ରାଜ୍ୟସ୍ୱାର୍ଥ ଏବେ ଭୂଲୁଣ୍ଠିତ, ବିରୋଧ କରିବାର ସତସାହସ ହରାଇ ବସିଛି ବିଜେଡି

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼େଇ କରିବାର ସଂକଳ୍ପ ଓ ପୁଳାପୁଳା ପ୍ରତିଶ୍ରୁତି ଦେଇ ରାଜ୍ୟବାସୀଙ୍କ ଆସ୍ଥା ଜିଣି ୨୦ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଏବେ ବାଟ ହୁଡ଼ି ବସିଛି। ଦଳ ଏବେ ରାଜ୍ୟର ସ୍ୱାର୍ଥ ତୁଳନାରେ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାରକୁ ସନ୍ତୁଷ୍ଟ କରିବାକୁ ପ୍ରାଥମିକତା ଦେଇ ନିଜର ରାଜନୀତିକ ଅସ୍ତିତ୍ୱକୁ ବଞ୍ଚାଇ ରଖିବା ରଣନୀତିରେ ଲାଗି ପଡ଼ିଛି। ସ୍ଥିତି ଏଭଳି ହୋଇଛି ଯେ, ରାଜ୍ୟର ସ୍ୱାର୍ଥ ପ୍ରଭାବିତ ହେଉଥିଲେ ମଧ୍ୟ […]

11bjd-office-750x430

11bjd-office-750x430

Manoranjan Sial
  • Published: Thursday, 06 February 2020
  • Updated: 06 February 2020, 10:20 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼େଇ କରିବାର ସଂକଳ୍ପ ଓ ପୁଳାପୁଳା ପ୍ରତିଶ୍ରୁତି ଦେଇ ରାଜ୍ୟବାସୀଙ୍କ ଆସ୍ଥା ଜିଣି ୨୦ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଏବେ ବାଟ ହୁଡ଼ି ବସିଛି। ଦଳ ଏବେ ରାଜ୍ୟର ସ୍ୱାର୍ଥ ତୁଳନାରେ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାରକୁ ସନ୍ତୁଷ୍ଟ କରିବାକୁ ପ୍ରାଥମିକତା ଦେଇ ନିଜର ରାଜନୀତିକ ଅସ୍ତିତ୍ୱକୁ ବଞ୍ଚାଇ ରଖିବା ରଣନୀତିରେ ଲାଗି ପଡ଼ିଛି।

ସ୍ଥିତି ଏଭଳି ହୋଇଛି ଯେ, ରାଜ୍ୟର ସ୍ୱାର୍ଥ ପ୍ରଭାବିତ ହେଉଥିଲେ ମଧ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳର ବରିଷ୍ଠ ମନ୍ତ୍ରୀ ଓ ସାଂସଦମାନେ ଏବେ ଅତ୍ୟନ୍ତ ମାପିଚୁପି ବୟାନ ଦେବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ସ୍ୱାର୍ଥ ସପକ୍ଷରେ ଯୁକ୍ତି ବାଢ଼ି ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଯେଭଳି ଦଳର କୌଣସି ନେତା କିଛି ନକହିବେ ସେଭଳି ଅଘୋଷିତ କଟକଣା ବିଜେଡିରେ ଜାରି ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଚଳିତ ରେଳବଜେଟରେ ଓଡ଼ିଶା ପାଇଁ ପୂର୍ବ ତୁଳନାରେ ୧୬୨୦କୋଟି ଟଙ୍କାର କମ୍ ପାଣ୍ଠି ଆବଣ୍ଟନକୁ ନେଇ ଆଜି ସକାଳେ ରାଜ୍ୟ ପରିବହନ ମନ୍ତ୍ରୀ ତଥା ବରିଷ୍ଠ ନେତା ପଦ୍ମନାଭ ବେହେରା ମନ୍ତବ୍ୟ ଦେବାର କିଛି ଘଣ୍ଟା ନପୁରୁଣୁ ଦଳର ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ସମାନ ଢଙ୍ଗରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀଙ୍କୁ ଏସବୁ ପ୍ରସଙ୍ଗରୁ ଦୂରେଇ ରଖିବାକୁ ପ୍ରୟାସ କରିଛନ୍ତି। ରେଳ ବଜେଟ ହ୍ରାସ ପାଇବାକୁ ନେଇ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ଓଡ଼ିଶାକୁ ରେଳ ବଜେଟରେ ଅବହେଳା କରାଯାଇଛି।

ପାଣ୍ଠି ଆବଣ୍ଟନ ଯଥେଷ୍ଟ ହ୍ରାସ ପାଇଛି। ଓଡ଼ିଶାକୁ ତା’ର ହକ୍ ଦିଆଯାଇନି ଓ କେନ୍ଦ୍ର ସରକାର ଅବହେଳା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ୪ଟି ନୂଆ ଲାଇନ ପାଇଁ ଚିଠି ଲେଖିଥିଲେ। କିନ୍ତୁ କୌଣସି ଅର୍ଥବରାଦ ହୋଇନି। ତେଣୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଅଧିକ ଅନୁଦାନ ଦାବି କରାଯିବ ଓ ପ୍ରଧାନମନ୍ତ୍ରୀଙ୍କ ସହ ଏନେଇ ମୁଖ୍ୟମନ୍ତ୍ରୀ କଥା ହେବେ ବୋଲି ଶ୍ରୀ ବେହେରା କହିଥିଲେ। କିନ୍ତୁ ଶ୍ରୀ ବେହେରାଙ୍କ ଏହି ମନ୍ତବ୍ୟ ପରେ ଦଳର ମୁଖପାତ୍ର ତଥା ସାଂସଦ ଶ୍ରୀ ପାତ୍ର ରେଳବଜେଟରେ ଅର୍ଥ ହ୍ରାସକୁ ଉଦବେଗଜନକ ବୋଲି କହିବା ସହ ଗୋପାଳପୁର- ସମ୍ବଲପୁର ନୂଆ ରେଳଲାଇନକୁ ସ୍ୱାଗତ କରିଥିଲେ। ଧାର୍ଯ୍ୟ ସମୟରେ ଏହା ଶେଷ ହେଲେ ଅର୍ଥନୀତି ଅଭିବୃଦ୍ଧି ହେବ।

ଅଧିକ ତେଜସ ଟ୍ରେନ ଚାଲିବା ସ୍ୱାଗତଯୋଗ୍ୟ। ରାଜ୍ୟ ଦେଇଥିବା ପ୍ରସ୍ତାବ ଉପରେ ଗୋଟିଏ ବି ନୂଆ ପ୍ରକଳ୍ପ ଘୋଷଣା ହୋଇନାହିଁ ବୋଲି ଶ୍ରୀ ପାତ୍ର କହିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ କିମ୍ବା ରେଳମନ୍ତ୍ରୀଙ୍କୁ ଭେଟିବା କିମ୍ବା ତାଙ୍କ ସମ୍ପର୍କରେ କୌଣସି ପ୍ରତିକୂଳ ମନ୍ତବ୍ୟ ରଖିନଥିଲେ। ଦଳ ତରଫରୁ ମଧ୍ୟ ଶ୍ରୀ ପାତ୍ରଙ୍କ ବୟାନ କିଭଳି ରାଜ୍ୟର ଗଣମାଧ୍ୟମରେ ଅଧିକ ପ୍ରସାରିତ ହେବ ସେ ନେଇ ପ୍ରୟାସ ହୋଇଛି।

ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ରୀୟ ଟିକସ ୩ହଜାର କୋଟି ହ୍ରାସ ଓ ରେଳ ବଜେଟରେ ୧୬୨୦କୋଟି ଟଙ୍କା ପାଣ୍ଠି ଆବଣ୍ଟନ କମିବା ସତ୍ତ୍ୱେ ବିଜେଡି ଖୋଲାଖୋଲି ଭାବେ ଏହାକୁ ବିରୋଧ କରିବାର ସତସାହାସ କାହିଁକି ଜୁଟାଇ ପାରୁନି। ୩ହଜାର କୋଟି ହ୍ରାସ ସତ୍ତ୍ୱେ କେନ୍ଦ୍ରୀୟ ବଜେଟକୁ ମୁଖ୍ୟମନ୍ତ୍ରୀ କଡ଼ା ଭାବେ ବିରୋଧ ନକରି ମିଶ୍ର ପ୍ରତିକ୍ରିୟା ରଖିଲେ। ଏବେ ଦଳର ସାଂସଦ ମଧ୍ୟ ରେଳ ବଜେଟକୁ ନେଇ ଅନୁରୂପ ନୀତି ଆପଣାଇଛନ୍ତି।

ପୂର୍ବରୁ କୋଇଲା ରୟାଲିଟି ସଂଶୋଧନ ନହେବା ଓ କ୍ଲିନ ଏନର୍ଜି ସେସ୍ ନମିଳିବା ଅବାପୁଣି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଧାନର ଏମଏସପି ବୃଦ୍ଧି, ପୋଲାଭରମ, ମହାନଦୀ ଓ ମହିଳାଙ୍କୁ ୩୩% ସଂରକ୍ଷଣ ଭଳି ପ୍ରସଙ୍ଗରେ ନିରବତା ଅବଲମ୍ବନ କରି ଆସିଥିବା ବିଜେଡି ଆଉ କେଉଁ ଢଙ୍ଗରେ ରାଜ୍ୟସ୍ୱାର୍ଥ ଭଳି ପ୍ରସଙ୍ଗ ପାଇଁ ଲଢ଼େଇ କରିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ପୂର୍ବରୁ ରେଳ ବଜେଟ ପାଣ୍ଠି ହ୍ରାସ ଓ ଅନ୍ୟାନ୍ୟ ରାଜ୍ୟ ସ୍ୱାର୍ଥଜଡ଼ିତ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରର ଅବହେଳା

ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଉଥିବା ବିଜେଡି ଏବେ ସବୁ ଜାଣି ମଧ୍ୟ ମୋଦି ସରକାରଙ୍କୁ ଖୁସି କରିବା ନିମନ୍ତେ ଗତ ସାଧାରଣ ନିର୍ବାଚନ ପରଠୁ ଯେଉଁ ଆଭିମୁଖ୍ୟ ପୋଷଣ କରିଛି ତାହା ଆଗାମୀ ଦିନରେ ଦଳକୁ ତଳିତଳାନ୍ତ କରିବା ସହ ରାଜ୍ୟକୁ ମଧ୍ୟ ପଛକୁ ଠେଲି ଦେବ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story