“୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ କେଉଁଠୁ ଆସିବ?”

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ କଟକଣା ଯୋଗୁ ଭାରତର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ବେଳେ ଏହାକୁ ପୁଣି ଥରେ ଟ୍ରାକ୍‌କୁ ଆଣିବା ସହ ଦେଶକୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ଗତକାଲି ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରିଛନ୍ତି।  ଏହି ପ୍ୟାକେଜ୍‌ରେ ୨୦ ଲକ୍ଷ କୋଟି ଟଙ୍କା ଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ବେଳେ ଆଜି ଏହା ଉପରେ  ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା […]

niranjan-1--1

Tapaswini Nayak
  • Published: Wednesday, 13 May 2020
  • , Updated: 13 May 2020, 01:38 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ କଟକଣା ଯୋଗୁ ଭାରତର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ବେଳେ ଏହାକୁ ପୁଣି ଥରେ ଟ୍ରାକ୍‌କୁ ଆଣିବା ସହ ଦେଶକୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ଗତକାଲି ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରିଛନ୍ତି।  ଏହି ପ୍ୟାକେଜ୍‌ରେ ୨୦ ଲକ୍ଷ କୋଟି ଟଙ୍କା ଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ବେଳେ ଆଜି ଏହା ଉପରେ  ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ କେଉଁଠୁ ଆସିବ ? ୨୦ ଲକ୍ଷ କୋଟି ଟଙ୍କା ବଜେଟରୁ ଆସିବ ନା ଅନ୍ୟ କେଉଁଠୁ ଆଣିବେ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ।

ସେ କହିଛନ୍ତି,“ ଲୋକଙ୍କୁ ଖାଇବାକୁ ଗଣ୍ଡେ ଦିଆଗଲା ନାହିଁ, ରେଳ ଟିକଟ ଦିଆଗଲାନି, ବାହାର ରାଜ୍ୟରୁ ଶ୍ରମିକମାନେ ଆସିପାରିଲେ ନାହିଁ। ଏବେ ଏହି ୨୦ ଲକ୍ଷ କୋଟି ଆସିବ କେଉଁଠି? ବଜେଟ ପଇସାରୁ ଏହା କାଟିବେ କି ? ପ୍ରଧାନମନ୍ତ୍ରୀ ପବ୍ଲିସିଟି ପାଇଁ ଏପରି କହିଛନ୍ତି। ଯଦି କିଛି ନିଷ୍ପତ୍ତି କରିଥାନ୍ତେ, ତାହାହେଲେ ପ୍ରଧାମମନ୍ତ୍ରୀ ଗତକାଲି ରୂପରେଖ ବିଷୟରେ କହିଥାନ୍ତେ।

ନିରଞ୍ଜନ ଆହୁରି କହିଛନ୍ତି,“ ବିଦେଶୀ ଜିନିଷକୁ ବନ୍ଦ କଲେ ଆମ ରାଜ୍ୟର ଉତ୍ପାଦିତ ସାମଗ୍ରୀର ଚାହିଦା ବଢ଼ିବ। ଏନେଇ ମୋଦି କଣ ନିଷ୍ପତ୍ତି ନେଇପାରିବେ ବୋଲି ସେ ପଚାରିଛନ୍ତି। ତେବେ ପ୍ୟାକେଜ୍‌ରେ ଗରିବ, ଚାଷୀ ଓ ମଧ୍ୟବିତ୍ତଙ୍କ ସୁବିଧା ପାଇଁ ଥିବା ଆଶା ଥିବା ନିରଞ୍ଜନ କହିଛନ୍ତି।

ଅପରପକ୍ଷେ,  ଏହି ପ୍ୟାକେଜ୍‌ରେ କିଛି ନୂତନତ୍ତ୍ୱ ନାହିଁ ବୋଲି କହିଛନ୍ତି କଂଗ୍ରେସର ପୁରୁଖା ନେତା ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି , “ଆରବିଆଇର ଘୋଷଣା  ଅନୁଯାୟୀ, ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କା ଘୋଷଣା କଲେ। ହେଲେ ଓଡ଼ିଶାର ଭାଗ କେତେ ପଡ଼ୁଛି ଓ କ’ଣ ବିକାଶ ହେବ ତାହା ସମୟ କହିବ।  କାରଣ ରାଜ୍ୟରେ ବିଜେଡ଼ି, ବିଜେପି ଏବେ ଗୋଟିଏ ଦଳ ଭାବେ କାମ କରୁଛନ୍ତି। ସେମାନଙ୍କ ଭିତରେ କୌଣସି ଭେଦଭାବ ନାହିଁ। ତେଣୁ ରାଜ୍ୟ ସରକାର ଏହି ଅର୍ଥକୁ କିପରି ଖର୍ଚ୍ଚ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।’‘

Related story