ବେଦାନ୍ତକୁ ଏନଜିଟି ଛାଟ, ୨୫ କୋଟି ଜରିମାନା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ସ୍ଥିତ ଆଲୁମିନା ରିଫାଇନାରୀ ଓ କ୍ୟାପଟିଭ୍ ପ୍ଲାଣ୍ଟ ସମ୍ପ୍ରସାରଣରେ ପରିବେଶ ଆଇନ ଉଲ୍ଲଘଂନ କରିଥିବା ଅଭିଯୋଗରେ ବେଦାନ୍ତ କମ୍ପାନୀକୁ ୨୫କୋଟି ଟଙ୍କା ଜୋରିମାନା ଦେବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ନିର୍ଦ୍ଦେଶ ଦେଇଛନ୍ତି । ଏନଜିଟି ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ବେଦାନ୍ତ ଲିମିଟେଡକୁ ୨୦୧୫ ନଭେମ୍ବର ୨୦ତାରିଖରେ ମିଳିଥିବା ପରିବେଶ ଅନୁମତି ବିରୁଦ୍ଧରେ ଆଗତ ଏକ ଆବେଦନର ଶୁଣାଣି କରି ମେ’ ମାସ ୨ତାରିଖରେ ଏହି ନିର୍ଦ୍ଦେଶ […]

vedanta

  • Published: Friday, 06 May 2022
  • , Updated: 06 May 2022, 10:37 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ସ୍ଥିତ ଆଲୁମିନା ରିଫାଇନାରୀ ଓ କ୍ୟାପଟିଭ୍ ପ୍ଲାଣ୍ଟ ସମ୍ପ୍ରସାରଣରେ ପରିବେଶ ଆଇନ ଉଲ୍ଲଘଂନ କରିଥିବା ଅଭିଯୋଗରେ ବେଦାନ୍ତ କମ୍ପାନୀକୁ ୨୫କୋଟି ଟଙ୍କା ଜୋରିମାନା ଦେବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ନିର୍ଦ୍ଦେଶ ଦେଇଛନ୍ତି ।
ଏନଜିଟି ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ବେଦାନ୍ତ ଲିମିଟେଡକୁ ୨୦୧୫ ନଭେମ୍ବର ୨୦ତାରିଖରେ ମିଳିଥିବା ପରିବେଶ ଅନୁମତି ବିରୁଦ୍ଧରେ ଆଗତ ଏକ ଆବେଦନର ଶୁଣାଣି କରି ମେ’ ମାସ ୨ତାରିଖରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀନ ଟ୍ରିବ୍ୟୁନାଲଙ୍କ ଖଣ୍ଡପୀଠ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, କମ୍ପାନୀ ବେଆଇନ ଭାବେ ତା’ର ସମ୍ପ୍ରସାରଣ କରିଛି । ତେଣୁ ପରିବେଶ ଆଇନର ଖୋଲା ଉଲ୍ଲଘଂନ କରିଥିବାରୁ ୨୫କୋଟି ଟଙ୍କାର କ୍ଷତିପୂରଣ ଧାର୍ଯ୍ୟ କରାଯାଇଛି । ପରବର୍ତ୍ତୀ ସମୟରେ ପରିବେଶ ଯୋଜନା ପ୍ରସ୍ତୁତ ଓ ତାକୁ କାର୍ଯ୍ୟକାରୀ ନିମନ୍ତେ ନିର୍ଦ୍ଦେଶ ଦେବେ ବୋଲି ଗ୍ରୀନ୍ ଟ୍ରିବ୍ୟୁନାଲ ତାଙ୍କ ରାୟରେ କହିଛନ୍ତି । ଏହି ୨୫କୋଟି ଟଙ୍କାକୁ ମାସକ ମଧ୍ୟରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଖରେ ଜମା କରିବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଟଙ୍କାକୁ ଏକ ସ୍ୱତନ୍ତ୍ର ଆକାଉଣ୍ଟରେ ରଖାଯିବ, ଯାହାକି ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ଖର୍ଚ୍ଚ କରାଯିବ କରାଯିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି ।
କମ୍ପାନୀ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ୫୦ହଜାର କୋଟି ଟଙ୍କାର ନିବେଶ କରାଯାଇଛି । ପରିବେଶ ସୁରକ୍ଷା ପାଇଁ ସବୁ ପ୍ରକାରର ପଦକ୍ଷେପ କମ୍ପାନୀ ନେଇଛି । ପ୍ରକଳ୍ପ ପାଇଁ ଆବଶ୍ୟକ ସମସ୍ତ ସାମ୍ବିଧାନିକ ଅନୁମତି ମଧ୍ୟ କମ୍ପାନୀ ହାସଲ କରିଛି । କିନ୍ତୁ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଖଣ୍ଡପୀଠ କମ୍ପାନୀର ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ । କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟଠାରୁ ପରିବେଶ ଅନୁମତି ନଆଣି କମ୍ପାନୀ ଆଂଶିକ ସମ୍ପ୍ରସାରଣ କାର୍ଯ୍ୟ କରି ଆଇନର ଉଲ୍ଲଘଂନ କରିଥିବା ଗ୍ରୀନ୍ ଟ୍ରିବ୍ୟୁନାଲ କହିଛନ୍ତି । ସେହିପରି ତେଲ ନଦୀରୁ କମ୍ପାନୀ ଦ୍ୱାରା ଜଳ ଉପଯୋଗ କରାଯିବା ଉପରେ ମଧ୍ୟ ଏନଜିଟି ଆପତ୍ତି ଉଠାଇଛନ୍ତି । ନଦୀରୁ ଜଳ ଉପଯୋଗ କରିବାକୁ ନେଇ ଏହାର ପ୍ରଭାବକୁ ଆକଳନ କରାଯିବା ଓ ନଦୀର ସୁରକ୍ଷା ପାଇଁ ଅତିରିକ୍ତ ସର୍ତ୍ତାବଳୀ ରହିବା ସପକ୍ଷରେ ଟ୍ରିବ୍ୟୁନାଲ ମତ ଦେଇଛନ୍ତି ।
ଏହାସହିତ ଗ୍ରୀନ ଟ୍ରିବ୍ୟୁନାଲ ମଧ୍ୟ ଏନେଇ ଏକ କମିଟି ଗଠନ କରିଛନ୍ତି । କମିଟିରେ ଓଡ଼ିଶା ଜଳସମ୍ପଦ ସଚିବ, କେନ୍ଦ୍ରୀୟ ଜଳ ଆୟୋଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଆଂଚଳିକ କାର୍ଯ୍ୟାଳୟକୁ ଏହି କମିଟିରେ ସାମିଲ କରାଯାଇଛି । ବେଦାନ୍ତ କମ୍ପାନୀ ଉପଯୋଗ କରୁଥିବା ଜଳ ଯୋଗୁ ନଦୀ ଉପରେ ପଡ଼ୁଥିବା ପ୍ରଭାବର ଆକଳନ କରିବା ଓ ଅତିରିକ୍ତ ସର୍ତ୍ତାବଳୀ ପ୍ରସ୍ତୁତ କରିବା ପାଇଁ ଏହି କମିଟିକୁ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।

Related story