୨ବର୍ଷ ଯାଏଁ ଆର୍ଥିକ ଇମର୍ଜେନ୍ସୀ: ନିଯୁକ୍ତି, ଯୋଜନା ଓ ପ୍ରକଳ୍ପ ସବୁ ଠପ୍‌

ଭୁବନେଶ୍ୱର(ପ୍ରକାଶ ସେଠୀ):  ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼ ରହିଥିବାର ଆଳ ଦେଖାଇ ପ୍ରତିବର୍ଷ ବଜେଟର କଳେବରକୁ ବୃଦ୍ଧି କରି ବାହାବା ନେଉଥିବା ବିଜେଡି ସରକାରର ଅସହାୟତା ଆଜି ପଦାରେ ପଡ଼ିଛି । ଦୀର୍ଘ ୨ଦଶନ୍ଧି ଧରି କ୍ଷମତାରେ ରହିବା ସତ୍ତ୍ୱେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟ ରାଜକୋଷକୁ ସୁଦୃଢ଼ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଫମ୍ପା କରିଦେଇଛନ୍ତି। କରୋନାଜନିତ ଲକଡାଉନ୍ ଓ ସଟଡାଉନର ଆଳ ଦେଖାଇ ତଥା କୋଭିଡ୍ ପରିଚାଳନା ପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ଦର୍ଶାଇ […]

naveen

naveen

Tapas Behera
  • Published: Tuesday, 07 July 2020
  • Updated: 07 July 2020, 08:55 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ):  ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼ ରହିଥିବାର ଆଳ ଦେଖାଇ ପ୍ରତିବର୍ଷ ବଜେଟର କଳେବରକୁ ବୃଦ୍ଧି କରି ବାହାବା ନେଉଥିବା ବିଜେଡି ସରକାରର ଅସହାୟତା ଆଜି ପଦାରେ ପଡ଼ିଛି । ଦୀର୍ଘ ୨ଦଶନ୍ଧି ଧରି କ୍ଷମତାରେ ରହିବା ସତ୍ତ୍ୱେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟ ରାଜକୋଷକୁ ସୁଦୃଢ଼ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଫମ୍ପା କରିଦେଇଛନ୍ତି। କରୋନାଜନିତ ଲକଡାଉନ୍ ଓ ସଟଡାଉନର ଆଳ ଦେଖାଇ ତଥା କୋଭିଡ୍ ପରିଚାଳନା ପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ଦର୍ଶାଇ ଆଜିଠୁ ରାଜ୍ୟରେ ୨ବର୍ଷ ପର୍ଯ୍ୟନ୍ତ ଅଘୋଷିତ ଆର୍ଥିକ ଇମର୍ଜେନ୍ସୀ ଲାଗୁ କରିଛନ୍ତି। ଆସନ୍ତା ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସବୁପ୍ରକାରର ନୂଆ ନିଯୁକ୍ତି, ନୂଆ ପ୍ରକଳ୍ପ ପାଇଁ ଟେଣ୍ଡର, ନୂଆ ଅଫିସ୍ , ଗେଷ୍ଟ ହାଉସ ଓ କର୍ମଚାରୀ ବାସଭବନ ନିର୍ମାଣ ସମେତ ଗାଡ଼ିକିଣା, ବିମାନ ଓ ଟ୍ରେନରେ ଯାତାୟତ, କର୍ମଚାରୀଙ୍କୁ ଏଲଟିସି ସୁବିଧା, ସରକାରୀ କାର୍ଯ୍ୟରେ ରାଜ୍ୟରେ ହୋଟେଲରେ ରହିବା, ହୋଟେଲରେ ସରକାରୀ ବୈଠକ ଓ ଭୋଜି ଆୟୋଜନ ଆଦି କରିବା ଉପରେ କଟକଣା ଜାରି ହୋଇଛି। ଏହାସହିତ ୫ବର୍ଷ ପର୍ଯ୍ୟନ୍ତ ଖାଲି ପଡ଼ିଥିବା ସମସ୍ତ ପଦବୀକୁ ଚଳିତମାସ ୩୧ତାରିଖ ସୁଦ୍ଧା ପ୍ରଶାସନିକ ବିଭାଗଗୁଡ଼ିକ ଉଚ୍ଛେଦ କରିବେ ଓ କୌଣସି ନୂଆ ଯୋଜନା ପାଇଁ ଅର୍ଥ ବରାଦ ହେବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶ ଦିଆଯାଇଛି।

ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଆଜି ସମସ୍ତ ପ୍ରଶାସନିକ ବିଭାଗର ସଚିବଙ୍କୁ ଚିଠି ଲେଖି ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ କୋଭିଡ୍ ପରିଚାଳନା ପାଇଁ ଅଧିକ ଅର୍ଥ ଆବଶ୍ୟକତା ହେଉଥିବାରୁ ସରକାରୀ ବିଭାଗରେ କାଣ୍ଟଛାଣ୍ଟ୍ କରିବାକୁ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି। ଅର୍ଥ ବିଭାଗର ନିର୍ଦ୍ଦେଶନାମା ଅନୁସାରେ, ଆସନ୍ତା ୨ବର୍ଷ ପାଇଁ ନୂଆ ଗାଡ଼ି କିଣା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି । ସରକାରୀ କର୍ମଚାରୀମାନେ ଗସ୍ତ କାର୍ଯ୍ୟକ୍ରମରୁ ଦୂରେଇ ରହି ଭିଡିଓ କନଫରେନ୍ସି ମାଧ୍ୟମରେ କାମ ଚଳାଇବାକୁ କୁହାଯାଇଛି। ଦେଶ ବାହାରକୁ ଯିବା ଉପରେ ସମ୍ପୂର୍ଣ୍ଣ କଟକଣା ସହ ସରକାରୀ ଖର୍ଚ୍ଚରେ  ବିଜିନେସ୍ କ୍ଲାସ  ବିମାନ  ଯାତ୍ରା ନକରିବାକୁ କରିବାକୁ କୁହାଯାଇଛି। ଅତି ଜରୁରୀ ନଥିଲେ ବିମାନ ଯାତ୍ରାରୁ ଦୂରେଇ ରହିବେ। ଟ୍ରେନରେ ପ୍ରଥମ ଶ୍ରେଣୀ ଯାତ୍ରା ଉପରେ କଟକଣା ଜାରି ହୋଇଛି। ଅର୍ଥ ବିଭାଗର ବିନା ଅନୁମତିରେ ଗାଡ଼ି ଭଡ଼ାରେ ବି ନେଇପାରିବେ ନାହିଁ। କୌଣସି ଅଫିସର ଦିଲ୍ଲୀ, କୋଲକାତା,ମୁମ୍ବାଇ ଓ ଚେନ୍ନାଇରେ ସରକାରୀ ଖର୍ଚ୍ଚରେ ହୋଟେଲରେ ରହିପାରିବେ ନାହିଁ। କେବଳ ଗୃହ ବିଭାଗ ଯଦି ସେଠାରେ ସରକାରୀ ନିବାସ ଓ ଭବନର ସୁବିଧା ଯୋଗାଇବାରେ ବିଫଳ ହେବ ସେ କ୍ଷେତ୍ରରେ ସେମାନଙ୍କୁ ହୋଟେଲରେ ରହିବାର ଅନୁମତି ମିଳିବ।

ମେଡିକାଲ ଉପକରଣ ଓ ଆଭ୍ୟନ୍ତରୀଣ ସୁରକ୍ଷା ଉପକରଣକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପ୍ରକାରର ନୂଆ ଉପକରଣ କିଣିବା ଉପରେ କଟକଣା ଜାରି ହୋଇଛି। ତେବେ ଅର୍ଥ ବିଭାଗର ଅନୁମତିରେ ଡିଜିଟାଲ ଯୋଗାଯୋଗ ନିମନ୍ତେ ଆବଶ୍ୟକ ଉପକରଣ କ୍ରୟ କରାଯାଇ ପାରିବ।
ସରକାରୀ ଅଫିସର ନବୀକରଣ,ରିମଡେଲିଂ ଆଦି କାର୍ଯ୍ୟ ସହ ନୂଆ ଫର୍ଣ୍ଣିଚର କ୍ରୟ ଆଦି ବାବଦରେ ଖର୍ଚ୍ଚ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି।
ସରକାରୀ ପାଣ୍ଠିରେ ହୋଟେଲରେ ମିଟିଂ, ସେମିନାର, ୱାର୍କସପ୍ ଓ ସରକାରୀ ମଧ୍ୟାହ୍ନଭୋଜନ ଓ ରାତ୍ରିଭୋଜନ ଆୟୋଜନ ଉପରେ ସମ୍ପୂର୍ଣ୍ଣ କଟକଣା ହୋଇଛି।
ସେହିପରି ସରକାରୀ କର୍ମଚାରୀମାନେ ଲମ୍ବା ଅବଧି ପାଇଁ ମୋଟର କାର ଆଡଭାନ୍ସ, କମ୍ପ୍ୟୁଟର କିଣା ଆଡଭାନ୍ସ ଓ ଏଚବିଏ ଆଦି ସମସ୍ତ ପ୍ରକାରର ଅଗ୍ରୀମ ଅର୍ଥ ନେବା ଉପରେ କଟକଣା ରୁଜୁ ହୋଇଛି।

କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଛାଡ଼ିଦେଲେ ଅନ୍ୟ କୌଣସି ବିଭାଗରେ ନୂଆ ପଦବୀ ସୃଷ୍ଟି ହୋଇପାରିବ ନାହିଁ । ଯଦି ଅତ୍ୟନ୍ତ ଜରୁରୀ ଥିବ ତ’ାହେଲେ ଅର୍ଥ ବିଭାଗର ଅନୁମତି ନେବା ଜରୁରୀ ହେବ। ୫ବର୍ଷ ପର୍ଯ୍ୟନ୍ତ ଖାଲି ପଡ଼ିଥିବା ସମସ୍ତ ପଦବୀକୁ ଉଚ୍ଛେଦ କରି ଜୁଲାଇ ୩୧ତାରିଖ ସୁଦ୍ଧା ତା’ର ବିଜ୍ଞପ୍ତିକୁ ପ୍ରତ୍ୟେକ ବିଭାଗ ଉଭୟ ଅର୍ଥ ଓ ସାଧାରଣ ପ୍ରଶାସନ ବିଭାଗକୁ ଅବଗତ କରାଇବେ । ଆଉଟସୋର୍ସିଂ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଠିକାରେ ନିଯୁକ୍ତି ଆଦି ସମସ୍ତ ପ୍ରକାରର ନୂଆ ନିଯୁକ୍ତି ଉପରେ କଟକଣା ହୋଇଛି।

ସେହିପରି ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟ କୌଣସି ନୂଆ ଯୋଜନା ଓ ପ୍ରକଳ୍ପ ହୋଇପାରିବ ନାହିଁ। ଯଦି ସର୍ବସାଧାରଣ ପାଇଁ କିଛି ଜରୁରୀ ସେବା ଆବଶ୍ୟକ ପଡ଼େ ତା’ହେଲେ ଏହା ଅର୍ଥ ବିଭାଗର ଅନୁମତିରେ ଏସଏଫସି ଦ୍ୱାରା ଅନୁମୋଦନ ପରେ କରାଯାଇପାରିବ। ୨୦୨୦-୨୧ ବଜେଟରେ ସମସ୍ତ ପ୍ରକାର ଖର୍ଚ୍ଚକୁ କାଣ୍ଟଛାଣ୍ଟ କରାଯାଇଛି। କେବଳ କୃଷି ଓ ଏଥିସହ ଜଡ଼ିତ ବିଭାଗର ଖର୍ଚ୍ଚକୁ ବାଦ୍ ଦେଇ।ସରକାରୀ ବାସଭବନ ଓ କୋଠାଗୁଡ଼ିକର ନବୀକରଣ ଖର୍ଚ୍ଚକୁ ସର୍ବାଧିକ ୫ଲକ୍ଷ ଟଙ୍କାରୁ ଅଧିକ ହେବ ନାହିଁ । ଯେକୌଣସି ସରକାରୀ ବାସଭବନର ମରାମତି ପାଇଁ ସରକାରଙ୍କ ପୂର୍ବ ଅନୁମତି ଜରୁରୀ ହେବ।
କେବଳ ସେତିିକି ନୁହେଁ କୌଣସି ପ୍ରକାରର ଟେଣ୍ଡର କାର୍ଯ୍ୟ ପାଇଁ ଅନୁମତି ମିଳିବ ନାହିଁ । ଯଦି କୌଣସି ଟେଣ୍ଡର ଡକା ହୋଇସାରିଥିବ ଓ ତାହା ଜରୁରୀ ନଥିବ ତା’ହେଲେ ଏହାକୁ ବାତିଲ କରାଯିବ। ୨୦୨୨ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ନୂଆ ସରକାରୀ କୋଠା, ଗେଷ୍ଟହାଉସ୍ ଓ ଆବାସିକ କୋଠା ନିର୍ମାଣ ବନ୍ଦ ରହିବ। ସମସ୍ତ ପ୍ରକାରର ନୂଆ କାମ, ଉପକରଣ ଓ ସେବା ପାଇଁ ଅର୍ଥ ଖର୍ଚ୍ଚ ହୋଇପାରିବ ନାହିଁ। ଯଦି ଜରୁରୀ ଥିବ ତା’ହେଲେ ନୂଆ ଟେଣ୍ଡରର ପରିମାଣ ସର୍ବାଧିକ ୫କୋଟି ଟଙ୍କାରୁ ଅଧିକ ହେବ ନାହିଁ । ଉପକରଣ ଖର୍ଚ୍ଚ ମଧ୍ୟ ୨୫ଲକ୍ଷ ଟଙ୍କାରୁ ଅଧିକ ହେବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos