ସନ୍ତୋଷ ଦେହରେ ଗୁଳି

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାରେ ପୁଲିସ୍‌ ଏନକାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ମଲ୍ଲିକ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଡେରାବିଶ ରୋଡ୍‌ର ଦେଶପୁରଠାରେ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ୍‌ ସହ ତା’ର ମୁହାଁମୁହିଁ ହୋଇଥିଲା। ଡେରାବିଶ ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଳିତ ଭାବେ ଏହି ଅପରେସନ୍ କରିଥିଲେ। ତା’ଠାରୁ ଗୋଟିଏ ବାଇକ୍ ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ସନ୍ତୋଷର ଘର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦୋବନ୍ଧା ଗାଁରେ। ୨୦୦୩ […]

sanotosh

sanotosh

Jitendra Garnayak
  • Published: Sunday, 07 October 2018
  • Updated: 07 October 2018, 08:16 AM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାରେ ପୁଲିସ୍‌ ଏନକାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ମଲ୍ଲିକ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି।

ଡେରାବିଶ ରୋଡ୍‌ର ଦେଶପୁରଠାରେ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ୍‌ ସହ ତା’ର ମୁହାଁମୁହିଁ ହୋଇଥିଲା।
ଡେରାବିଶ ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଳିତ ଭାବେ ଏହି ଅପରେସନ୍ କରିଥିଲେ। ତା’ଠାରୁ ଗୋଟିଏ ବାଇକ୍ ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି।

ସନ୍ତୋଷର ଘର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦୋବନ୍ଧା ଗାଁରେ।

୨୦୦୩ ମସିହାରେ ସେ ଅପରାଧ ଦୁନିଆରେ ପାଦ ରଖିଥିଲା। ଚୋରି, ଡକେୟତି, ରାହାଜାନି, ଦାଦା ବଟି ଆଦାୟ, ଧମକଚମକ ଦେବା ପ୍ରଭୃତି କାର୍ଯ୍ୟରେ ସେ ଲିପ୍ତ ରହିଥିଲା। ସନ୍ତୋଷ ନାଁରେ ବିଭିନ୍ନ ଥାନାରେ ୬oରୁ ଅଧିକ ମାମଲା ରହିଛି।

ସନ୍ତୋଷ କେନ୍ଦ୍ରାପଡ଼ା ସମେତ କଟକ, ଜଗତସିଂହପୁର, ଯାଜପୁର ଓ ରାଉରକେଲା ପ୍ରଭୃତି ସ୍ଥାନରେ ଅପରାଧ ଘଟାଇ ଥିବା ପୁଲିସ୍ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos