ସ୍ୱଚ୍ଛ ଶାସନର ପ୍ରହେଳିକା: କ୍ୟାବିନେଟ୍ ନିଷ୍ପତ୍ତିକୁ ଫୁ’, ଜଣେ ବି ନେତା ଦେଲେନି ସମ୍ପତ୍ତି ତାଲିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଓ ଶାସକ ବିଜେଡି ପାରିତ କରିଥିବା ରାଜନୀତିକ ଚିଠାପ୍ରସ୍ତାବ ଦୀର୍ଘ ଦେଢ଼ବର୍ଷ ପରେ ବି କେବଳ ପ୍ରହେଳିକା ହୋଇ ରହିଛି । ନିର୍ବାଚିତ ଲୋକ ପ୍ରତିନିଧିମାନେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ ଓ ଏହାକୁ ସରକାର ସର୍ବସାଧାରଣଙ୍କ ନିମନ୍ତେ ସାର୍ବଜନୀନ କରିବେ ବୋଲି ୨୦୨୦ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟ୍ […]

cabinate

cabinate

Niranjan Mishra
  • Published: Tuesday, 23 August 2022
  • Updated: 23 August 2022, 09:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଓ ଶାସକ ବିଜେଡି ପାରିତ କରିଥିବା ରାଜନୀତିକ ଚିଠାପ୍ରସ୍ତାବ ଦୀର୍ଘ ଦେଢ଼ବର୍ଷ ପରେ ବି କେବଳ ପ୍ରହେଳିକା ହୋଇ ରହିଛି । ନିର୍ବାଚିତ ଲୋକ ପ୍ରତିନିଧିମାନେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ ଓ ଏହାକୁ ସରକାର ସର୍ବସାଧାରଣଙ୍କ ନିମନ୍ତେ ସାର୍ବଜନୀନ କରିବେ ବୋଲି ୨୦୨୦ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ । ମାତ୍ର ଏପର୍ଯ୍ୟନ୍ତ ଜଣେବି ଲୋକପ୍ରତିନିଧିଙ୍କ ବାର୍ଷିକ ସମ୍ପତ୍ତି ତାଲିକାକୁ ରାଜ୍ୟ ସରକାର କିମ୍ବା ଓଡ଼ିଶା ଲୋକାୟୁକ୍ତ ନିଜର ୱେବସାଇଟରେ ସାର୍ବଜନୀନ କଲେନି । ଓଲଟା ମୁଖ୍ୟମନ୍ତ୍ରୀ ଓ ତାଙ୍କର ମନ୍ତ୍ରିମଣ୍ଡଳର ସହଯୋଗୀମାନେ ଦେଉଥିବା ବାର୍ଷିକ ସମ୍ପତ୍ତି ତାଲିକା ଗତ ୨ବର୍ଷ ଧରି ସାର୍ବଜନୀନ ହେଉନି । ଦୁର୍ନୀତି ବିରୁଦ୍ଧରେ ଲଢ଼େଇ ଓ ଗଣତନ୍ତ୍ରରେ ଉତ୍ତରଦାୟିତ୍ୱ କଥା କହି ବିଜେଡି ନିଜର ରାଜ୍ୟ କାର୍ଯ୍ୟକାରିଣୀରେ ଗୃହୀତ କରିଥିବା ଚିଠା ପ୍ରସ୍ତାବକୁ ମାତ୍ର ୭ଦିନ ପରେ ରାଜ୍ୟ କ୍ୟାବିନେଟରେ ଗୃହୀତ କରାଇ  ବିଜେଡି ସରକାର ଯେଉଁ ବାହାବା ନେବାକୁ ପ୍ରୟାସ କରିଥିଲେ ତାହା ଏବେ ପମ୍ପା ମାଠିଆର ଶବ୍ଦ ସଦୃଶ ହୋଇଛି ।
ସୂଚନା ଅନୁସାରେ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୨୦୨୦ ଡିସେମ୍ବର ୨୧ତାରିଖରେ ପାରିତ ହୋଇଥିବା କେତେକ ରାଜନୀତିକ ଚିଠା ପ୍ରସ୍ତାବ ମଧ୍ୟରୁ ଦୁର୍ନୀତି ବିରୋଧରେ ସାଲିସ୍ ବିହୀନ ଲଢ଼େଇ ନିମନ୍ତେ ଦଳର ସରପଂଚଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବା ପାଇଁ ସଂକଳ୍ପ ନିଆଯାଇଥିଲା । ଏପରିକି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ଦଳର ସମସ୍ତ ସାଂସଦଙ୍କୁ ସ୍ୱେଚ୍ଛାକୃତ ଭାବେ ବାର୍ଷିକ ସମ୍ପତ୍ତି ତାଲିକା ସାର୍ବଜନୀନ କରିବାକୁ ପରାମର୍ଶ ଦେବା ସହ ସରପଂଚଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସମ୍ପତ୍ତି ତାଲିକା ଦାଖଲ କରିବେ ବୋଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ୭ଦିନ ନପୁରୁଣୁ ରାଜ୍ୟ କ୍ୟାବିନେଟ ଏ ସଂକ୍ରାନ୍ତ ଏକ ପ୍ରସ୍ତାବ ପାରିତ କରି ନିର୍ବାଚିତ ଲୋକପ୍ରତିନିଧି ସଂରପଂଚଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟତାମୂଳକ କରିଥିଲେ । ଏହାକୁ ମଧ୍ୟ ଜନସାଧାରଣଙ୍କ ସୂଚନା ନିମନ୍ତେ ୱେବସାଇଟରେ ଉପଲବ୍ଧ କରାଯିବ ବୋଲି ଘୋଷଣା କରାଗଲା । ଜାନୁୟାରୀ ୩୧ତାରିଖ ସୁଦ୍ଧା ସମସ୍ତ ଜନପ୍ରତିନିଧି ନିଜର ବାର୍ଷିକ ସମ୍ପତ୍ତି ତାଲିକାକୁ ପ୍ରତିବର୍ଷ ଦାଖଲ କରିବାକୁ କୁହାଯାଇଥିଲା । ଏଥିନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଧ୍ୟ ୨୦୨୧ ଫେବୃୟାରୀ ୧୨ତାରିଖରେ ଏକ ସଂକଳ୍ପ ପ୍ରକାଶ ପାଇଥିଲା । ଯେଉଁଥିରେ ଲୋକପ୍ରତିନିଧିମାନଙ୍କୁ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ପ୍ରତିବର୍ଷ ଦାଖଲ କରିବାର ବାଧ୍ୟତାମୂଳକ ପ୍ରାବଧାନ ରହିଥିଲା । ସରକାରୀ କର୍ମଚାରୀମାନେ ଯେଉଁ ଫର୍ମାଟରେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରୁଛନ୍ତି ସେହି ଫର୍ମାଟ ଲୋକପ୍ରତିନିଧିଙ୍କ ପାଇଁ ମଧ୍ୟ ଲାଗୁ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏପରିକି ସଂସଦୀୟ ବ୍ୟାପାର ବିଭାଗ, ନଗର ଉନ୍ନୟନ ଓ ପଂଚାୟତିରାଜ ବିଭାଗ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ୱେବସାଇଟ୍ (ଅନଲାଇନ୍ ବ୍ୟବସ୍ଥା) ବିକଶିତ କରିବେ ,ଯେଉଁଠି ଏହି ଲୋକପ୍ରତିନିଧିମାନଙ୍କର ସମ୍ପତ୍ତି ତାଲିକାକୁ ଅପଲୋଡ୍ କରାଯିବ ଓ ଏହାକୁ ସାଧାରଣ ଲୋକ ଦେଖିବାର ବ୍ୟବସ୍ଥା ମଧ୍ୟ ରହିବ ବୋଲି ପ୍ରାବଧାନ ହେଲା ।
କିନ୍ତୁ ଇତିମଧ୍ୟରେ ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ ଲୋକପ୍ରତିନିଧିମାନଙ୍କ ସମ୍ପତ୍ତି ତାଲିକାକୁ ସାଧାରଣ ଲୋକ ଜାଣିବାର କୌଣସି ସୁଯୋଗ ସୃଷ୍ଟି କରିବାରେ ସରକାର ସକ୍ଷମ ହୋଇନାହାନ୍ତି । ଶାସକ ବିଜେଡି ଯେଉଁ ବାହାସ୍ଫୋଟ ମାରି ଏ ସଂକ୍ରାନ୍ତରେ ରାଜନୀତିକ ଚିଠା ପ୍ରସ୍ତାବ ପାରିତ କରିଥିଲା ତଥା ନିଜର ସୁପ୍ରିମୋଙ୍କ ମୁହଁରେ କୁହାଇଥିଲା ତାହା ଏବେ ମିଛ ପ୍ରମାଣିତ ହୋଇଛି । ଆଉ କ୍ୟାବିନେଟ ଅନୁମୋଦନ ସତ୍ତ୍ୱେ ଲୋକପ୍ରତିନିଧିଙ୍କ ସହ ଜଡ଼ିତ ୩ଟି ବିଭାଗ ଏପର୍ଯ୍ୟନ୍ତ ସମ୍ପତ୍ତି ତାଲିକା ଅପଲୋଡ୍ କରିବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ୱେବସାଇଟ୍ ବିକଶିତ କରିବାରେ ସକ୍ଷମ ବି ହୋଇନାହାନ୍ତି ।
ସବୁଠୁ ପରିତାପର କଥା ହେଲା, ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିପରିଷଦର ସହଯୋଗୀମାନେ ବାର୍ଷିକ ସମ୍ପତ୍ତି ତାଲିକାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତିବର୍ଷ ସାର୍ବଜନୀନ କରିଥାଏ । ଶେଷଥର ୨୦୧୯-୨୦ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକାକୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ସାର୍ବଜନୀନ କରିଥିବାବେଳେ ଗତ ୨ବର୍ଷ ହେଲା ଏହି ସମ୍ପତ୍ତି ତାଲିକାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାର୍ବଜନୀନ କରୁନି । ଏପରିକି ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀମାନେ ସାମିଲ ହେବାର ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କର ସମ୍ପତ୍ତି ବିବରଣୀ ଜାଣିବାର ସୁଯୋଗ ରାଜ୍ୟବାସୀଙ୍କୁ ମିଳିପାରିନି ।
ପ୍ରଶ୍ନ ଉଠୁଛି, ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରି ନିଜର ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରୁନାହାନ୍ତି ଓ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତିକୁ ଖୋଦ୍ କ୍ୟାବିନେଟ୍ ମନ୍ତ୍ରୀମାନେ ମାନୁନାହାନ୍ତି ସେଠାରେ ଅନ୍ୟ ଜନପ୍ରତିନିଧିମାନେ ଏହି ନିୟମକୁ ମାନିବେ ବୋଲି ଆଶା କରିବା ବୃଥା । ରାଜ୍ୟ ସରକାର ଫାଇଭ-ଟି କଥା କହୁଥିବାବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ କାହିିଁକି ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରୁନାହାନ୍ତି ତାହା ସନ୍ଦେହଘେରରେ । ଏପରିକି ରାଜ୍ୟ ଲୋକାୟୁକ୍ତ ମଧ୍ୟ ନିଜର ବାର୍ଷିକ ରିପୋର୍ଟ(୨୦୨୧-୨୨)କୁ ଏପର୍ଯ୍ୟନ୍ତ ସାର୍ବଜନୀନ କରୁନାହାନ୍ତି । ଦୁର୍ନୀତିର ଆଳ ଦେଖାଇ ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ଚଢ଼ଉ କରି ସେମାନଙ୍କୁ ଚାକିରିରୁ ବହିଷ୍କାର କରୁଥିବା ବିଜେଡି ସରକାରରେ ଏପର୍ଯ୍ୟନ୍ତ କୌଣସି ଜଣେ ବି ଲୋକପ୍ରତିନିଧି ବିରୁଦ୍ଧରେ ଦୁର୍ନୀତିର ଅଭିଯୋଗ ଆସିନି କିମ୍ବା ଏହା ଆସିବା ପାଇଁ ସରକାର ମାର୍ଗ ପ୍ରଶସ୍ତ କରିନାହାନ୍ତି ।
ସୂଚନାଯୋଗ୍ୟ, ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମ୍ପତ୍ତିର ପରିମାଣ ୪୮କୋଟି ଟଙ୍କା ଥିବାବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୬୩.୮୭କୋଟି ଓ ୨୦୨୦ ମାର୍ଚ୍ଚ ସୁଦ୍ଧା ଏହା ୭୭.୯୩କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ନବୀନଙ୍କ କ୍ୟାବିନେଟର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ନିଜର ସମ୍ପତ୍ତି ଓ ବିଳାସମୟ ଗାଡ଼ିଗୁଡ଼ିକୁ ନେଇ ଚର୍ଚ୍ଚାରେ ରହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story