ମୃତ କୋଭିଡ୍ ଯୋଦ୍ଧାଙ୍କୁ ମିଳିନି ବୀମାରାଶି, କେନ୍ଦ୍ରକୁ ଜଣାଇବ ରାଜ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କୋଭିଡ୍ ନିୟନ୍ତ୍ରଣ କାର୍ଯ୍ୟ କରି ଶହୀଦ ହୋଇôଥବା ୬୦ଜଣ କୋଭିଡ୍ ଯୋଦ୍ଧାଙ୍କ ନାଁ ପଠାଯାଇଥିଲେ ମଧ୍ୟ ମାତ୍ର ଜଣେ କୋଭିଡ୍ ଯୋଦ୍ଧାଙ୍କୁ ସହାୟତା ଦେବାକୁ କେନ୍ଦ୍ର ସରକାର ସମ୍ମତି ଦେଇଛନ୍ତି। ତେଣୁ ବାକି ଯୋଦ୍ଧାମାନଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ବୀମା ଯୋଜନାରେ ୫୦ଲକ୍ଷ ଟଙ୍କାର ବୀମା ରାଶି ଦେବା ପାଇଁ ପୁଣିଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ […]

covid-cheaking

Tapas Behera
  • Published: Wednesday, 07 October 2020
  • , Updated: 07 October 2020, 09:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କୋଭିଡ୍ ନିୟନ୍ତ୍ରଣ କାର୍ଯ୍ୟ କରି ଶହୀଦ ହୋଇôଥବା ୬୦ଜଣ କୋଭିଡ୍ ଯୋଦ୍ଧାଙ୍କ ନାଁ ପଠାଯାଇଥିଲେ ମଧ୍ୟ ମାତ୍ର ଜଣେ କୋଭିଡ୍ ଯୋଦ୍ଧାଙ୍କୁ ସହାୟତା ଦେବାକୁ କେନ୍ଦ୍ର ସରକାର ସମ୍ମତି ଦେଇଛନ୍ତି। ତେଣୁ ବାକି ଯୋଦ୍ଧାମାନଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ବୀମା ଯୋଜନାରେ ୫୦ଲକ୍ଷ ଟଙ୍କାର ବୀମା ରାଶି ଦେବା ପାଇଁ ପୁଣିଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ୍ ପରିଚାଳନାର ସମୀକ୍ଷା କରିଥିଲେ। ୮ମାସ ଧରି କୋଭିଡ୍ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ କାମ କରୁଥିବା କୋଭିଡ୍ ଯୋଦ୍ଧାମାନଙ୍କର ପ୍ରଶଂସା କରିଥିଲେ। ରାଜ୍ୟରେ କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କ ସ୍ୱାସ୍ଥ୍ୟର ଗୁଣାତ୍ମକ ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିବା ସହ ଏବେ ୭୮ପ୍ରତିଶତ ଲୋକ ଗୃହ ସଙ୍ଗରୋଧରେ ଥିବା ସୂଚନା ଦିଆଯାଇଥିଲା। କୋଭିଡ୍ ରୋଗୀମାନଙ୍କ ସହ ସିଧାସଳଖ ଯୋଗାଯୋଗ କରି ସେମାନଙ୍କର ଭଲମନ୍ଦ ପଚାରି ବୁଝିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆଗକୁ ପୂଜା ଋତୁ ଆସୁଥିବା ଅଧିକ ସତର୍କ ରହିବା ଓ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ଲକ୍ଷ ଟଙ୍କାର ବୀମାରାଶି ଘୋଷଣା କରିଥିଲେ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଜାରି କରିବା ସହ କୋଭିଡ୍ ପରିଚାଳନାରେ ନିୟୋଜିତ କୌଣସି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ନ୍ୟୁଇଣ୍ଡିଆ ଆସ୍ୟୁରାନ୍ସ ପକ୍ଷରୁ ବୀମାରାଶି ପ୍ରଦାନ କରାଯିବ ବୋଲି ଏପ୍ରିଲ ମାସରେ ଜାରି ଗାଇଡଲାଇନରେ କେନ୍ଦ୍ର ସରକାର ଦର୍ଶାଇଥିଲେ।
ଓଡ଼ିଶା ସରକାର ମଧ୍ୟ ନିଜଆଡ଼ୁ କୋଭିଡ୍ ପରିଚାଳନାରେ ନିୟୋଜିତ କୋଭିଡ୍ ଯୋଦ୍ଧାଙ୍କର ମୃତ୍ୟୁ ହେଲେ ସେମାନଙ୍କୁ ଶହୀଦର ମାନ୍ୟତା ସହ ୫୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦିଆଯିବ ବୋଲି ଏପ୍ରିଲ ୨୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି କହିଥିଲେ। ଏହାପରେ ୨୨ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ ଓଡ଼ିଶା ସରକାର ମୃତ କୋଭିଡ୍ ଯୋଦ୍ଧାଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବେ ବୋଲି କହିଥିଲେ। ଯେଉଁ କୋଭିଡ୍ ଯୋଦ୍ଧା କେନ୍ଦ୍ର ସରକାରଙ୍କ ବୀମା ଅର୍ଥ ପାଇବାକୁ ଯୋଗ୍ୟ ବିବେଚିତ ହେବେନି ସେମାନଙ୍କୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ଯୋଗାଇବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ବୀମା ଯୋଜନାର ଅବଧିକୁ ଦୁଇଟି ପର୍ଯ୍ୟାୟରେ ୬ମାସ ଅବଧି ଅର୍ଥାତ୍ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

Related story