ଭୁବନେଶ୍ୱରରୁ ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୮୬ ଲୋକାଲ୍ କେସ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୬ କ୍ୱାରେଣ୍ଟାଇନ୍ରୁ ଓ ୨୮୬ ଲୋକାଲ୍ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ଆଜି ୪୦୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 16th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/ZKDEzrmKDN— BMC (@bmcbbsr) September 16, 2020
ବଡ଼ଗଡ଼ ବ୍ରିଟ୍ କଲୋନୀରୁ ୪, ବରମୁଣ୍ଡାରୁ ୮, ଆଇଆର୍ସି ଭିଲେଜରୁ ୪, ବିଜେବି ନଗରରୁ ୩, ବ୍ରହ୍ମେଶ୍ୱର ପାଟଣାରୁ ୩, ଚନ୍ଦ୍ରଶେଖରପୁରରୁ ୫, ଡୁମ୍ଡୁମାରୁ ୩, କୋଳଥିଆରୁ ୫, ଖାରବେଳ ନଗରରୁ ୪, କଳିଙ୍ଗନଗରରୁ ୪, ଝାରପଡ଼ାରୁ ୫, ଜୟଦେବ ବିହାରରୁ ୩, ସାଲିଆ ସାହିରୁ ୩, ଜାମୁଝରିରୁ ୫, ନୟାପଲ୍ଲୀରୁ ୧୩, ନୟାପଲ୍ଲୀ ବେହେରା ସାହିରୁ ୩, ନୀଳାଦ୍ରୀ ବିହାରରୁ ୬, ଓଲ୍ଡ ଟାଉନ୍ରୁ ୪, ପଟିଆରୁ ୮, ରାଜ ଭବନ କଲୋନୀରୁ ୫, ରସୁଲଗଡ଼ରୁ ୪, ମଞ୍ଚେଶ୍ୱରରୁ ୪, ସହିଦ ନଗରରୁ ୫, ଟଙ୍କପାଣି ରୋଡ୍ରୁ ୫, ୟୁନିଟ୍-୬ରୁ ୫, ସୁନ୍ଦରପଦାରୁ ୭, ୧୮ ଜଣ ବେସରକାରୀ ମେଡିକାଲ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ସମସ୍ତେ ଲୋକାଲ୍ କେସ।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରେ ୧୭୨୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୬୯୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୫୨୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।