ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ୍‌ କ୍ଲାସ ରୁମ୍

ରାଉରକେଲା(ପବନ ତିୱାରୀ): ରାଉରକେଲା ଏନ୍‌ଆଇଟିରେ ପ୍ରସ୍ତୁତ ହୋଇଛି ଡିଜିଟାଲ କ୍ଲାସରୁମ୍‌। ସମଗ୍ର ଭାରତରେ ଥିବା ୩୧ଟି ଏନ୍‌ଆଇଟି ମଧ୍ୟରୁ ରାଉରକେଲା ଏନ୍‌ଆଇଟିରେ ଏହା ହେଉଛି ପ୍ରଥମ ଓ ଉଚ୍ଚ ମାନର କ୍ଲାସ୍‌ ରୁମ୍‌। ଯେଉଁଥିରେ ଏକା ଥରେ ୨୩ଟି କ୍ଲାସ୍‌ ରୁମ୍‌ ଯୋଡି ହେବା ସହିତ ଏକା ଥରକେ ହଜାର ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରି ପାରିବେ। ‘କରୋନା’ ପାଇଁ କ୍ଲାସ୍‌ କେବେ ଆରମ୍ଭ ହେବ ତାହା ସ୍ଥିର ହୋଇନି। ଏପରି ସ୍ଥଳେ ଦେଶ ଓ ବିଦେଶରେ […]

nit

Manoranjan Sial
  • Published: Wednesday, 10 June 2020
  • , Updated: 10 June 2020, 02:38 PM IST

ରାଉରକେଲା(ପବନ ତିୱାରୀ): ରାଉରକେଲା ଏନ୍‌ଆଇଟିରେ ପ୍ରସ୍ତୁତ ହୋଇଛି ଡିଜିଟାଲ କ୍ଲାସରୁମ୍‌। ସମଗ୍ର ଭାରତରେ ଥିବା ୩୧ଟି ଏନ୍‌ଆଇଟି ମଧ୍ୟରୁ ରାଉରକେଲା ଏନ୍‌ଆଇଟିରେ ଏହା ହେଉଛି ପ୍ରଥମ ଓ ଉଚ୍ଚ ମାନର କ୍ଲାସ୍‌ ରୁମ୍‌। ଯେଉଁଥିରେ ଏକା ଥରେ ୨୩ଟି କ୍ଲାସ୍‌ ରୁମ୍‌ ଯୋଡି ହେବା ସହିତ ଏକା ଥରକେ ହଜାର ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରି ପାରିବେ।

‘କରୋନା’ ପାଇଁ କ୍ଲାସ୍‌ କେବେ ଆରମ୍ଭ ହେବ ତାହା ସ୍ଥିର ହୋଇନି। ଏପରି ସ୍ଥଳେ ଦେଶ ଓ ବିଦେଶରେ ଥିବା ପିଲାମାନେ ଏହି ଡିଜିଟାଲ କ୍ଲାସ୍‌ ମାଧ୍ୟମରେ ନିଜର ପାଠ ପଢ଼ି ପାରିବେ। ସମୟ ସୁବିଧା ଦେଖି ଦିଆଯାଇଥିବା ଲିଙ୍କ ଡାଉନ୍‌ଲୋଡ଼୍‌ କରି ପରେ ପାଠ ପଢ଼ିପାରିବେ। ଜୁଲାଇ ୨୦ ତାରିଖରୁ ଏନ୍‌ଆଇଟିରେ ପାଠ ପଢ଼ା ଆରମ୍ଭ ହେବାର ଅଛି। ଯଦି ସେ ସମୟରେ ପିଲା କ୍ୟାମ୍ପସକୁ ନଫେରନ୍ତି, ତାହାହେଲେ ଅନ୍‌ ଲାଇନରେ ପାଠ ପଢ଼ି ପାରିବେ ବୋଲି ଏନ୍‌ଆଇଟି ନିର୍ଦ୍ଦେଶ

ଅନିମେଶ ବିଶ୍ୱାସ କହିଛନ୍ତି।

https://www.youtube.com/watch?v=Q5f-ka1FUOY

Related story