ଦୁର୍ବଳ ହେଲା ଲଘୁଚାପ: ଆଉ ବର୍ଷା ହବନି

Ordigital Desk
  • Published: Saturday, 09 December 2017
  • , Updated: 09 December 2017, 11:07 AM IST
<p>ଭୁବନେଶ୍ୱର: ଟଳିଗଲା ବର୍ଷାର ଭୟ।&nbsp; ଦୁର୍ବଳ ହେଉଛି ଅବପାତର ପ୍ରଭାବ। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରୁ ଡିପ୍ରେସନରେ ପରିଣତ ହୋଇଛି। ଗୋପାଳପୁର ଏବଂ ପାରାଦୀପ ଠାରୁ ଏହା ବର୍ତ୍ତମାନ ୧୫୦ କିଲୋମିଟର ଦୂରରେ ରହିଛି। ଲଘୁଚାପ ଦୁର୍ବଳ ହେବା ଯୋଗୁଁ ଆଗକୁ ବର୍ଷାର ପରିମାଣ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି।&nbsp; &nbsp;ଲଘୁଚାପର ଗତି ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡ଼କୁ ରହିଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା କମିବା ସାଙ୍ଗକୁ ଉପକୂଳ ଅଞ୍ଚଳ ଦେଇ ଏହା ଅତିକ୍ରମ କରିବ। &nbsp;ବର୍ଷାର ପରିମାଣ କମିଲେ ମଧ୍ୟ ପବନର ବେଗ ଘଣ୍ଟାପ୍ରତି ୬୦ କି.ମି ରହିବ। ପବନ ଯୋଗୁଁ ସବୁ ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି କରାଯାଇଛି। ଏନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।</p>

Related story