ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲକ୍ଡାଉନ କଟକଣା ନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଦେଲେ ସୂଚନା। ସେ କହିଛନ୍ତି ଯେ, ସ୍ୱାଭାବିକ ସ୍ଥିତି ଫେରିନି, ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ। ପୂର୍ବଠାରୁ ଏ ଲକ୍ଡାଉନ୍ ଟିକେ କଡ଼ା କରାଯାଇଛି। ସମସ୍ତଙ୍କୁ ମାନିବାକୁ ପଡ଼ିବ। ସାପ୍ତାହିକ ସଟଡାଉନ ଏବେ ଉଠିଯିବ। ସପ୍ତାହର ସବୁଦିନ ସକାଳ ୬ରୁ ଦିନ ୧ଟା ଦୋକାନ ଖୋଲିବ। କେବଳ ଗ୍ରୋସରୀ, ପରିବା ଆଦି ଅତ୍ୟାବଶ୍ୟକ ଦୋକାନ ଖୋଲିବ। ଘର ପାଖ ଦୋକାନରୁ କିଣନ୍ତୁ, ଦୂରକୁ କିଣିବାକୁ ଯାଆନ୍ତୁନି।
ଅମାନିଆ ଲୋକ ବାଇକ ନେଇ କିଣିବାକୁ ଗଲେ, ବାଇକ ଜବତ ହେବ। ମେଡିକାଲ ଷ୍ଟାଫ୍ ନିଜ ପରିଚୟପତ୍ର ଦେଖାଇ ଯାଇପାରିବେ। ଔଷଧ ଦୋକାନ କର୍ମଚାରୀ ଟ୍ରେଡ ଲାଇସେନ୍ସ କପି ଦେଖାଇ ଯିବେ। ଗ୍ରୋସରୀ, ପରିବା ଦୋକାନୀଙ୍କ ଯାଆସ ପାଇଁ ହ୍ୱାଟସଆପ୍ ଗ୍ରୁପ୍ ହୋଇଛି। ଗଣମାଧ୍ୟମ କର୍ମଚାରୀ ପରିଚୟପତ୍ର, କର୍ତ୍ତୃପକ୍ଷଙ୍କ ଚିଠି ଦେଖାଇବେ।
କେହି ଗଣମାଧ୍ୟମର ମିଛ ପରିଚୟପତ୍ର ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ। ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ୨୫%ରୁ ଅଧିକ ହେବ ନାହିଁ। ବ୍ୟାଙ୍କ କର୍ମଚାରୀ ନିଜ ପରିଚୟପତ୍ର, କର୍ତ୍ତୃପକ୍ଷଙ୍କ ଚିଠି ଦେଖାଇବେ। ଘରୋଇ କାମ ପାଇଁ କେହି ସଂସ୍ଥାର ପରିଚୟପତ୍ର ବ୍ୟବହାର କରନ୍ତୁନି।