ନିରଞ୍ଜନଙ୍କୁ ଜାକଜମକରେ ସ୍ୱାଗତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀରୁ ଓଡ଼ିଶା ଫେରିଛନ୍ତି ନୂଆ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମ୍‌। ଏଥିପାଇଁ ବାଜା-ବାଣ- ରୋଷଣୀରେ କମ୍ପିଥିଲା ପରିବେଶ। କଂଗ୍ରେସ କ୍ୟାମ୍ପରେ ନୂଆ ଉତ୍ସାହ ଓ ନୂଆ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ନୂଆ ପିସିସି ମୁଖିଆ ବିମାନବନ୍ଦରେ ପହଞ୍ଚିବା ପରେ ଦିଆଯାଇଥିଲା ଭବ୍ୟ ସ୍ୱାଗତ। କର୍ମୀମାନେ ଫୁଲ ତୋଡା ଦେଇ ନିରଞ୍ଜନଙ୍କ ସମେତ ନୂଆ ୩ କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ, ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀ ଓ ଓଡ଼ିଶା […]

niranjan patnaik coming to bbs1

Rakesh Mallick
  • Published: Saturday, 21 April 2018
  • , Updated: 21 April 2018, 09:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀରୁ ଓଡ଼ିଶା ଫେରିଛନ୍ତି ନୂଆ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମ୍‌। ଏଥିପାଇଁ ବାଜା-ବାଣ- ରୋଷଣୀରେ କମ୍ପିଥିଲା ପରିବେଶ। କଂଗ୍ରେସ କ୍ୟାମ୍ପରେ ନୂଆ ଉତ୍ସାହ ଓ ନୂଆ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ନୂଆ ପିସିସି ମୁଖିଆ ବିମାନବନ୍ଦରେ ପହଞ୍ଚିବା ପରେ ଦିଆଯାଇଥିଲା ଭବ୍ୟ ସ୍ୱାଗତ। କର୍ମୀମାନେ ଫୁଲ ତୋଡା ଦେଇ ନିରଞ୍ଜନଙ୍କ ସମେତ ନୂଆ ୩ କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ, ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀ ଓ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଏବଂ ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମାଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରିଥିଲେ।

ନିରଞ୍ଜନଙ୍କ ଆଗରେ କ’ଣ ରହିବ ଚ୍ୟାଲେଞ୍ଜ

୧: କଂଗ୍ରେସର କର୍ମୀଙ୍କୁ ଏକାଠି କରି ସଙ୍ଗଠନକୁ ମଜବୁତ କରିବା

୨: ଦଳର ପକେଟ ଭୋଟକୁ ସୁରକ୍ଷିତ ରଖିବା

୩: ଦଳ ଛାଡୁଥିବା ନେତାଙ୍କୁ ବାନ୍ଧିରଖିବା

୪: ପ୍ରସଙ୍ଗ ଭିତ୍ତିକ ଲଢେଇକୁ ବଳ ଦେବା

୫: ଦଳରେ ସାମର୍ଥ୍ୟ ଥିବା ନେତାଙ୍କୁ ବାଛି ଗୁରୁ ଦାୟିତ୍ୱ ଦେବା

୬: ବିଜେପିର ଶକ୍ତି ବୃଦ୍ଧିକୁ ରୋକିବା

୭: ବିଜେଡିର କାରସାଦିରୁ ବର୍ତ୍ତିବା

୮: ନିର୍ବାଚନକୁ ସାମ୍ନା କରିବାକୁ ଏବେଠାରୁ ରଣନୀତି କରିବା

୯: ଯୁବ ଓ ବରିଷ୍ଠ ଭିତରେ ସମନ୍ୱୟ ରଖିବା

୧୦: ସବୁ ଗୋଷ୍ଠୀକୁ ଏକାଠି କରି ଆଗକୁ ବଢିବା

Related story