ମହିଳା କହିଲେ- ‘ମୋ ଲୁଗା ଖୋଲିଦେଲେ’, ରେଞ୍ଜର କହିଲେ- ‘ଡାହା ମିଛ’

ନୀଳଗିରି: ନୀଳଗିରି ଘଟଣାରେ ଟ୍ୱିଷ୍ଟ। ମଞ୍ଚା ଉପରେ ବନ କର୍ମଚାରୀ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ଡାହା ମିଛ କଥା ବୋଲି କହିଛନ୍ତି ରେଞ୍ଜର। ପୀଡିତା ରାତିରେ ନିଜ ଶିଶୁକନ୍ୟା ସହ ମଞ୍ଚା ଉପରେ ଶୋଇ ଧାନବିଲ ଜଗିଥିବା ବେଳେ ୪ ଜଣ ବନ କର୍ମଚାରୀ ପହଞ୍ଚି ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଗାଁ ଲୋକ ଉକ୍ତ ବନ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ […]

sata

Rakesh Mallick
  • Published: Saturday, 21 April 2018
  • , Updated: 21 April 2018, 09:50 AM IST

ନୀଳଗିରି: ନୀଳଗିରି ଘଟଣାରେ ଟ୍ୱିଷ୍ଟ। ମଞ୍ଚା ଉପରେ ବନ କର୍ମଚାରୀ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ଡାହା ମିଛ କଥା ବୋଲି କହିଛନ୍ତି ରେଞ୍ଜର। ପୀଡିତା ରାତିରେ ନିଜ ଶିଶୁକନ୍ୟା ସହ ମଞ୍ଚା ଉପରେ ଶୋଇ ଧାନବିଲ ଜଗିଥିବା ବେଳେ ୪ ଜଣ ବନ କର୍ମଚାରୀ ପହଞ୍ଚି ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଗାଁ ଲୋକ ଉକ୍ତ ବନ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ପୀଡିତା କହୁଛନ୍ତି- “ମୋ ଛୁଆ ସହ ମୁଁ ମଞ୍ଚା ଉପରେ ଥିଲି। ରାତିରେ ସେମାନେ ୪ ଜଣ ଆସି ମୋ ଉପରେ ନଦି ହୋଇପଡିଲେ। ମୁଁ ଉଠି ପଡିଲି । ସମାନେ ମୋ ଲୁଗା ଖୋଲି କାଢି ପକାଇଲେ। ମୁଁ ପାଟିକଲି...।” ଏହି ଘଟଣା ସମ୍ପର୍କରେ କୁଲଡିହା ରେଞ୍ଜର ଲଖନ୍‌ ପ୍ରଧାନଙ୍କୁ ପଚରାଯିବାରୁ ସେ କିନ୍ତୁ ଭିନ୍ନ କଥା କହିଛନ୍ତି। ପ୍ରଧାନ କହିଛନ୍ତି।- “ପୀଡିତାଙ୍କ ସ୍ୱାମୀ ଏକ ହରୀଣ ଶିକାର କରିଥିଲେ। ଏ କଥା ବନ ବିଭାଗ ଜାଣିଯାଇଥିଲା। ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ସେ ଫେରାର ଥିଲେ। ଗତ ରାତିରେ ଖବର ମିଳିଲା କି ସେ ମଞ୍ଚା ଉପରେ ଧାନ ଜଗୁଛନ୍ତି। ଏହି ଖବର ପାଇଁ ବନ ବିଭାଗ କର୍ମଚାରୀ ମଞ୍ଚା ପାଖରେ ପହଞ୍ଚିଥିଲେ। ହେଲେ ଅଭିଯୁକ୍ତ ସେଠାରେ ନ ଥିଲେ। ତାଙ୍କ ପତ୍ନୀଙ୍କଠାରୁ ଖବର ପାଇ ଆମ କର୍ମଚାରୀ ଖୋଳତାଡ ଆରମ୍ଭ କରିଥିଲେ। କାଳେ ସ୍ୱାମୀ ଧରାପଡିଯିବେ ସେ ଭୟରେ ମହିଳା ଜଣକ ଗାଁ ଲୋକଙ୍କୁ ଏକାଠି କରି ଏଭଳି କାଣ୍ଡ ଘଟାଇଛନ୍ତି। ସେ ସମ୍ପୁର୍ଣ୍ଣ ମିଛ କହୁଛନ୍ତି।

Related story