ରାଜଧାନୀରେ କରୋନା ଉପରମୁହାଁ, ଆଜି ଆଉ ୧୭୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢ଼ିଚାଲିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ଆଉ ୧୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି । ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ସର୍ବାଧିକ ୩୧ଜଣ ପଟିଆ ଅଂଚଳରୁ, ୨୦ଜଣ ଚନ୍ଦ୍ରଶେଖରପୁର ଓ ୧୯ଜଣ ନୟାପଲ୍ଲୀ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଗତକାଲି ୨୩ଜଣ […]

bmc

Ordigital Desk
  • Published: Thursday, 07 July 2022
  • , Updated: 08 July 2022, 02:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢ଼ିଚାଲିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ଆଉ ୧୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।

ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ସର୍ବାଧିକ ୩୧ଜଣ ପଟିଆ ଅଂଚଳରୁ, ୨୦ଜଣ ଚନ୍ଦ୍ରଶେଖରପୁର ଓ ୧୯ଜଣ ନୟାପଲ୍ଲୀ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଗତକାଲି ୨୩ଜଣ ସଂକ୍ରମିତ ନୟାପଲ୍ଲୀ ଅଂଚଳରୁ, ୧୮ଜଣ ଗାଡ଼କଣରୁ ୧୪ଜଣ ଓଲଡ ଟାଉନରୁ, ୧୩ଜଣ ଲେଖାଏଁ ଚନ୍ଦ୍ରଶେଖରପୁର ଓ ପାତ୍ରପଡ଼ା ଅଂଚଳରୁ ଚିହ୍ନଟ ହୋଇଥିଲେ । ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଆଜି ମୋଟ ୧୮୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେବଳ ରାଜଧାନୀ ଭୁବନେଶ୍ୱରରେ ଏହି ସଂଖ୍ୟା ୧୭୬ । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ ଆଜି ମୋଟ ୬୩୩ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସବୁଠୁ ଚିନ୍ତାର ବିଷୟ ହେଉଛି ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଉଥିବା ରୋଗୀମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ ।

https://twitter.com/bmcbbsr/status/1545029868454289413?s=20&t=dvzPkQp0kxZbFqjxLo6V2Q

ବିଏମସିର ତଥ୍ୟ ଅନୁସାରେ, ରାଜଧାନୀ ଭୁବନେଶ୍ୱରରେ ଜୁଲାଇ ୧ ତାରିଖ ରଥଯାତ୍ରା ଦିନ ମାତ୍ର ୭୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨ରେ ୮୩, ୩ତାରିଖରେ ୧୭୦ଜଣ, ୪ ତାରିଖରେ ୧୩୧ଜଣ, ୫ତାରିଖରେ ୧୭୦ଜଣ ଓ ୬ତାରିଖରେ ୧୮୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ଗତ ୨୮ମାସ ମଧ୍ୟରେ ୧.୫୮ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରେ ୧୧୯୩ଜଣଙ୍କ ମୃତ୍ୟୁ ହୋଇଛି ।

ବିଏମସି ପକ୍ଷରୁ ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ କରୋନା କଟକଣାକୁ କଡ଼ାକଡ଼ି ପାଳନ ଦିଗରେ ପ୍ରଶାସନର ଅବହେଳା ଓ ଲୋକମାନଙ୍କର ବେପରୁୱା ନୀତି ଯୋଗୁ ରାଜଧାନୀରେ କରୋନା ପୁଣିଥରେ ଲମ୍ବା ଡ଼ିଆଁ ଦେଇପାରେ ବୋଲି ଆଶଙ୍କା କରାଯାଉଛି ।

Related story