ଟ୍ରାଫିକ ନିୟମ ଉଲ୍ଲଘଂନ ପାଇଁ ଏଣିକି ଇ-ଚାଲାଣ, ଆଉ ଚଳିବନି ମାନୁଆଲ ଚାଲାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ଏଣିକି ପୁଲିସ ଅଧିକାରୀମାନେ ମାନୁଆଲ ଚାଲାଣ ବଦଳରେ ଇ-ଚାଲାଣ ଦେବେ। ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ଆଜି ପର୍ଯ୍ୟନ୍ତ ପୁଲିସ ଅଧିକାରୀମାନେ ଉଭୟ ଇ-ଚାଲାଣ ଓ ମାନୁଆଲ ଚାଲାଣ ଦେଉଥିଲେ। ତେବେ ଇ-ଚାଲାଣ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତମ ପରିଚାଳନା ପାଇଁ ରାଜ୍ୟ ସରକାର ମାନୁଆଲ ଚାଲାଣକୁ ଆଜିଠୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ତଥା ପୁଲିସ ଡିଜିଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ରାଜ୍ୟ ସଡ଼କ ଓ ପରିବହନ […]

traffic rule

Tapas Behera
  • Published: Tuesday, 01 December 2020
  • , Updated: 01 December 2020, 10:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ଏଣିକି ପୁଲିସ ଅଧିକାରୀମାନେ ମାନୁଆଲ ଚାଲାଣ ବଦଳରେ ଇ-ଚାଲାଣ ଦେବେ। ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ଆଜି ପର୍ଯ୍ୟନ୍ତ ପୁଲିସ ଅଧିକାରୀମାନେ ଉଭୟ ଇ-ଚାଲାଣ ଓ ମାନୁଆଲ ଚାଲାଣ ଦେଉଥିଲେ। ତେବେ ଇ-ଚାଲାଣ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତମ ପରିଚାଳନା ପାଇଁ ରାଜ୍ୟ ସରକାର ମାନୁଆଲ ଚାଲାଣକୁ ଆଜିଠୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ତଥା ପୁଲିସ ଡିଜିଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।

ରାଜ୍ୟ ସଡ଼କ ଓ ପରିବହନ ମଧୁସୂଦନ ପାଢ଼ୀ ଆଜି ପୁଲିସ ଡିଜି ଅଭୟଙ୍କୁ ଚିଠି ଲେଖି ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ କେବଳ ଇ-ଚାଲାଣ ମାଧ୍ୟମରେ ଜୋରିମାନା ଆଦାୟ ନିମନ୍ତେ ପରାମର୍ଶ ଦେଇଛନ୍ତି। ଫାଇଭ-ଟି ଅନ୍ତର୍ଗତ ଟ୍ରାଫିକ ଉଲ୍ଲଘଂନ ସଂକ୍ରାନ୍ତ ଜୋରିମାନା ଆଦାୟ ପାଇଁ ପୁଲିସ ଥାନାଗୁଡ଼ିକୁ ଦିଆଯାଇଥିବା ପିଓଏସ(ପଏଣ୍ଟ ଅଫ ସର୍ଭିସ) ଡିଭାଇସ୍ ମାଧ୍ୟମରେ ଇ-ଚାଲାଣ ଆଦାୟ କରିବାକୁ କୁହାଯାଇଛି। ରାଜ୍ୟରେ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ନିମନ୍ତେ ଇ-ଚାଲାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ପୂର୍ବରୁ ସମସ୍ତ ଆରଟିଓଙ୍କୁ ୨୪୩ଟି ପିଓଏସ ଡିଭାଇସ୍ ଦେଇଥିବାବେଳେ ୭୦୦ଟି ଡିଭାଇସ୍ ସମସ୍ତ ଥାନାକୁ ଦେଇଛନ୍ତି।

ପରିବହନ ବିଭାଗରେ ଫାଇଭ-ଟି କାର୍ଯ୍ୟକାରୀ କରିବା ନିମନ୍ତେ ହୋଇଥିବା ସମୀକ୍ଷା ବୈଠକରେ ମଧ୍ୟ ଇ-ଚାଲାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ତେଣୁ ଶ୍ରୀ ପାଢ଼ୀ ଚିଠି ଲେଖି ପୁଲିସ ଅଧିକାରୀମାନେ ଏଣିକି ଯେପରି ପିଓଏସ୍ ଡିଭାଇସ୍ ମାଧ୍ୟମରେ ଇ-ଚାଲାଣ କାଟିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଡିଜିଙ୍କୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ପୁଲିସ ଅଧିକାରୀମାନେ ଟ୍ରାଫିକ ନିୟମ ଉଲ୍ଲଘଂନ ନାଁରେ ରସିଦ୍ ଦେଉଥିଲେ। ଯେଉଁଥିରେ ଆର୍ଥିକ ଅନିୟମିତତା ହେଉଥିବାର ଅଭିଯୋଗ ବିଭିନ୍ନ ସମୟରେ ଆସୁଥିଲା।

Related story