କେନାପାଲି ବାଲିଘାଟକୁ ଏନ୍‌ଜିଟି ଝଟ୍‌କା, ୪ ସପ୍ତାହରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ବଣାଇ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ତହସିଲରେ ଥିବା କେନାପାଲି ବାଲିଘାଟକୁ ଏନଜିଟି ଝଟ୍‌କା। ବାଲିଘାଟରୁ ବାଲି ଉଠାଣ ନେଇ ଏକ ୫ ଜଣିଆ ଟିମ୍‌କୁ ୪ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୫ ଜଣିଆ କମିଟିରେ ଜଙ୍ଗଲ ପରିବେଶ ମନ୍ତ୍ରାଳୟର ବରିଷ୍ଠ ବୈଜ୍ଞାନିକ, ପରିବେଶ ବିଭାଗର ଆଞ୍ଚଳିକ ଅଧିକାରୀ, ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ମାଇନିଂ ଅଧିକାରୀ ପ୍ରମୁଖ ଅଛନ୍ତି। କେନାପାଲି ବାଲିଘାଟରୁ ଅତ୍ୟଧିକ ବାଲି ଉଠାଣ ଯୋଗୁ […]

_BALIGHATA

Tapaswini Nayak
  • Published: Saturday, 11 December 2021
  • , Updated: 11 December 2021, 01:05 PM IST

ବଣାଇ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ତହସିଲରେ ଥିବା କେନାପାଲି ବାଲିଘାଟକୁ ଏନଜିଟି ଝଟ୍‌କା। ବାଲିଘାଟରୁ ବାଲି ଉଠାଣ ନେଇ ଏକ ୫ ଜଣିଆ ଟିମ୍‌କୁ ୪ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ୫ ଜଣିଆ କମିଟିରେ ଜଙ୍ଗଲ ପରିବେଶ ମନ୍ତ୍ରାଳୟର ବରିଷ୍ଠ ବୈଜ୍ଞାନିକ, ପରିବେଶ ବିଭାଗର ଆଞ୍ଚଳିକ ଅଧିକାରୀ, ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ମାଇନିଂ ଅଧିକାରୀ ପ୍ରମୁଖ ଅଛନ୍ତି।

କେନାପାଲି ବାଲିଘାଟରୁ ଅତ୍ୟଧିକ ବାଲି ଉଠାଣ ଯୋଗୁ ଗ୍ରାମ୍ୟ ରାସ୍ତା ଖରାପ ହେବା ନେଇ ଗ୍ରାମବାସୀ ଆନ୍ଦୋଳନ କରିଥିଲେ। ଗାଁ ରାସ୍ତା ଦେଇ ଭାରି ଯାନ ସବୁବେଳେ ଯିବା ଆସିବା କରିବା ଫଳରେ ରାସ୍ତାରୁ ପିଚୁ ଉଠି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।

ଏନେଇ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରସ୍ଥ ହେଇଥିଲେ। ହେଲେ ସେମାନଙ୍କ କଥା କେହି ଶୁଣି ନଥିଲେ। ପରେ ଗ୍ରାମବାସୀ ହାଇକୋର୍ଟର ଦ୍ୱାରସ୍ଥ  ହୋଇଥିଲେ। ପରେ ଗ୍ରାମବାସୀ ଏନଜିଟିର ଦ୍ୱାରସ୍ଥ ହୋଇଥିଲେ।

Related story