଟର): କେତେବେଳେ ଡାକ୍ତରଖାନା ପଛପଟୁ ତ କେତେବେଳେ ରାସ୍ତାକଡ଼ରୁ ଉଦ୍ଧାର ହେଉଛନ୍ତି ନବଜାତ ଶିଶୁ। ବିଭିନ୍ନ ସମୟରେ ଏଭଳି ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ସେମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗାଁର ଏକ ପୋଖରୀ ହୁଡ଼ାରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।
ଆଜି ସକାଳେ ଗାଁର କିଛି ମହିଳା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଶିଶୁକନ୍ୟାଟିର କାନ୍ଦ ଶୁଣିଥିଲେ। ଏକ ଟି ଶାର୍ଟ ଘୋଡ଼ାଇ କେହି ଶିଶୁକନ୍ୟାଟିକୁ ପୋଖରୀ ହୁଡ଼ାରେ ଛାଡ଼ି ପଳାଇଥିଲେ।
ଗାଁର ସସ୍ମିତା ନାୟକ ଶିଶୁକନ୍ୟାଟିକୁ ତାଙ୍କ ଘରେ ରଖିଛନ୍ତି। ଶିଶୁକନ୍ୟାଟି ୨ ଦିନର ହେବ ବୋଲି କୁହାଯାଉଛି। ଘଟଣା ସଂପର୍କରେ ଚାଇଲ୍ଡ ଲାଇନକୁ ଖବର ଦିଆଯାଇଛି। ତେବେ ଖବର ଲେଖାଯିବା ବେଳକୁ ଚାଇଲ୍ଡ ଲାଇନ୍ର ସଦସ୍ୟମାନେ ଗାଁରେ ପହଞ୍ଚି ନଥିଲେ।
ଶିଶୁ କନ୍ୟାକୁ ରଖିଥିବା ସସ୍ମିତା ନାୟକ କହିଛନ୍ତି, ମୋର ଛୁଆପିଲା ନାହାନ୍ତି। ଛୁଆଟିକୁ ମୋ ପାଖରେ ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜସ୍ୱ ବିଭାଗର ଚେତାବନୀ: ହ୍ରାସପାଇଲାଣି ସରକାରୀ ଜମି, ଆଉ ମନଇଚ୍ଛା ପ୍ରସ୍ତାବ ଦିଅନି
ଆଉ ମନଇଚ୍ଛା ଜମି ହସ୍ତାନ୍ତର ପାଇଁ ପ୍ରସ୍ତାବ ନଦେଇ ବାସ୍ତବରେ ଆବଶ୍ୟକ ହେଉଥିବା ଜମିର ବିବେକାନୁମୋଦିତ ସଠିକ୍ ଆକଳନ କରାଯାଉ।
Politics
ମୋତେ ମାରି ଉପନିର୍ବାଚନ କରିବାକୁ ଯୋଜନା ରଖିଥିଲେ; କାହା ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ବିଧାୟକ
ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍ କରିଥିଲେ। ଯାହା ହେଲା ହେଲା, କଂପ୍ରୋମାଇଜ୍ କରିଦିଅ କହିଥିଲେ। ଲୋକ ଲଗାଇ ପିଟିବେ, ପୁଣି କଂପ୍ରୋମାଇଜ୍ ପାଇଁ କହିବେ।
Health
୨୪ଘଣ୍ଟା ଖୋଲା ରହିବ ‘ନିରାମୟ’ ମେଡିସିନ୍ ଷ୍ଟୋର, ବନ୍ଦ କଲେ କାର୍ଯ୍ୟାନୁଷ୍ଠାନ
ରାଜ୍ୟ ସରକାର ରୋଗୀଙ୍କୁ ମାଗଣାରେ ସମସ୍ତ ‘ନିରାମୟ’ ମେଡିସିନ୍ ଷ୍ଟୋରରେ ଔଷଧ ଯୋଗାଉଛନ୍ତି। କିନ୍ତୁ ଏହି ନିରାମୟ କେନ୍ଦ୍ରଗୁଡ଼ିକ ରାତିରେ ବନ୍ଦ ରହୁଥିବା ଓ ଆବଶ୍ୟକ ଔଷଧ ନଥିବା ଯୋଗୁ ରୋଗୀଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
Events & Festivals
ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାର ଗଢ଼ିଲେ କମିଟି: ଅମିତ୍ ଶାହ ଅଧ୍ୟକ୍ଷ, ୨୩ଜଣ ସଦସ୍ୟ
ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।
Miscellaneous
ଦୁଇରୁ ଅଧିକ ସନ୍ତାନ ଥିବାରୁ ଗଲା ସମବାୟ ସଭାପତି ପଦ
ଦୁଇରୁ ଅଧିକ ପିଲା ଥିବାରୁ ବାପୁଜୀ ନଗର କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି ଓ ସଭ୍ୟ ପଦ ହରାଇଛନ୍ତି ବିଶ୍ୱରଂଜନ ମହାନ୍ତି। ତାଙ୍କର ଦୁଇରୁ ଅଧିକ ପିଲା ଥିବାନେଇ ଓଡ଼ିଶା ରିପୋର୍ଟରରେ ଗତ ବର୍ଷ ପ୍ରମାଣ ସହ ବାଜିଥିଲା ଖବର।