ଗ୍ରୀନ୍ ଟ୍ରିବ୍ୟୁନାଲ ଛାଟ : ଓଡ଼ିଶା ସରକାରଙ୍କ ଉପରେ ଏକ କୋଟି ଟଙ୍କାର ତଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରିବେଶ ନିୟମକୁ ଉଲ୍ଲଘଂନ କରି ଶାଳ ଜଙ୍ଗଲରେ ପିଜୁଳି ଗଛ ଲଗାଇବା ରାଜ୍ୟ ସରକାରଙ୍କୁ ମହଙ୍ଗା ପଡ଼ିଛି । ଯାଜପୁର ଜିଲ୍ଲାର ସୁକିନ୍ଦା ତହସିଲ ଅନ୍ତର୍ଗତ ବୋତଳଣ୍ଡା ଓ କାରାଗୋଳାରେ ପ୍ରାୟ ୩୭୭.୮୩ ଏକର ପରିମିତ ଅଂଚଳରେ ଶାଳ ଗଛକୁ କାଟି ପିଜୁଳି ଗଛ ଲଗାଇବା କାରଣରୁ ଓଡ଼ିଶା ସରକାରଙ୍କ ଉପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ଏକ କୋଟି ଟଙ୍କାର ଜୋରିମାନା ରୁଜୁ କରିଛନ୍ତି । ଏହି ଜୋରିମାନା ଅର୍ଥକୁ ଦୁଇ ସପ୍ତାହ ମଧ୍ୟରେ […]

NGT

Ordigital Desk
  • Published: Wednesday, 25 May 2022
  • , Updated: 25 May 2022, 08:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରିବେଶ ନିୟମକୁ ଉଲ୍ଲଘଂନ କରି ଶାଳ ଜଙ୍ଗଲରେ ପିଜୁଳି ଗଛ ଲଗାଇବା ରାଜ୍ୟ ସରକାରଙ୍କୁ ମହଙ୍ଗା ପଡ଼ିଛି । ଯାଜପୁର ଜିଲ୍ଲାର ସୁକିନ୍ଦା ତହସିଲ ଅନ୍ତର୍ଗତ ବୋତଳଣ୍ଡା ଓ କାରାଗୋଳାରେ ପ୍ରାୟ ୩୭୭.୮୩ ଏକର ପରିମିତ ଅଂଚଳରେ ଶାଳ ଗଛକୁ କାଟି ପିଜୁଳି ଗଛ ଲଗାଇବା କାରଣରୁ ଓଡ଼ିଶା ସରକାରଙ୍କ ଉପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ଏକ କୋଟି ଟଙ୍କାର ଜୋରିମାନା ରୁଜୁ କରିଛନ୍ତି । ଏହି ଜୋରିମାନା ଅର୍ଥକୁ ଦୁଇ ସପ୍ତାହ ମଧ୍ୟରେ କଟକ ଡିଏଫଓଙ୍କ ନିକଟରେ ୨ମାସ ମଧ୍ୟରେ ଦାଖଲ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ତପନ କୁମାର ବରାଳଙ୍କ ଅଭିଯୋଗର ଶୁଣାଣି କରି ଏନଜିଟିଙ୍କ ପୂର୍ବାଂଚଳ ଖଣ୍ଡପୀଠର ଜଷ୍ଟିସ ବି ଅମିତ୍ ସ୍ଥାଲେକର, ଜଷ୍ଟିସ ଶୈବାଳ ଦାସଗୁପ୍ତାଙ୍କ ଖଣ୍ଡପୀଠ ସୋମବାର ରାଜ୍ୟ ସରକାରଙ୍କୁ ଏକ କୋଟି ଟଙ୍କାର ଜୋରିମାନା ରାଶି କଟକ ଫରେଷ୍ଟ ଡିଭିଜନ ଅଧିକାରୀ(ଡିଏଫଓ)ଙ୍କ ନିକଟରେ ୨ମାସ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଏକ କୋଟି ଟଙ୍କା ଜୋରିମାନାକୁ କିଭଳି ଖର୍ଚ୍ଚ କରାଯିବ ସେ ନେଇ ଯାଜପୁର ଜିଲ୍ଲାପାଳଙ୍କ ସହ ବିଚାରବିମର୍ଶ କରି ସେଠାରେ ଜୈବବିବିଧତା ପାର୍କ ବିକଶିତ କରିବା ସହ ହର୍ବାଲ ଗାର୍ଡେନ, ଔଷଧୀୟ ବୃକ୍ଷ ଆଦି ଲଗାଇବା ନିମନ୍ତେ କଟକ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ପୃକ୍ତ ଅଂଚଳରେ ଜେନେଟିକ୍ ଓ ପାରିପାଶ୍ୱିର୍କ ବିବିଧତାରେ ସୁଧାର କରିବା ଏହାର ଲକ୍ଷ୍ୟ ବୋଲି ଖଣ୍ଡପୀଠ କହିଛନ୍ତି ।
ଉକ୍ତ ଜଙ୍ଗଲ ଜମି କେଉଁ ବର୍ଗ ଓ ତା’ର ସ୍ଥିତାବସ୍ଥା କ’ଣ ଜାଣିବା ପାଇଁ ଏନଜିଟିଙ୍କ ଖଣ୍ଡପୀଠ ପୂର୍ବରୁ୩ଜଣିଆ କମିଟି ଗଠନ କରି ରିପୋର୍ଟ ଦାଖଲ କରିବାକୁ କହିଥିଲେ । ଯେଉଁ ଜମି ଶାଳ ଜଙ୍ଗଲ ଭାବେ ଚିହ୍ନଟ ହୋଇସାରିଛି ସେଠାରେ ପିଜୁଳି ବୃକ୍ଷରୋପଣ କିଭଳି ହେଉଥିଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଶାଳ ଜଙ୍ଗଲରେ ଲାଗୁ ଥିବା ଗଛ ବର୍ଗରେ ପିଜୁଳି ଆସେନି । ଜମିର କିସମ ଶାଳ ଜଙ୍ଗଲ ବା ପତିତ ଜଙ୍ଗଲ ବୋଲି ଚିହ୍ନଟ ହୋଇସାରିଥିବାବେଳେ ସେଠାରେ ଜଙ୍ଗଲ ବ୍ୟତିରକେ ଅନ୍ୟ ଗଛ ଲଗାଇବା ଅନୁଚିତ । ଯଦି କୌଣସି ଗଛ ଲଗାଯିବ ସେଥିପାଇଁ କେନ୍ଦ୍ର ସରକାରଙ୍କଠୁ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଧାରା ୨ ଅନ୍ତର୍ଗତ ଅନୁମତି ଆଣିବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି।

Related story