ନୀଳଗିରି: ଜମିବାଡ଼ି ବିବାଦକୁ ନେଇ ଟାଙ୍ଗିଆରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ। ବାଲେଶ୍ୱର ଜିଲ୍ଲା ନୀଳଗିରିର ଧୁବଶିଳା ପଞ୍ଚାୟତର ରାଧାବଲ୍ଲଭପୁର ଗାଁରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁଯାୟୀ, ଗାଁର ବରଦା ପ୍ରସନ୍ନ ବାରିକ ଓ ପଡ଼ୋଶୀ ମନ୍ମଥ ବାରିକଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ପୂର୍ବରୁ ଶତ୍ରୁତା ରହିଥିଲା। ଆଜି ବରଦା ବିଲରୁ ଫେରୁଥିବା ବେଳେ ମନ୍ମଥ ତାଙ୍କୁ ଗାଳିଗୁଲଜ କରିବା ସହ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ବରଦାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନୀଳଗିରି ଥାନାରେ ମନ୍ମଥ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।