ଗଛକଟାରେ ଜଙ୍ଗଲ ଆଇନର ଉଲ୍ଲଂଘନ ହୋଇଛି: ଏନ୍‌ଜିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ବଳରାମପୁରରେ ମଦ ଫ୍ୟାକ୍ଟ୍ରି ପାଇଁ ଗଛକଟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଲାଗିଛି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି) ଛାଟ। ଗଛକଟାରେ ଜଙ୍ଗଲ ଆଇନର ୧୯୮୦ର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା କହିଛନ୍ତି ଏନଜିଟି। କେଉଁ ପରିସ୍ଥିତିରେ ଶହ ଶହ ମୂଲ୍ୟବାନ ଗଛ କଟା ହେଲା ସେ ନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।   ଢେଙ୍କାନାଳ ଜିଲ୍ଲା […]

sandal atree-theft-from-ouat

Manoranjan Sial
  • Published: Tuesday, 27 November 2018
  • , Updated: 27 November 2018, 07:41 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ବଳରାମପୁରରେ ମଦ ଫ୍ୟାକ୍ଟ୍ରି ପାଇଁ ଗଛକଟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଲାଗିଛି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି) ଛାଟ। ଗଛକଟାରେ ଜଙ୍ଗଲ ଆଇନର ୧୯୮୦ର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା କହିଛନ୍ତି ଏନଜିଟି। କେଉଁ ପରିସ୍ଥିତିରେ ଶହ ଶହ ମୂଲ୍ୟବାନ ଗଛ କଟା ହେଲା ସେ ନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।
 
ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡ଼ି ଜଙ୍ଗଲରୁ ଏକ ମଦ ଫାକ୍ଟ୍ରି ପାଇଁ ରାତି ଅଧିଆ ଶହ ଶହ ମୂଲ୍ୟବାନ ଗଛ କଟା ଯାଇଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କର ତୀବ୍ର ଅସନ୍ତୋଷ ସାଙ୍ଗକୁ ଆକ୍ରୋଶ ଦେଖା ଦେଇଥିଲା। ଶେଷରେ ଗଛ ନକାଟିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। 

Related story