ରାଜଧାନୀରେ କରୋନା ଛୁଇଁଲା ତ୍ରିଶତକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ରେକର୍ଡ଼ ସଂଖ୍ୟକ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୬୬ କ୍ୱାରେଣ୍ଟାଇନ୍‌ରୁ ଓ ୧୬୬ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୧୫୦ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under the BMC area on 19th Aug 2020(till 9am). Further […]

bhubaneswar

bhubaneswar

Manoranjan Sial
  • Published: Wednesday, 19 August 2020
  • Updated: 19 August 2020, 05:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ରେକର୍ଡ଼ ସଂଖ୍ୟକ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୬୬ କ୍ୱାରେଣ୍ଟାଇନ୍‌ରୁ ଓ ୧୬୬ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୧୫୦ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1296050464954310657?s=20

ବାଣୀବିହାର ପଥରବନ୍ଧରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୀଳାଦ୍ରି ବିହାରରୁ ୬, ଡୁମୁଡୁମାରୁ ୫, ସରକନ୍ତରାରୁ ୫, ନୀଳାଦ୍ରି ବିହାର ପଣ୍ଡା ପାର୍କ ଅଞ୍ଚଳରୁ ୫, ୟୁନିଟ-୬ ରାଧାକୃଷ୍ଣ ବସ୍ତିରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୬୦୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୮୪୦ ଜଣ ଅରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୨୦୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos