ସୋନିଆଙ୍କୁ କୁହାଯିବ ମୋକିମଙ୍କ ନାଁ ! ଚିନ୍ତନ ନା ଚକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ  କଂଗ୍ରେସରେ ସଭାପତି ପଦକୁ ନେଇ ଦେଖାଦେଇଥିବା କେଁ ଏବେ ଚରମସୀମାରେ ପହଞ୍ଚିଛି।  ପିସିସି ସଭାପତି ପରିବର୍ତ୍ତନ ଆହ୍ୱାନରେ ନୂଆ ମୋଡ଼ ଆସିଛି। ନିରଞ୍ଜନ ବିରୋଧୀ ମେଳିରେ ବିଧାୟକ ମହମ୍ମଦ ମୋକିମଙ୍କ ନାଁରେ ମୋହର ଲଗାଇନ୍ତି ମୋକିମ୍ ସମର୍ଥକ । ଭୁବନେଶ୍ୱରରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନେଇଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ। ସେପଟେ ଖୁବ୍‌ଶୀଘ୍ର ଦିଲ୍ଲୀ ଯାଇ AICC ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପିସିସି ସଭାପତି ପରିବର୍ତ୍ତନ ପ୍ରସ୍ତାବ ଦିଆଯିବ ବୋଲି ରୁଦ୍ଧଦ୍ୱାର ବୈଠକରେ […]

Md-Moquim-750x430

Tapas Behera
  • Published: Sunday, 03 November 2019
  • , Updated: 03 November 2019, 03:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ  କଂଗ୍ରେସରେ ସଭାପତି ପଦକୁ ନେଇ ଦେଖାଦେଇଥିବା କେଁ ଏବେ ଚରମସୀମାରେ ପହଞ୍ଚିଛି।  ପିସିସି ସଭାପତି ପରିବର୍ତ୍ତନ ଆହ୍ୱାନରେ ନୂଆ ମୋଡ଼ ଆସିଛି। ନିରଞ୍ଜନ ବିରୋଧୀ ମେଳିରେ ବିଧାୟକ ମହମ୍ମଦ ମୋକିମଙ୍କ ନାଁରେ ମୋହର ଲଗାଇନ୍ତି ମୋକିମ୍ ସମର୍ଥକ ।

ଭୁବନେଶ୍ୱରରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନେଇଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ। ସେପଟେ ଖୁବ୍‌ଶୀଘ୍ର ଦିଲ୍ଲୀ ଯାଇ AICC ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପିସିସି ସଭାପତି ପରିବର୍ତ୍ତନ ପ୍ରସ୍ତାବ ଦିଆଯିବ ବୋଲି ରୁଦ୍ଧଦ୍ୱାର ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ଆସନ୍ତା ୧୦ରେ ଭେଟିବାକୁ ସୋନିଆଙ୍କୁ ସମୟ ମଗାଯାଇଛି ବୋଲି ସୂଚନା ଦେଇଛନ୍ତି ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲ।  ବରଗଡ଼ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ମଧ୍ୟ  ପରିବର୍ତ୍ତନ ସପକ୍ଷରେ ମତ ରଖିଛନ୍ତି।  କିଛି ଦିନ ତଳେ  ଭୁବନେଶ୍ୱର ପାନ୍ଥ ନିବାସରେ ବାପି ସର୍ଖେଲଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ଏକାଠି ହୋଇଛନ୍ତି।

ନିରଞ୍ଜନଙ୍କୁ ହଟାଇ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବା ପାଇଁ ନେତାମାନେ ଦାବି କରଯାଇଥିଲା।

Related story