ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରୁ ଆଜି ଆଉ ୧୩୭ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୮ କ୍ୱାରେଣ୍ଟାଇନ୍ରୁ ଓ ୩୯ ଲୋକାଲ କଣ୍ଟାକ୍ଟ କେସ୍। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଆଜି ୭୫ ଜଣ ଆରୋଗ୍ୟ ହୋଇଛନ୍ତି।
ୟୁନିଟ-୧ ବସ୍ତିରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସତ୍ୟନଗରରୁ ୭, ଏକ ଘରୋଇ ହସ୍ପିଟାଲରୁ ୬ କର୍ମଚାରୀ, ଜୟଦୁର୍ଗା ନଗରରୁ ୫, କଳ୍ପନା ଛକ ଅଞ୍ଚଳରୁ ୫, ଶାସ୍ତ୍ରୀ ନଗର ଅଞ୍ଚଳରୁ ୪ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛି।
https://twitter.com/bmcbbsr/status/1288450904455122944?s=20
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୨୫୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୧୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୭୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।