ଖସୁଛି ପାରଦ, ୬ ଜିଲ୍ଲାକୁ କୁହୁଡ଼ି ଆଲର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖସୁଛି ପାରଦ, ବଢ଼ୁଛି ଶୀତ। ଆଗାମୀ ୪-୫ ଦିନ ଯାଏଁ ରାତ୍ରୀ ତାପମାତ୍ରା ସ୍ଵାଭାବିକ ତାପମାତ୍ରା ଠାରୁ ୩-୪ ଡିଗ୍ରୀ କମ ରହିବାର ସମ୍ଭାବନା ରହିଛି। ରାଜ୍ୟର ଅନେକ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିବ। ଆସନ୍ତା ୨ ଦିନ ୬ ଜିଲ୍ଲାରେ ପ୍ରବଳ କୁହୁଡ଼ି ଦେଖାଦେବ। ଏହି ଜିଲ୍ଲାଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି। ଏହି ସ୍ଥାନମାନଙ୍କରେ ଅଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ। ଏନେଇ ଆଜି […]

fog

  • Published: Tuesday, 15 November 2022
  • , Updated: 15 November 2022, 09:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖସୁଛି ପାରଦ, ବଢ଼ୁଛି ଶୀତ। ଆଗାମୀ ୪-୫ ଦିନ ଯାଏଁ ରାତ୍ରୀ ତାପମାତ୍ରା ସ୍ଵାଭାବିକ ତାପମାତ୍ରା ଠାରୁ ୩-୪ ଡିଗ୍ରୀ କମ ରହିବାର ସମ୍ଭାବନା ରହିଛି। ରାଜ୍ୟର ଅନେକ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିବ। ଆସନ୍ତା ୨ ଦିନ ୬ ଜିଲ୍ଲାରେ ପ୍ରବଳ କୁହୁଡ଼ି ଦେଖାଦେବ। ଏହି ଜିଲ୍ଲାଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି। ଏହି ସ୍ଥାନମାନଙ୍କରେ ଅଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ। ଏନେଇ ଆଜି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଜି.ଉଦୟଗିର ଏବଂ ଶିମିଳିଗୁଡାରେ ୧୦ ଡ଼ିଗ୍ରୀ ତଳେ ପାରଦ ରେକର୍ଡ ହୋଇଛି। ୨୦ ସ୍ଥାନର ପାରଦ ୧୫ ଡ଼ିଗ୍ରୀ ତଳେ  ରହିଛି। ଜି.ଉଦୟଗିରି ରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୨ଡ଼ିଗ୍ରୀ ରେକର୍ଡ ହୋଇଛି। ଯେତେବେଳେ କି ଭୁବନେଶ୍ୱରର ରାତିର ତାପମାତ୍ର ୧୬ ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ ୫ ଦିନ ରାତ୍ରି ତାପମାତ୍ରାରେ ସ୍ୱଭାବିକ ଠାରୁ ୨.୪ ଡିଗ୍ରୀ କମ୍ ରହିବ  ଓ ପାଗ ଶୁଖିଲା ଅନୁଭୂତ ହେବ ବୋଲି କହିଛନ୍ତି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ସେପଟେ ଆସନ୍ତାକାଲି ଅର୍ଥାତ୍ ୧୬ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ନେଇ କୌଣସି ପୂର୍ବାନୁମାନ କରାଯାଉନି।

Related story