ସବୁ ସତର୍କତାକୁ ପୁଣି ଆଖିଠାର ମାରିଲା ଅଜଣା ଜନ୍ତୁ, ଆଜି ମଣିଷକୁ ରାମ୍ପିଲା

ଭୁବନେଶ୍ୱର: କଟକ ଜିଲ୍ଲା ନିଆଳିରେ ଅଜଣା ଜନ୍ତୁର ଆତଙ୍କ। ଆଜି ସନ୍ଧ୍ୟାରେ ଅନ୍ଧାରର ସୁଯୋଗ ନେଇ ଅଜଣା ଜନ୍ତୁଟି ମଝିଖଣ୍ଡ ଗାଁର ସଲିମୁଦ୍ଦିନ୍‌ଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ଗାଁରେ ବିଜୁଳି ନଥିଲା। ପ୍ରଶାସନର ସବୁ ଉଦ୍ୟମ ସତ୍ତ୍ୱେ ଆଜି ଅଜଣା ଜନ୍ତୁଟି ଆକ୍ରମଣ କରିଛି। ଗତକାଲି ରାତିରେ ଗୋବିନ୍ଦପଦା ଗାଁରେ ଏକ ଗୁହାଳରେ ଅଜଣା ଜନ୍ତୁ ପଶି ଗୋଟିଏ ମେଣ୍ଢାର କଲିଜା ଖାଇଯାଇଥିଲା। ଅନ୍ୟ ୩ ଟି ମେଣ୍ଢା […]

sheep1-1

Rakesh Mallick
  • Published: Thursday, 29 June 2017
  • , Updated: 29 June 2017, 10:58 PM IST

ଭୁବନେଶ୍ୱର: କଟକ ଜିଲ୍ଲା ନିଆଳିରେ ଅଜଣା ଜନ୍ତୁର ଆତଙ୍କ। ଆଜି ସନ୍ଧ୍ୟାରେ ଅନ୍ଧାରର ସୁଯୋଗ ନେଇ ଅଜଣା ଜନ୍ତୁଟି ମଝିଖଣ୍ଡ ଗାଁର ସଲିମୁଦ୍ଦିନ୍‌ଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ଗାଁରେ ବିଜୁଳି ନଥିଲା।

ପ୍ରଶାସନର ସବୁ ଉଦ୍ୟମ ସତ୍ତ୍ୱେ ଆଜି ଅଜଣା ଜନ୍ତୁଟି ଆକ୍ରମଣ କରିଛି। ଗତକାଲି ରାତିରେ ଗୋବିନ୍ଦପଦା ଗାଁରେ ଏକ ଗୁହାଳରେ ଅଜଣା ଜନ୍ତୁ ପଶି ଗୋଟିଏ ମେଣ୍ଢାର କଲିଜା ଖାଇଯାଇଥିଲା। ଅନ୍ୟ ୩ ଟି ମେଣ୍ଢା ଗୁରୁତର ଆହତ ହୋଇଥିଲେ। ଅଜଣା ଜନ୍ତୁଟି ଗୁହାଳ ଭାଙ୍ଗି ଜାଲ ଛିଣ୍ଡାଇ ମେଣ୍ଢାକୁ ଆକ୍ରମଣ କରିଥିଲା। ଫଳରେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଦିନ ଅତିବାହିତ କରୁଛନ୍ତି।

କିଛି ସପ୍ତାହ ମଧ୍ୟରେ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମରେ ୩୦୦ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଆହତ ହୋଇଛନ୍ତି। ଏହାଛଡ଼ା କେତେକ ଲୋକ ମଧ୍ୟ ଆହତ ହୋଇଥିବା ଜଣାପଡ଼ି। ଏଥିପାଇଁ ବନ ବିଭାଗ ଓ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଇଛି। ଗାଁରେ ବାଣ ଫୁଟାଯାଉଛି। କେତେକ ସ୍ଥାନରେ ସିସିଟିଭି ଲାଗିଛି। ଏହା ସତ୍ତ୍ୱେ ପ୍ରଶାସନ ଅଜଣା ଜନ୍ତୁକୁ ଧରିବାରେ ବିଫଳ ହୋଇଛି। ସୁଯୋଗ ଦେଖି ମେଣ୍ଢା ଶିକାର କରୁଛି।

Related story