ଧୀରେ ଧୀରେ ରାଗିଲେଣି ନିଆଳି ଲୋକ: ଅଜଣା ଜନ୍ତୁ ଧରି ପାରିନଥିବାରୁ ଫରେଷ୍ଟର ଅଟକ

କଟକ: ନିଆଳିରେ ମେଣ୍ଢା ମାରୁଥିବା ଜଣା ଜନ୍ତୁ ଧରିବାରେ ପ୍ରଶାସନ ଏକ ପ୍ରକାର ଫେଲ ମାରିଛି। ଏଥିରେ ଉତ୍ତ୍ୟକ୍ତ ହୋଇ ଗାଁ ଲୋକେ ଆଜି ଫରେଷ୍ଟରଙ୍କୁ ଅଟକ ରଖିଛନ୍ତି। ମେଣ୍ଢା ମୃତ୍ୟୁ ଘଟଣାର ଅନୁସନ୍ଧାନ କରିବାକୁ ଆସିଥିବା ଫରେଷ୍ଟରଙ୍କୁ ବାହାରଣା ଗାଁ ଲୋକେ ଅଟକ ରଖିଛନ୍ତି। ଏ ସମ୍ପର୍କରେ ଖବର ପାଇ ନିଆଳି ପୋଲିସ ଗାଁରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ମାତ୍ର ଫରେଷ୍ଟରଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ଅଜଣା ଜନ୍ତୁ ନ […]

12

Rakesh Mallick
  • Published: Friday, 30 June 2017
  • , Updated: 30 June 2017, 03:15 PM IST

କଟକ: ନିଆଳିରେ ମେଣ୍ଢା ମାରୁଥିବା ଜଣା ଜନ୍ତୁ ଧରିବାରେ ପ୍ରଶାସନ ଏକ ପ୍ରକାର ଫେଲ ମାରିଛି। ଏଥିରେ ଉତ୍ତ୍ୟକ୍ତ ହୋଇ ଗାଁ ଲୋକେ ଆଜି ଫରେଷ୍ଟରଙ୍କୁ ଅଟକ ରଖିଛନ୍ତି। ମେଣ୍ଢା ମୃତ୍ୟୁ ଘଟଣାର ଅନୁସନ୍ଧାନ କରିବାକୁ ଆସିଥିବା ଫରେଷ୍ଟରଙ୍କୁ ବାହାରଣା ଗାଁ ଲୋକେ ଅଟକ ରଖିଛନ୍ତି। ଏ ସମ୍ପର୍କରେ ଖବର ପାଇ ନିଆଳି ପୋଲିସ ଗାଁରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ମାତ୍ର ଫରେଷ୍ଟରଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ଅଜଣା ଜନ୍ତୁ ନ ଧରିବା ଯାଏଁ ଫରେଷ୍ଟରଙ୍କୁ ଛଡ଼ା ଯିବ ନାହିଁ ବୋଲି ଗାଁ ଲୋକେ ଜିଦ୍‌ ଧରିଥିଲେ।

ନିଆଳିରେ ମେଣ୍ଢା ମାରୁଛି କିଏ? ଏହାକୁ ସସ୍‌ପେନ୍ସ ଜାରି ରହିଛି। ଏପର୍ଯ୍ୟନ୍ତ ମେଣ୍ଢା ମୃତ୍ୟୁ ଉପରୁ ପର୍ଦ୍ଦା ହଟିପାରୁ ନାହିଁ। କିନ୍ତୁ ପ୍ରଶାସନ ରାମଶିଆଳ ବାହାନା କରି ମୁଣ୍ଡରୁ ଦୋଷ ଖସାଇଛି। ଏହାଛଡ଼ା ଅଜଣା ଜନ୍ତୁକୁ ଚିହ୍ନଟ କରିବା ପାଇଁ ସିସିଟିଭି ଲଗାଇଥିବା ସହିତ ଧରିବା ପାଇଁ ଜନ୍ତା ବସାଇଛି। ଗାଁ ଲୋକେ ପାଳିକରି ଜଗୁଥିବା ବେଳେ ବାଣ ଫୁଟାଉଛନ୍ତି। ଏହା ସତ୍ତ୍ୱେ ଅଜଣା ଜନ୍ତୁ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇ ଅନ୍ଧାରର ସୁଯୋଗ ନେଇ ଶିକାର କରୁଛି। ଗତକାଲି ରାତିରେ ଅଜଣା ଜନ୍ତୁଟି ବାହାରଣା ପଞ୍ଚାୟତ ବାହାରଣା ଗୋଟିଏ ମେଣ୍ଢା ଶିକାର କରିଥିବା ବେଳେ ୪ ମେଣ୍ଢାକୁ କ୍ଷତବିକ୍ଷତ କରିଛି।

ଗତକାଲି ସନ୍ଧ୍ୟା ବେଳେ ମଝିଖଣ୍ଡ ଗାଁର ଜଅଣା ଜନ୍ତୁଟି ପଶି ମେଣ୍ଢା ଶିକାର କରିବାକୁ ଯାଉଥିବା ବେଳେ ହାବୁଡ଼ରେ ସଲିମୁଦ୍ଦିନ୍‌ ପଡ଼ିଥିଲା। ଫଳରେ ଅଜଣା ଜନ୍ତୁଟି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ଗାଁରେ ବିଜୁଳି ନଥିଲା।

Related story