‘କରୋନା ନୁହେଁ, ନିମୋନିଆ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ନୁହେଁ ନିମୋନିଆ । ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ପ୍ରାଣଘାତୀ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ପ୍ରଚାରିତ ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ହେଲେ ଏପରି ଗୁଜବକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଚିହ୍ନଟ ହୋଇଥିବା ଭାଇରସ୍‌ ମାରାତ୍ମକ କରୋନା ଭାଇରସ୍‌ ନୁହେଁ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ଏହା ନିମୋନିଆ ବୋଲି କୁହାଯାଇଛି । ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ମାଇକ୍ରୋବାୟୋଲୋଜି […]

corona-1

Niharika Rout
  • Published: Wednesday, 19 February 2020
  • , Updated: 19 February 2020, 10:16 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ନୁହେଁ ନିମୋନିଆ । ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ପ୍ରାଣଘାତୀ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ପ୍ରଚାରିତ ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ହେଲେ ଏପରି ଗୁଜବକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଚିହ୍ନଟ ହୋଇଥିବା ଭାଇରସ୍‌ ମାରାତ୍ମକ କରୋନା ଭାଇରସ୍‌ ନୁହେଁ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ଏହା ନିମୋନିଆ ବୋଲି କୁହାଯାଇଛି । ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ମାଇକ୍ରୋବାୟୋଲୋଜି ରିପୋର୍ଟ ସୋଶାଲ୍‌ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ କରୋନା ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏପରି ଗୁଜବକୁ ବିଶ୍ୱାସ ନ କରିବା ସହ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

Related story