ଅମାନିଆ ହେଲେ ଜେଲରେ କଟିବ ରାତି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜିରୋ ନାଇଟ୍‌ ସେଲିବ୍ରେସନକୁ ନା।  ରାତି ୧୦ଟା ବେଳକୁ ଶୂନଶାନ ହେବ ସହର। ଜମିବନି ମସ୍ତି। ରାସ୍ତାଘାଟରେ ହେବନି କୋଳାହଳ। ଅମାନିଆ ହେଲେ ଉଠାଇ ନେବ ପୁଲିସ। ରାତି ଅଧରେ ସହରରେ ଚକ୍କର କାଟିଲେ ଜେଲରେ ବିତିବ ରାତି। କାହିଁକି ନା ନୂଆ ବର୍ଷ ଉପଲକ୍ଷେ ଆଜି ରାତି ପାଇଁ  ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ରାଜ୍ୟ ତମାମ ନାଇଟ କର୍ଫ୍ୟୁ ନିମନ୍ତେ ବ୍ୟାପକ ପୁଲିସ ବନ୍ଦୋବସ୍ତ […]

7nmb1

Tapas Behera
  • Published: Thursday, 31 December 2020
  • , Updated: 31 December 2020, 06:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜିରୋ ନାଇଟ୍‌ ସେଲିବ୍ରେସନକୁ ନା।  ରାତି ୧୦ଟା ବେଳକୁ ଶୂନଶାନ ହେବ ସହର। ଜମିବନି ମସ୍ତି। ରାସ୍ତାଘାଟରେ ହେବନି କୋଳାହଳ। ଅମାନିଆ ହେଲେ ଉଠାଇ ନେବ ପୁଲିସ। ରାତି ଅଧରେ ସହରରେ ଚକ୍କର କାଟିଲେ ଜେଲରେ ବିତିବ ରାତି। କାହିଁକି ନା ନୂଆ ବର୍ଷ ଉପଲକ୍ଷେ ଆଜି ରାତି ପାଇଁ  ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ରାଜ୍ୟ ତମାମ ନାଇଟ କର୍ଫ୍ୟୁ ନିମନ୍ତେ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି।

ସାରା ରାଜ୍ୟ ପାଇଁ ମୁତୟନ ହେବେ ମୋଟ ୧୪୦ ପ୍ଲାଟୁନ ଫୋର୍ସ। ଟୁଇନ ସିଟି ପାଇଁ ୪୦ ପ୍ଲାଟୁନ ଓ ପୁରୀ ଜିଲ୍ଲା ପାଇଁ ୨୩ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, କରୋନାର ନୂଆ ଷ୍ଟ୍ରେନକୁ ଦେଖି ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏନେଇ  ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ତେବେ ଏହି ନାଇଟ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବା ବାଦ ପଡିବ। ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଜରୁରୀକାଳୀନ ସେବା ମଧ୍ୟ ପରିବହନ ହୋଇପାରିବ । କରୋନା ସ୍ଥିତି ଏବଂ ନୂଆବର୍ଷ ଓ ଜିରୋ ନାଇଟକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି । ଏଥିରେ ସହଯୋଗ କରିବା ପାଇଁ ରାଜ୍ୟବସୀଙ୍କୁ ଏସ୍‌ଆରସି ନିବେଦନ କରିଛନ୍ତି । ନୂଆବର୍ଷ ପାଳନ ନେଇ ମଧ୍ୟ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ନୂଆବର୍ଷରେ ଅଫିସରେ ଏକାଠି ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇବାକୁ ମନା କରାଯାଇଛି । ଭର୍ଚୁଆଲ ଭାବେ ଶୁଭେଚ୍ଛା ଜଣାଇବାକୁ କହିଛନ୍ତି ଏସଆରସି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Related story