୨୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ନାହାନ୍ତି ଡାକ୍ତର, ଧାରଣାରେ ବସିଲେ ଲୋକେ

ଆଳି (ବନମାଳୀ ସାହୁ): ୨୦ ଶଯ୍ୟା ବିଶିଷ୍ଟ ସରକାରୀ ଡାକ୍ତରଖାନାରେ ନାହାନ୍ତି ଡାକ୍ତର। ଡାକ୍ତର ନ ଥିବାରୁ ଚିକିତ୍ସା କକ୍ଷ ବାହାରେ ତାଲା ପଡ଼ିଛି। ପ୍ରସବ ନିମନ୍ତେ ଲେବର ରୁମ୍ ରହିଛି। ହେଲେ ଲେବର ରୁମ୍‌ରେ ତାଲା ପଡ଼ିଛି। ରକ୍ତ, ମଳ, ମୂତ୍ର ପ୍ରଭୃତି ପରୀକ୍ଷା ନିମନ୍ତେ ଡାକ୍ତରଖାନାରେ ଗୃହ ଓ ଯନ୍ତ୍ରପାତି ରହିଛି। ହେଲେ ଏହି ଗୃହ ବାହାରେ ବି ତାଲା ପଡ଼ିଛି। ସକାଳୁ ରୋଗୀଙ୍କ ପ୍ରବଳ ଭିଡ଼ ଜମୁଛି। ହେଲେ ରୋଗୀ ଦେଖିବାକୁ ଡାକ୍ତର […]

hospital

hospital

Niranjan Mishra
  • Published: Friday, 13 January 2023
  • Updated: 13 January 2023, 06:38 PM IST

Sports

Latest News

ଆଳି (ବନମାଳୀ ସାହୁ): ୨୦ ଶଯ୍ୟା ବିଶିଷ୍ଟ ସରକାରୀ ଡାକ୍ତରଖାନାରେ ନାହାନ୍ତି ଡାକ୍ତର। ଡାକ୍ତର ନ ଥିବାରୁ ଚିକିତ୍ସା କକ୍ଷ ବାହାରେ ତାଲା ପଡ଼ିଛି। ପ୍ରସବ ନିମନ୍ତେ ଲେବର ରୁମ୍ ରହିଛି। ହେଲେ ଲେବର ରୁମ୍‌ରେ ତାଲା ପଡ଼ିଛି। ରକ୍ତ, ମଳ, ମୂତ୍ର ପ୍ରଭୃତି ପରୀକ୍ଷା ନିମନ୍ତେ ଡାକ୍ତରଖାନାରେ ଗୃହ ଓ ଯନ୍ତ୍ରପାତି ରହିଛି। ହେଲେ ଏହି ଗୃହ ବାହାରେ ବି ତାଲା ପଡ଼ିଛି। ସକାଳୁ ରୋଗୀଙ୍କ ପ୍ରବଳ ଭିଡ଼ ଜମୁଛି। ହେଲେ ରୋଗୀ ଦେଖିବାକୁ ଡାକ୍ତର ନାହାନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ଠାରେ ଥିବା ୨୦ଶଯ୍ୟା ବିଶିଷ୍ଟ ଡକ୍ଟର ରାଧାନାଥ ରଥ ସରକାରୀ ହସ୍ପିଟାଲରେ ଏଭଳି ଭାବେ ଚିକିତ୍ସା ବ୍ୟବସ୍ଥା ଚରମ ଅଧୋଗତିରେ ପହଞ୍ଚିଛି। ଯାହାକୁ ନେଇ ରହିଥିବା ଦୀର୍ଘଦିନର ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି। ଖାଲି ପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ଦାବିରେ ଗଣଧାରଣା ଦେଇଛନ୍ତି ଅଞ୍ଚଳବାସୀ।

ଏନେଇ ଧାରଣା ଦେଉଥିବା ସାମାଜିକ କର୍ମୀ ସୁଶାନ୍ତ ନାୟକ କହିଛନ୍ତି, ଜଣେ ମାତ୍ର ଫାର୍ମାସିଷ୍ଟରେ ଏହି ହସ୍ପିଟାଲ ଚାଲୁଛି। ପୂରା ଡାକ୍ତରଖାନାର ଭୂତଭବିଷ୍ୟତ ତାଙ୍କ ଉପରେ ନିର୍ଭରଶୀଳ। ସେ ଛୁଟିରେ ରହିଲେ ରୋଗୀ ସେବା ପୂରା ଠପ୍ ହୋଇଯାଉଛି। ଦିନରେ ମାତ୍ର ୮ ଘଣ୍ଟା ଏହି ହସ୍ପିଟାଲ ଖୋଲା ରହୁଥିବାରୁ ଅନ୍ୟ ସମୟରେ ସାପ କାମୁଡ଼ା, ଦୁର୍ଘଟଣା ଜନିତ ଜରୁରୀ ରୋଗୀ ପହଞ୍ଚିଲେ ଚିକିତ୍ସା ମିଳୁନି। ଏଠାରୁ ବହୁଦୂର ରାଜକନିକା, କେନ୍ଦ୍ରପଡ଼ା କିମ୍ବା କଟକ ଗଲେ ରୋଗୀଙ୍କୁ ଚିକିତ୍ସା ମିଳୁଛି। ଅନେକ ସମୟରେ ବାଟରେ ଯାଉଥିବା ବେଳେ ରୋଗୀର ଜୀବନ ଯାଉଛି। ଏଭଳି ସମସ୍ୟା ଲାଗି ରହିଥିବାରୁ ଗରିବ ଓ ମଧ୍ୟବିତ ଶ୍ରେଣୀର ରୋଗୀ ବହୁ ହଇରାଣ ହେଉଛନ୍ତି। ଡାକ୍ତର ନ ଥିବାରୁ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ମିଳୁନି। ତେଣୁ ଖାଲିଥିବା ସମସ୍ତ ଡାକ୍ତରୀ ପଦବୀ ପୂରଣ ନିମନ୍ତେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦାବିପୂରଣ ନ ହେଲେ ଧାରଣା ଅବ୍ୟାହତି ରହିବ।

ସ୍ଥାନୀୟ ବାସିନ୍ଦା ପ୍ରସନ୍ନଜିତ ବେହେରା, ଜିତେନ୍ଦ୍ର ଦାସ ଓ ହେମନ୍ତ କୁମାର ରାଉତ କହିଛନ୍ତି, ୧୯୫୦ ମସିହାରୁ ଏହି ଡାକ୍ତରଖାନା ଖୋଲା ଯାଇଛି। ଏହା ଖୁବ୍ ପୁରୁଣା। ସବୁ ବ୍ୟବସ୍ଥା ଥିଲେ ହେଁ ପ୍ରସୂତିଙ୍କୁ ଏଠାରେ ଚିକିତ୍ସା ମିଳୁନି। ବର୍ହିବିଭାଗ ଦିନ ୧୨ଟା ପରେ ବନ୍ଦ ହୋଇଯାଉଛି। ବିଭିନ୍ନ ପ୍ରକାର ପରୀକ୍ଷା କରାଯାଉନି। ଏହି ଡାକ୍ତରଖାନା ଉପରେ ସ୍ଥାନୀୟ ୧୦ ପଞ୍ଚାୟତର ୫୦ ହଜାରରୁ ଅଧିକ ଲୋକେ ନିର୍ଭର କରନ୍ତି। ପ୍ରତିଦିନ ବହୁ ସଂଖ୍ୟକ ରୋଗୀ ଆସୁଥିଲେ ହେଁ ଡାକ୍ତର ନ ଥିବାରୁ ଆବଶ୍ୟକ ଚିକିତ୍ସା ମିଳୁନି। ଏଠାରେ ୪ ଡାକ୍ତର ପଦବୀ ଖାଲି ପଡ଼ିଛି। ଜଣେ ବି ଡାକ୍ତରଙ୍କୁ ନିଯୁକ୍ତ କରାଯାଉନି। ଫାର୍ମାସିଷ୍ଟଙ୍କ ହାତରେ ରୋଗୀଙ୍କ ଭାଗ୍ୟର ଡୋରୀ ଧରାଇ ଦିଆଯାଇଛି।

[caption id="attachment_796767" align="aligncenter" width="650"] ଓଳାଭରରେ ଥିବା ଡକ୍ଟର ରାଧାନାଥ ରଥ ହସ୍ପିଟାଲ।[/caption]

ଏହି ହସ୍‌ପିଟାଲର ଫାର୍ମାସିଷ୍ଟ ଅମର ପାଲ କହିଛନ୍ତି, ଏଠାରେ ନିଯୁକ୍ତ ଡାକ୍ତରଙ୍କୁ ନଭେମ୍ୱର ମାସରେ ସାଲେପୁରକୁ ବଦଳି କରାଯାଇଛି। ଡାକ୍ତର ନିଯୁକ୍ତ ଥିଲା ବେଳେ କ୍ୱାର୍ଟର୍ସ ନ ଥିବାରୁ ରହିବାକୁ ହଇରାଣ ହେଉଛନ୍ତି। ଡାକ୍ତର ନ ଥିଲେ ହେଁ ଏଠାରେ ରୋଗୀଙ୍କ ବହୁ ଭିଡ଼ ଜମୁଛି। ତେଣୁ ତାଙ୍କୁ ଯଥା ସମ୍ଭବ ନିଜ ଜ୍ଞାନ ଅନୁସାରେ ରୋଗୀଙ୍କୁ ଔଷଧ ଦେବାକୁ ପଡ଼ୁଛି। ପ୍ରତିଦିନ ଏଠାକୁ ପ୍ରାୟ ୧୫୦ରୁ ଅଧିକ ରୋଗୀ ଆସୁଛନ୍ତି। କିନ୍ତୁ ଡାକ୍ତର ନ ଥିବାରୁ ସମସ୍ତେ ଅବଶ୍ୟକ ଚିକିତ୍ସା ପାଉନାହାନ୍ତି। ଅଧିକାଂଶ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ୭ କିଲୋମିଟର ଦୂର ରାଜକନିକା ଗୋଷ୍ଠୀ ସ୍ଥାସ୍ଥ୍ୟକେନ୍ଦ୍ର କିମ୍ବା କେନ୍ଦ୍ରପଡ଼ା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି।

କେନ୍ଦ୍ରାପଡା ମେଡିକାଲ ଏଡିଏମଓ ଡ଼ ସଚିତାନନ୍ଦ ମିଶ୍ର କହିଛନ୍ତି, ଓଳାଭର ହସ୍ପିଟାଲରେ ସର୍ବଦା ରୋଗୀଙ୍କ ଭିଡ଼ ରହିଥାଏ। କିଛି ମାସ ତଳେ ଏଠାରେ ଥିବା ଡାକ୍ତରଙ୍କୁ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ଡାକ୍ତର ଦେବାକୁ ଚେଷ୍ଟା କରାଯିବ। ସରକାର ଏବେ ୩୫୦୦ ନୂଆ ଓପିଏସ୍‌ସି ପଦବୀ ପୂରଣ କରିବା ନିମନ୍ତେ ପଦକ୍ଷେପ ନେଇଛନ୍ତି। ତେଣୁ ଏହା ଜରିଆରେ ଫାଙ୍କା ଥିବା ଡାକ୍ତର ପଦବୀ ପୂରଣ କରାଯିବ। ନଚେତ୍ ଠିକା ଡାକ୍ତରଙ୍କୁ ନିଯୁକ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story