ନିର୍ମଳ ଚନ୍ଦ୍ର ମିଶ୍ର ହେବେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ତଥା ଆଇଏଏସ୍ ନିର୍ମଳ ଚନ୍ଦ୍ର ମିଶ୍ର ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ହେବେ। ଶ୍ରୀ ମିଶ୍ର ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଏହି ପଦରେ ଅବସ୍ଥାପିତ ହେବେ। ବର୍ତ୍ତମାନର ଷ୍ଟାଫ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ରିଟାର୍ଡ ମେଜର ଜେନେରାଲ ଭବାନୀ ଶଙ୍କର ଦାସଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କୁ ସ୍ଥାନରେ ଶ୍ରୀ ମିଶ୍ରଙ୍କୁ ନିଯୁକ୍ତି ମିଳିଛି। ଯାଜପୁରରେ ଜନ୍ମିତ ଶ୍ରୀ ମିଶ୍ର ଖୋର୍ଦ୍ଧା ଜିଲ୍ଲାପାଳ ଭାବେ […]

Nirmal-Mishra

Nirmal-Mishra

Tapas Behera
  • Published: Monday, 23 September 2019
  • Updated: 23 September 2019, 09:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ତଥା ଆଇଏଏସ୍ ନିର୍ମଳ ଚନ୍ଦ୍ର ମିଶ୍ର ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ହେବେ। ଶ୍ରୀ ମିଶ୍ର ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଏହି ପଦରେ ଅବସ୍ଥାପିତ ହେବେ। ବର୍ତ୍ତମାନର ଷ୍ଟାଫ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ରିଟାର୍ଡ ମେଜର ଜେନେରାଲ ଭବାନୀ ଶଙ୍କର ଦାସଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କୁ ସ୍ଥାନରେ ଶ୍ରୀ ମିଶ୍ରଙ୍କୁ ନିଯୁକ୍ତି ମିଳିଛି।

ଯାଜପୁରରେ ଜନ୍ମିତ ଶ୍ରୀ ମିଶ୍ର ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ସମୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ନିକଟତର ହୋଇଥିଲେ। ଶ୍ରୀ ମିଶ୍ର ୨୦୨୦ ଜୁଲାଇ ମାସରେ ସରକାରୀ ଚାକିରିରୁ ଅବସର ନେବାର ଥିଲେ ମଧ୍ୟ ଏବେ ସେ ସ୍ୱେଚ୍ଛାକୃତ ଅବସର ନେଇ ଷ୍ଟାଫ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହେବେ ବୋଲି ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ସେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos