ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୪୭ ଲୋକାଲ୍ କେସ୍
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୭୨ କ୍ୱାରେଣ୍ଟାଇନ୍ରୁ ଓ ୧୪୭ ଜଣ ଲୋକାଲ୍ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ୧୧୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 20th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/PVh1sME52t— BMC (@bmcbbsr) August 20, 2020
ମଞ୍ଚେଶ୍ୱର ଅଞ୍ଚଳରୁ ୧୬, ବୁଦ୍ଧ ନଗର ଗୋପବନ୍ଧୁ କଲୋନିରୁ ୧୨, ୟୁନିଟ-୬ ଅଞ୍ଚଳରୁ ୯, ବରମୁଣ୍ଡାରୁ ୬, ଡୁମୁଡୁମାରୁ ୬, ଭୋଇ ନଗରରୁ ୬, ବୁଦ୍ଧେଶ୍ୱରୀ କଲୋନିରୁ ୫, ପଟିଆ ଶ୍ରୀ ବିହାରରୁ ୫ ଜଣ ଲୋକାଲ୍ କେସ୍ ଚିହ୍ନଟ ହୋଇଛି। ସେହିପରି ମଞ୍ଚେଶ୍ୱରରୁ ୫, ଭିଏସ୍ଏସ୍ ନଗରରୁ ୫ ଓ ବଡ଼ଗଡ଼ ବ୍ରିଟ କଲୋନିରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୬୩୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୯୫୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୪୦୫ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।