ନିଜ ବିଭାଗର ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନିଜ ବିଭାଗର ସଫଳତା ଓ ନିର୍ବାଚନ ଇସ୍ତାହାରକୁ କେତେ ଦୂର କାର୍ଯ୍ୟକାରୀ କରାଯାଇଛି ସେ ସମ୍ପର୍କରେ ରିପୋର୍ଟ ଦେବାକୁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ରିପୋର୍ଟ ମାଗିଛନ୍ତି। ଦୁଇ ସପ୍ତାହ ଭିତରେ ଏହି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୧ ତାରିଖରେ ନବୀନ ପଟ୍ଟନାୟକଙ୍କ ସରକାରର ଚତୁର୍ଥ ଇନିଂସ୍‌କୁ ଦୁଇ ବର୍ଷ ପୂରଣ ହେଉଥିବାରୁ ଉକ୍ତ ଦିନ ମୁଖ୍ୟମନ୍ତ୍ରୀ ସବୁ ବିଭାଗର ରିପୋର୍ଟ କାର୍ଡର ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇବା ପରେ ରିପୋର୍ଟ […]

cmnaveen

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 04:30 PM IST

ଭୁବନେଶ୍ୱର: ନିଜ ବିଭାଗର ସଫଳତା ଓ ନିର୍ବାଚନ ଇସ୍ତାହାରକୁ କେତେ ଦୂର କାର୍ଯ୍ୟକାରୀ କରାଯାଇଛି ସେ ସମ୍ପର୍କରେ ରିପୋର୍ଟ ଦେବାକୁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ରିପୋର୍ଟ ମାଗିଛନ୍ତି। ଦୁଇ ସପ୍ତାହ ଭିତରେ ଏହି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୧ ତାରିଖରେ ନବୀନ ପଟ୍ଟନାୟକଙ୍କ ସରକାରର ଚତୁର୍ଥ ଇନିଂସ୍‌କୁ ଦୁଇ ବର୍ଷ ପୂରଣ ହେଉଥିବାରୁ ଉକ୍ତ ଦିନ ମୁଖ୍ୟମନ୍ତ୍ରୀ ସବୁ ବିଭାଗର ରିପୋର୍ଟ କାର୍ଡର ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇବା ପରେ ରିପୋର୍ଟ ପ୍ରସ୍ତୁତ ଲାଗି ଏବେ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ତତ୍ପର ହୋଇପଡିଛନ୍ତି।

ଦୁଇ ବର୍ଷ ମଧ୍ୟରେ ବିଭାଗ କି ସଫଳତା ପାଇଛି, ପ୍ରସ୍ତୁତ ହୋଇଥିବା ଖସଡା ଠିକ ଭାବେ କାର୍ଯ୍ୟକାରୀ ହୋଇଛି କି ନାହିଁ, ନିର୍ବାଚନ ଇସ୍ତାହାର କେତେଦୂର କାର୍ଯ୍ୟକାରୀ ହୋଇଛି ମୁଖ୍ୟମନ୍ତ୍ରୀ ଜାଣିବାକୁ ଚାହିଁଛନ୍ତି। ରିପୋର୍ଟ ଦେବାକୁ ପ୍ରତି ବିଭାଗର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି, “ମନ୍ତ୍ରୀମାନେ ବିଭାଗର ଅଧିକାରୀଙ୍କୁ ନେଇ ସେମାନଙ୍କ ବିଭାଗର ସମୀକ୍ଷା କରିବେ ଓ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବେ।”

ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି, “ନିର୍ବାଚନ ଇସ୍ତାହାରରେ ଯାହା ଥିଲା ବିଭାଗ ତରଫରୁ ପାଳନ କରାଯିବାକୁ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରାଯାଇଛି। କିଛି ପଦକ୍ଷେପ ସମ୍ପୂର୍ଣ୍ଣ ହୋଇପାରିନାହିଁ, ତାହାକୁ ତ୍ୱରାନ୍ୱିତ କରାଯାଇଛି। ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ କରାଇବୁ।”

ଗତବର୍ଷ ମେ ୨୧ରେ ମୁଖ୍ୟମନ୍ତ୍ରୀ ବର୍ଷକର କାର୍ଯ୍ୟର ସମୀକ୍ଷା କରିବା ସହ ମନ୍ତ୍ରୀମାନଙ୍କୁ କିଛି ପରାମର୍ଶ ଦେଇଥିଲେ। ଏଥର ତାକୁ ଦୃଷ୍ଟିରେ ରଖି ମନ୍ତ୍ରୀମାନେ ତାଙ୍କ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି।

ମନ୍ତ୍ରୀଙ୍କ ରିପୋର୍ଟ ମିଳିବା ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Related story