‘ମାସକ ଭିତରେ ୬ଟି ଖଣି ନିଲାମ ହେବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଏକ ମାସ ମଧ୍ୟରେ ରାଜ୍ୟର ଆଉ ୬ଟି ଖଣି  ନିଲାମ କରାଯିବ। ଏଥିପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ସେ କହିଛନ୍ତି-“ନିଲାମ ହେବାକୁ ଥିବା ଖଣି ମଧ୍ୟରେ ୪ଟି ଲୁହାପଥର ଖଣି, ଗୋଟିଏ ଗ୍ରାଫାଇଟ୍ ଖଣି ଓ ଗୋଟିଏ ଚୂନପଥର ଖଣି ରହିଛି। ଗ୍ରାଫାଇଟ୍ ଖଣିଟି ବଲାଙ୍ଗୀର ଜିଲ୍ଲାରେ ଥିବାବେଳେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ରହିଛି […]

mineing scam

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 08:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଏକ ମାସ ମଧ୍ୟରେ ରାଜ୍ୟର ଆଉ ୬ଟି ଖଣି  ନିଲାମ କରାଯିବ। ଏଥିପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ।

ସେ କହିଛନ୍ତି-“ନିଲାମ ହେବାକୁ ଥିବା ଖଣି ମଧ୍ୟରେ ୪ଟି ଲୁହାପଥର ଖଣି, ଗୋଟିଏ ଗ୍ରାଫାଇଟ୍ ଖଣି ଓ ଗୋଟିଏ ଚୂନପଥର ଖଣି ରହିଛି। ଗ୍ରାଫାଇଟ୍ ଖଣିଟି ବଲାଙ୍ଗୀର ଜିଲ୍ଲାରେ ଥିବାବେଳେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ରହିଛି ଲୁହାପଥର ଖଣି।”

ସେ କହିଛନ୍ତି-“ପୂର୍ବରୁ  ୩ଟି ଲୁହାପଥର ଖଣି, ଗୋଟିଏ ଚୂନପଥର ଖଣି ଓ ଗୋଟିଏ ମାଙ୍ଗାନିଜ୍ ଖଣି ନିଲାମ ହୋଇଥିଲା। ଏହି ଖଣି ଗୁଡ଼ିକରୁ କିଭଳି ଉତ୍ତୋଳନ ଆରମ୍ଭ ହେବ, ଏଥିପାଇଁ ଆସୁଥିବା ପ୍ରତିବନ୍ଧକ ଯଥା, ଜଙ୍ଗଲ, ପରିବେଶ ଓ ଜମି ସମ୍ପର୍କିତ ଅନୁମତ ମିଳିବା ନେଇ ଖଣି, ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଛି।”

Related story