ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ। ଆଜି ବିଧାନସଭାରେ ଏଭଳି ସ୍ପଷ୍ଟ ତଥ୍ୟ ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ।
ଏକ ତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଯୁକ୍ତି ବାଢ଼ିଛନ୍ତି, ପଡ଼ୋଶୀ ରାଜ୍ୟମାନଙ୍କରେ ନିଶା ନିବାରଣ ହୋଇନଥିବାରୁ ସେଠାରୁ ଆମ ରାଜ୍ୟକୁ ଚୋରା ମଦ ଆସିବାର ଆଶଙ୍କା ରହିଛି। ଯାହାର ସୁଯୋଗରେ ନିଶା ବ୍ୟବସାୟୀ ଅଧିକ ସକ୍ରିୟ ହେବେ। ସେପଟେ ରାଜ୍ୟରେ ବେଆଇନ ଦେଶୀ ମଦ ବିକ୍ରି ବଢୁଥିବା ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା। ଗୋଟିଏ ଲାଇସେନ୍ସରେ ଏକାଧକ ମଦ ଦୋକାନ ଖୋଲାଯିବା, ଚଢ଼ା ଦରରେ ମଦ ବିକ୍ରି ସହ ମଦରେ ବିଷାକ୍ତ ଜିନିଷ ମିଶୁଥିବା ଖୋଦ୍ ଶାସକ ଓ ବିରୋଧୀ ସଦସ୍ୟ ଅଭିଯୋଗ ଆଣିଥିଲେ। ମନ୍ତ୍ରୀ କହିଥିଲେ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏସବୁ ରୋକିବାକୁ ସ୍କ୍ୱାଡ ଗଠନ କରାଯାଇ ଚଢ଼ଉ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଶ୍ୱଶୁର ଘର ଆଗରେ ଯୌତୁକ ସାମଗ୍ରୀ ପୋଡ଼ିଦେଲେ ଜ୍ୱାଇଁ
ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ।
Accident
ଗଛରେ ପିଟିହେଲା ପିକ୍ଅପ୍; ୨ ଜଣଙ୍କ ମୃତ୍ୟୁ
ଆଜି ଅପରାହ୍ନ ପ୍ରାୟ ସାଢ଼େ୨ଟା ହେବ। ପାଟଣାଗଡ଼ରୁ ପଦ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ପିକ୍ଅପ୍ ଭ୍ୟାନ୍ଟି ପଢେଲ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଯାଇଥିଲା।
Guest Column
ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଭୂମି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବନ୍ଧୁଗଣ! ଓଡ଼ିଶାର ସନ୍ଥ କବି ଭୀମ ଭୋଇ କହିଥିଲେ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଏହାର ଭାବାର୍ଥ ହେଉଛି ଯେ ମୋତେ ଯେତେ ଯନ୍ତ୍ରଣା ସହିବାକୁ ପଡ଼ୁ ପଛେ...କିନ୍ତୁ ଦୁନିଆକୁ ରକ୍ଷା କରାଯାଉ। ଏହା ମଧ୍ୟ ଓଡ଼ିଶାର ସଂସ୍କୃତି। ଓଡ଼ିଶା ସମଗ୍ର ଦେଶ ତଥା ସମଗ୍ର ମାନବ ସମାଜର ସେବା କରୁଛି।
Accident
ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡ଼ି; ୪ ଆହତ
ଦୁର୍ଘଟଣା ନେଇ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।