ପୂଜା ଉପରେ କୌଣସି କଟକଣା ଠିକ୍ ନୁହେଁ : ମହମ୍ମଦ ମୋକିମ

କଟକ(ଓଡ଼ିଶା ରିପୋର୍ଟର): ପାର୍ବଣକୁ ନେଇ ରାଜ୍ୟ ସରକାରଙ୍କ ଏସଓପି ପରେ ବିବାଦ ଥମିବାର ନାଁ ନେଉନି।  କଟକ ମହାନଗର ଶାନ୍ତି କମିଟି ଓ  ପୂଜା କମିଟି ଏହାକୁ ଦୃଢ ବିରୋଧ କରୁଥିବାଵେଳେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୂଜା ଉପରେ କୌଣସି କଟକଣା କିମ୍ୱା ରୋକ ଲଗାଇବା ଠିକ ନୁହେଁ ବୋଲି କହିବା ସହ ପ୍ରଶାସନ ସ୍ତରରେ ନିଷ୍ପତ୍ତି ନେଇ ପୁଣି ବିଚାର କରିବାପାଇଁ କହିଛନ୍ତି । ପରମ୍ପରା ଓ […]

769

769

Tapas Behera
  • Published: Saturday, 14 August 2021
  • Updated: 14 August 2021, 06:13 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ପାର୍ବଣକୁ ନେଇ ରାଜ୍ୟ ସରକାରଙ୍କ ଏସଓପି ପରେ ବିବାଦ ଥମିବାର ନାଁ ନେଉନି।  କଟକ ମହାନଗର ଶାନ୍ତି କମିଟି ଓ  ପୂଜା କମିଟି ଏହାକୁ ଦୃଢ ବିରୋଧ କରୁଥିବାଵେଳେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୂଜା ଉପରେ କୌଣସି କଟକଣା କିମ୍ୱା ରୋକ ଲଗାଇବା ଠିକ ନୁହେଁ ବୋଲି କହିବା ସହ ପ୍ରଶାସନ ସ୍ତରରେ ନିଷ୍ପତ୍ତି ନେଇ ପୁଣି ବିଚାର କରିବାପାଇଁ କହିଛନ୍ତି । ପରମ୍ପରା ଓ ସଂସ୍କୃତିକୁ କ୍ଷୁର୍ଣ୍ଣ କରାନଯିବା ସହ ନିଷ୍ପତ୍ତିର ପୁନଃବିଚାର ପାଇଁ ଦାବି କରିଛନ୍ତି। ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦେ ପାର୍ବଣ ପାଇଁ ସରକାରଙ୍କ କଟକଣାକୁ ସ୍ୱାଗତ କରିଛନ୍ତି।  ପୂଜା କମିଟି ଗୁଡ଼ିକ ଗତ ବର୍ଷ ଯେପରି ପୂଜା କରିଥିଲେ ସେହି ଅନୁସାରେ ଏ ବର୍ଷ ପୂଜା କରାଯାଉ ଵୋଲି କହିଛନ୍ତି। ମାଙ୍କ ମୂର୍ତ୍ତୀ ଉଚ୍ଚତା ବଢିଲେ ଖର୍ଚ୍ଚ ମଧ୍ୟ ଅଧିକ ହେବ । ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ପୂଜା ପାଇଁ କେହି ସହଯୋଗ କରିବେ ନାହିଁ ଏବଂ ଆଗକୁ ତୃତୀୟ ଲହରୀ ଆସୁଥିବାରୁ ଏବେ ଠାରୁ ଅଧିକ ସର୍ତ୍ତକ ରହିବାକୁ ପଡିବ ବୋଲି କହିଛନ୍ତି ସମୀର ଦେ। ଯଦି ଗାଇଡଲାଇନରେ କିଛି ପରିବର୍ତ୍ତନ ହୁଏ  ତେବେ ନିଜେ ସରକାର ହିଁ ଦାୟୀ ରହିବେ ବୋଲି  କହିଛନ୍ତି ବିଜେପି ନେତା ସମୀର ଦେ।

ସୂଚନା ଅନୁଯାୟୀ, ପାର୍ବଣ ଋତୁକୁ ନେଇ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ହେବାକୁ ଥିବା ବେଳେ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କର ଭିନ୍ନ ଭିନ୍ନ ପୂଜା ଉତ୍ସବ ହେବ। ଏଥିରେ ବହୁ ଲୋକଙ୍କର ସମାବେଶ ହେବାର ସମ୍ଭାବନା ଅଛି। ଏହାଦ୍ବାରା କରୋନା ସଂକ୍ରମଣ ବଢ଼ିବ। ତେଣୁ ପୂଜାର ବହୁ ପୂର୍ବରୁ ପୂଜା କମିଟି ଗୁଡ଼ିକ ଯେପରି ସେହି ଅନୁଯାୟୀ ପ୍ରସ୍ତୁତି କରିବେ ତାହାକୁ ନଜରରେ ଏସ୍‌ଆର୍‌ସି ଆଗୁଆ ଗାଇଡଲାଇନ୍ ଜାରି କରିଛନ୍ତି।

ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପୂଜା କମିଟି, ସଂଗଠନଗୁଡ଼ିକୁ ମଣ୍ଡପ, ପେଣ୍ଡାଲରେ ପୂଜା କରିବାକୁ ଅନୁମତି ମିଳିଛି। କିନ୍ତୁ ଏଥିପାଇଁ ସେମାନଙ୍କୁ ଭୁବନେଶ୍ୱର ଓ କଟକରେ କମିସନରେଟ୍ ପୁଲିସ୍ ଏବଂ ବାକି ରାଜ୍ୟରେ ଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣିବାକୁ ହେବ। କୌଣସି ଜାକଜମକରେ ପୂଜା ହେବନି। ମଣ୍ଡପର ତିନି ପାର୍ଶ୍ୱକୁ ବନ୍ଦ କରାଯିବ। ଯେଉଁ ଗୋଟିଏ ପାର୍ଶ୍ୱ ଖୋଲା ରହିବ ସେହି ବାଟେ ଯେପରି କେହି ସର୍ବସାଧାରଣ ଲୋକ ଦର୍ଶନ ପାଇଁ ଯାଇପାରିବେନି ସେ ବ୍ୟବସ୍ଥା କରାଯିବ। ମଣ୍ଡପରେ ପୂଜା ପାଇବାକୁ ଥିବା ମୃଣ୍ମୟୀ ମୂର୍ତ୍ତିଙ୍କ ଉଚ୍ଚତା ୪ ଫୁଟ କିମ୍ବା ଏହାଠାରୁ କମ୍‌ ରହିବ। ପୂଜା ମଣ୍ଡପରେ ଏକ ସମୟରେ ସର୍ବା‌ଧିକ ୭ଜଣ ଉପସ୍ଥିତି ରହିବେ। ଏଥିରେ କର୍ତ୍ତା, ପୂଜକ ଓ ସହଯୋଗୀ ରହିବେ। ସମସ୍ତେ କୋଭିଡ କଟକଣା ମାନି‌ବେ। ସେହିପରି ମୂର୍ତ୍ତି ବିସର୍ଜନ ପାଇଁ କୌଣସି ପ୍ରକାରର ଶୋଭାଯାତ୍ରା ହେବନି କି ବାଦ୍ୟଯନ୍ତ୍ର ବାଜିବନି। କେବଳ କୃତ୍ରିମ ପୋଖରୀରେ ନେଇ ମୂର୍ତ୍ତିକୁ ବିସର୍ଜନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story