ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୨୪ ଲୋକାଲ୍ କେସ୍
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୧୦୧ ଜଣ କ୍ୱାରେଣ୍ଟାଇନ୍ରୁ ଓ ୨୨୪ ଲୋକାଲ କେସ୍ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ୪୨୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 17th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/LDhJ2M81S6— BMC (@bmcbbsr) September 17, 2020
ବିଜେବି ନଗରରୁ ୩, ବରମୁଣ୍ଡା ଏଚ୍ବି କଲୋନୀରୁ ୪, ବାପୁଜୀ ନଗରରୁ ୪, ଚିନ୍ତାମଣିଶ୍ୱରରୁ ୩, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୬, କଟକ ରୋଡ୍ରୁ ୪, ଡମଣାରୁ ୫, ଫରେଷ୍ଟ ପାର୍କରୁ ୩, ଲୋଇସ୍ ରୋଡ୍ରୁ ୩, ଝାରପଡ଼ାରୁ ୬, ଜାମୁଝରିରୁ ୭, ଆଇଆର୍ସି ଭିଜେଲ୍ରୁ ୪, ଗେରେଜ ଛକ୍ରୁ ୫, ମଞ୍ଚେଶ୍ୱରରୁ ୩, ନୀଳାଦ୍ରି ବିହାରରୁ ୬, ପାଇକ ନଗରରୁ ୩, ପାହାଳରୁ ୩, ପାତ୍ରପଡ଼ାରୁ ୫, ପ୍ରାଇଭେଟ୍ ହସ୍ପିଟାଲ୍ର ୮ କର୍ମଚାରୀ, ୨ ପୁଲିସ କର୍ମଚାରୀ, ୟୁନିଟ୍-୯ରୁ ୫, ୟୁନିଟ୍-୮ରୁ ୩, ଶୈଳଶ୍ରୀ ବିହାରରୁ ୩, ସହିଦ୍ ନଗରରୁ ୩, ରସୁଲଗଡ଼ରୁ ୧୧ ଓ ରଙ୍ଗମାଟିଆରୁ ୨ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୧୭୬୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୧୧୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୪୨୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।