ଛାତ୍ର ନିଶାନ୍ତଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ କରିବେ ଏନ୍‌ଏଚ୍‌ଆରସି

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ଛାତ୍ର ନିଶାନ୍ତଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି)। କମିଶନଙ୍କ ଦ୍ବାରା ଗଠିତ କମିଟିର ସଦସ୍ୟମାନେ ଆଜି ବଲାଙ୍ଗିରରେ ପହଞ୍ଚିବେ। ଆସନ୍ତାକାଲି ଠାରୁ ତଦନ୍ତ ଆରମ୍ଭ କରିବେ। ୭ଟି ଦିଗ ଉପରେ ଏହି ୩ ଜଣିଆ କମିଟିର ସଦସ୍ୟମାନେ ତଦନ୍ତ କରିବେ। ବିଶେଷ ଭାବେ ସୁପ୍ରିମକୋର୍ଟଙ୍କ ଆଣ୍ଟି ରାଗିଂ ଗାଇଡ୍ ଲାଇନ୍‌କୁ ଏଠାରେ ଠିକ୍ ଭାବେ ପାଳନ କରାଯାଇଛି ନା ନାହିଁ […]

NHRC

  • Published: Tuesday, 28 June 2022
  • , Updated: 28 June 2022, 03:03 PM IST

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ଛାତ୍ର ନିଶାନ୍ତଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି)। କମିଶନଙ୍କ ଦ୍ବାରା ଗଠିତ କମିଟିର ସଦସ୍ୟମାନେ ଆଜି ବଲାଙ୍ଗିରରେ ପହଞ୍ଚିବେ। ଆସନ୍ତାକାଲି ଠାରୁ ତଦନ୍ତ ଆରମ୍ଭ କରିବେ। ୭ଟି ଦିଗ ଉପରେ ଏହି ୩ ଜଣିଆ କମିଟିର ସଦସ୍ୟମାନେ ତଦନ୍ତ କରିବେ। ବିଶେଷ ଭାବେ ସୁପ୍ରିମକୋର୍ଟଙ୍କ ଆଣ୍ଟି ରାଗିଂ ଗାଇଡ୍ ଲାଇନ୍‌କୁ ଏଠାରେ ଠିକ୍ ଭାବେ ପାଳନ କରାଯାଇଛି ନା ନାହିଁ ଏବଂ ଛାତ୍ର ମୃତ୍ୟୁର ତଦନ୍ତ କଲେଜ ଓ ପୁଲିସ କର୍ତ୍ତୃପକ୍ଷ ଠିକ୍ ଭାବେ କରିଛନ୍ତି ନା ନାହିଁ, ତାହାର ଅନୁଧ୍ୟାନ କରିବେ। ୪ ଦିନ ଧରି ସେମାନେ ତଦନ୍ତ କରିବେ ଓ ଘଟଣା ପଛର ସତ୍ୟାସତ୍ୟ ଖୋଜି ବାହାର କରିବେ।

ତଦନ୍ତ ବେଳେ ଏହି ମାମଲାର ସମସ୍ତ ଦସ୍ତାବିଜ କମିଟିକୁ ଦିଆଯିବ ବୋଲି ଉଭୟ ମେଡିକାଲ କଲେଜ ଡିନ୍ ଓ ବଲାଙ୍ଗିର ଏସ୍‌ପି କହିଛନ୍ତି। ଏନ୍ଏଚ୍ଆରସି କମିଟି ଘଟଣାର ତଦନ୍ତ କରିବା ବେଳେ କଲେଜର ଅଧ୍ୟକ୍ଷ, ବିଭିନ୍ନ ବିଭାଗର ଏଚ୍ଓଡି, ହଷ୍ଟେଲର ୱାର୍ଡେନ, ଆଣ୍ଟି ରାଗିଂ କମିଟିର ସମସ୍ତ ସଦସ୍ୟ, ଆଣ୍ଟିରାଗିଂ ସ୍କ୍ୱାର୍ଡର ସଦସ୍ୟ ଓ କଲେଜର ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିବେ।

ସୂଚନାଥାଉକି, ଗତ ଏପ୍ରିଲ ୨୨ ତାରିଖରେ ନିଶାନ୍ତଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା। ନିଶାନ୍ତଙ୍କ ବାପା ହରିଆଣାରୁ ଆସିବା ପରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରିଥିବା ବେଳେ ଏ ପର୍ଯ୍ୟନ୍ତ ମୃତ୍ୟୁ ପଛର ରହସ୍ୟ ପର୍ଦ୍ଦାଫାସ କରିପାରିନି।

Related story