ଗୁଣୁପୁର ଟ୍ରିପଲ୍‌ ମର୍ଡର ଘଟଣାରେ ୯ ଗିରଫ

ଗୁଣପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଉକମ୍ୱାଗୁଡ଼ା ଗାଁରେ ହୋଇଥିବା ଟ୍ରିପଲ୍‌ ମର୍ଡର ଘଟଣାର ପର୍ଦ୍ଦାଫାଶ୍ କରିଛି ପୁଲିସ୍। ଗତକାଲି ମୁଖ୍ୟ ଅଭିଯୁକ୍ତ ସହ ୯ ଜଣଙ୍କୁ ଗିରଫ କରିଛି ଗୁଣପୁର ପୁଲିସ୍‌।

ଗତ ୨୩ ତାରିଖ ରାତିରେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଗାଁର କିଛି ଲୋକ ସଂଘବଦ୍ଧ ଭାବେ ଗୋପାଳ ଶବର, ତାଙ୍କ ପତ୍ନୀ ଲକ୍ଷ୍ମୀ ଶବର ଓ ଜଣେ ବୃଦ୍ଧାଙ୍କୁ ବ୍ୟାଟ୍‌ରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା।

matter
ଏହି ସ୍ଥାନରେ ମାରି ପୋଡ଼ି ଦେଇଥିଲେ

ଅଭିଯୁକ୍ତମାନେ ସେମାନଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ପିଟି ପିଟି ହତ୍ୟା କରିବା ପରେ ମୃତଦେହଗୁଡ଼ିକୁ ଜାଳି ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରୁ ବ୍ୟାଟ୍‌, ହାଡ଼, ପାଉଁଶ, ପୋଡ଼ା କାଠା ଓ ଏକ କିରୋସିନ୍‌ ବୋତଲ ଜବତ କରିଛି।

 ଆହୁରି ପଢ଼ନ୍ତୁ-ତିନି ଜଣଙ୍କୁ ମାରି ଗାଏବ କରିଦେଲେ ଶବ!