ଓଡ଼ିଶାରେ ଆଇଏଏସ ପାଇଁ ମିଳୁନାହାନ୍ତି ଅଫିସର, ୪ ମାସ ପରେ ପୁଣି ରିମାଇଣ୍ଡର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇଏଏସ୍ ପଦବୀକୁ ପଦୋନ୍ନତି ନିମନ୍ତେ ଅଫିସରଙ୍କ ମରୁଡ଼ି ଦେଖାଦେଇଛି । ଆଇଏଏସ ପଦବୀକୁ ପଦୋନ୍ନତି ନିମନ୍ତେ ରାଜ୍ୟ ଅଣପ୍ରଶାସନିକ ସେବାର ଯୋଗ୍ୟ ଅଫିସରଙ୍କ ତାଲିକା ପଠାଇବାକୁ ସାଧାରଣ ପ୍ରଶାସନ ବିଭାଗ ପୁଣିଥରେ ରିମାଇଣ୍ଡର ପଠାଇବା ପରେ ଏହି ତଥ୍ୟ ଉଜାଗର ହୋଇଛି। ଅଣପ୍ରଶାସନିକ ସେବାରୁ ଅଫିସରଙ୍କୁ ଆଇଏଏସ୍ ପଦବୀ ନିମନ୍ତେ ସୁପାରିଶ କରିବା ପାଇଁ ବିଭାଗଗୁଡ଼ିକ ଆଗ୍ରହ ଦେଖାଉନଥିବାରୁ ସାଧାରଣ ପ୍ରଶାସନ ବିଭାଗ ଏହି ତାଲିକା ଚୂଡ଼ାନ୍ତ କରିପାରୁନି ବୋଲି ଜଣାପଡ଼ିଛି । […]

sachivalaya

sachivalaya

Ordigital Desk
  • Published: Thursday, 26 August 2021
  • Updated: 26 August 2021, 10:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇଏଏସ୍ ପଦବୀକୁ ପଦୋନ୍ନତି ନିମନ୍ତେ ଅଫିସରଙ୍କ ମରୁଡ଼ି ଦେଖାଦେଇଛି । ଆଇଏଏସ ପଦବୀକୁ ପଦୋନ୍ନତି ନିମନ୍ତେ ରାଜ୍ୟ ଅଣପ୍ରଶାସନିକ ସେବାର ଯୋଗ୍ୟ ଅଫିସରଙ୍କ ତାଲିକା ପଠାଇବାକୁ ସାଧାରଣ ପ୍ରଶାସନ ବିଭାଗ ପୁଣିଥରେ ରିମାଇଣ୍ଡର ପଠାଇବା ପରେ ଏହି ତଥ୍ୟ ଉଜାଗର ହୋଇଛି। ଅଣପ୍ରଶାସନିକ ସେବାରୁ ଅଫିସରଙ୍କୁ ଆଇଏଏସ୍ ପଦବୀ ନିମନ୍ତେ ସୁପାରିଶ କରିବା ପାଇଁ ବିଭାଗଗୁଡ଼ିକ ଆଗ୍ରହ ଦେଖାଉନଥିବାରୁ ସାଧାରଣ ପ୍ରଶାସନ ବିଭାଗ ଏହି ତାଲିକା ଚୂଡ଼ାନ୍ତ କରିପାରୁନି ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୭ତାରିଖରେ ସାଧାରଣ ପ୍ରଶାସନ ବିଭାଗ ରାଜ୍ୟର ସମସ୍ତ ବିଭାଗକୁ ଚିଠି ଲେଖି ସିଲେକ୍ସନ କୋଟାରେ ଖାଲି ପଡ଼ିଥିବା ୩ଟି ଆଇଏଏସ୍ ପଦବୀକୁ ପୂରଣ ନିମନ୍ତେ ରାଜ୍ୟର ଅଣପ୍ରଶାସନିକ ସେବା ଅଫିସର (ଏନଏସସିଏସ)ଙ୍କ ତାଲିକା ମେ’ ୬ତାରିଖ ସୁଦ୍ଧା ପଠାଇବାକୁ ଅନୁରୋଧ କରିଥିଲା । ୨୦୨୦ ମସିହା ସିଲେକ୍ଟ ଲିଷ୍ଟରେ ଏହି ୩ଟି ଆଇଏଏସ୍ ପଦବୀକୁ ମନୋନୟନ ଭିତ୍ତିରେ ୨୦୨୧ ମସିହାରେ ପୂରଣ କରାଯିବାକୁ ସାଧାରଣ ପ୍ରଶାସନ ବିଭାଗ ପଦକ୍ଷେପ ନେଇଥିଲା । କିନ୍ତୁ କେବଳ ଅର୍ଥ, ସ୍କୁଲ ଓ ଗଣଶିକ୍ଷା, ଯୋଜନା ଓ ସଂଯୋଜନ ବିଭାଗକୁ ବାଦ୍ ଦେଲେ ଅନ୍ୟ କୌଣସି ବିଭାଗ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଅଣପ୍ରଶାସନିକ ସେବା ଅଫିସରଙ୍କ ନାଁ ପଠାଇବାକୁ ଆଗ୍ରହ ଦେଖାଇ ନାହାନ୍ତି ।

ପରୋକ୍ଷରେ ଏହି ବିଭାଗଗୁଡ଼ିକରେ କୌଣସି ଯୋଗ୍ୟ ଅଣପ୍ରଶାସନିକ ସେବା ଅଫିସର ନାହାନ୍ତି ବୋଲି ଦର୍ଶାଇବାକୁ ଉଦ୍ୟମ କରିଛନ୍ତି। ଯେଉଁଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପୁଣିଥରେ ଅଗଷ୍ଟ ୧୮ତାରିଖରେ ସବୁ ବିଭାଗକୁ ପୁଣିଥରେ ରିମାଇଣ୍ଡର ପଠାଇ ଆସନ୍ତା ସେପ୍ଟେମ୍ବର ୮ତାରିଖ ସୁଦ୍ଧା ରାଜ୍ୟ ଅଣପ୍ରଶାସନିକ ସେବା ଅଫିସରଙ୍କ ତାଲିକା ଦେବାକୁ କହିଛି। ପ୍ରତ୍ୟେକ ବିଭାଗ ସର୍ବାଧିକ ୩ଜଣ ଅଫିସରଙ୍କ ନାଁ ପଠାଇ ପାରିବେ। ତେବେ ସମ୍ପୃକ୍ତ ଅଫିସର ପ୍ରଥମ ଶ୍ରେଣୀ ବର୍ଗର ହୋଇଥିବା ଜରୁରୀ। ୨୦୨୦ ଜାନୁୟାରୀ ପହିଲା ସୁଦ୍ଧା ୫୬ବର୍ଷ ବୟସ ହୋଇଥିବ ଓ ତାଙ୍କ ନାଁରେ କୌଣସି ଭିଜିଲାନ୍ସ, ଅପରାଧିକ କିମ୍ବା ଶୃଙ୍ଖଳାଗତ ମାମଲା ନଥିବା ଆବଶ୍ୟକ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ରାଜ୍ୟରେ ଏବେ ବିଭିନ୍ନ ବିଭାଗରେ ଅଣପ୍ରଶାସନିକ ସେବାରେ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାୟ ୮ହଜାରରୁ ଅଧିକ ଅଫିସର କାର୍ଯ୍ୟରତ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ନାଁ ସୁପାରିସ୍ କରିବାରେ ବିଭାଗଗୁଡ଼ିକ ସକ୍ଷମ ହୋଇନାହାନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୨୪୮ ଟି ଆଇଏଏସ୍ କ୍ୟାଡ଼ର ପଦବୀ ଥିବାବେଳେ ଏବେ ସେଥିରୁ ୭୫ଟି ପଦବୀ ଖାଲି ପଡ଼ିଛି। ମୋଟ ମଞ୍ଜୁରୀପ୍ରାପ୍ତ ୨୪୮ଟି ପଦବୀ ମଧ୍ୟରୁ ୧୭୩ଟି ସଧାସଳଖ ନିଯୁକ୍ତି ମାଧ୍ୟମରେ ଭର୍ତ୍ତି ହେଉଥିବାବେଳେ, ୬୫ଟି ପଦୋନ୍ନତି ଭିତ୍ତିକ(ରାଜ୍ୟ ପ୍ରଶାସନିକ ସେବା ଅଫିସର) ଏବଂ ୧୦ଟି ସିଲେକ୍ସନ କୋଟା (ଅଣପ୍ରଶାସନିକ ସେବା ଅଫିସର) ବର୍ଗରେ ରହିଛି । ତେବେ ସିଲେକ୍ସନ କୋଟାରେ ଥିବା ୧୦ଟି ଆଇଏଏସ୍ ପଦବୀ ମଧ୍ୟରୁ ଗତ ଏକବର୍ଷ ଧରି ୩ଟି ପଦବୀ ଖାଲି ପଡ଼ିଛି । ଏବେ ଆଇଏଏସ୍ ପଦବୀରେ କାର୍ଯ୍ୟରତ ଥିବା ମୋଟ ୧୭୩ଜଣ ଅଫିସରଙ୍କ ମଧ୍ୟରୁ ୨୬ଜଣ କେନ୍ଦ୍ରୀୟ ଡେପୁଟେସନରେ ଓ ୨ଜଣ ଆନ୍ତଃ ରାଜ୍ୟ ଡେପୁଟେସନରେ ଅଛନ୍ତି । ଯେଉଁଥିପାଇଁ ଜଣେ ଲେଖାଁଏ ଆଇଏଏସଙ୍କୁ ଏକାଧିକ ପଦବୀ ଦିଆଯାଇଛି । ଏହା ସତ୍ତ୍ୱେ ରାଜ୍ୟ ସରକାର ଖାଲି ପଡ଼ିଥିବା ଆଇଏଏସ୍ ପଦବୀକୁ ପୂରଣ କରିବା ଦିଗରେ ଆଗ୍ରହ ଦେଖାଉନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story