ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରଟିଓ ଅଫିସ୍ରେ ଆଉ ଲାଗିବନି ଲମ୍ବା ଧାଡ଼ି। ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ କାମ ପାଇଁ ଲୋକଙ୍କୁ ଅଧିକ ସମୟ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି ।
ଏଥିପାଇଁ ଲୋକଙ୍କୁ ସ୍ମାର୍ଟ ଧାଡ଼ିରେ ଛିଡ଼ା କରାଇବାକୁ ରାଜ୍ୟ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ଶୀଘ୍ର ଓ ସହଜ କାମ ଲାଗି ଲୋକଙ୍କୁ ସ୍ମାର୍ଟ ଧାଡିରେ ଛି଼ଡା କରାଇବାର ନୂଆ ଯୋଜନା କରିଛି ରାଜ୍ୟ ପରିବହନ ବିଭାଗ । ଏନେଇ ନ୍ୟାସନାଲ୍ ସ୍ମଲ୍ ଇଣ୍ଡିଷ୍ଟ୍ରିଜ୍ କୋର୍ପୋରେସନ୍ ସହ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ୱର, ଭାଦ୍ରକ, ଭୁବନେଶ୍ୱର-୧, କଟକ, ଗଞ୍ଜାମ, ପୁରୀରେ ଆରମ୍ଭ କରାଯିବ । ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆରଟିଓ ଅଫିସରେ କୌଣସି କାମ ଥିଲେ ସେମାନେ ଅନ୍ଲାଇନ୍ରେ ଗୋଟିଏ ସ୍ଲଟ ବୁକିଂ କରିପାରିବେ । ସ୍ଲଟ୍ ଆସିବା ଯାଏ କୌଣସି ସ୍ଥାନରେ ବସି ନିଜର ଅନ୍ୟ କାମ କରିପାରିବେ ।